ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଶାହରୁଖ ଖାନ, ଚାର୍ଟଡ ପ୍ଲେନ୍‌ରେ ଯିବେ ମୁମ୍ବାଇ

ଅହମଦାବାଦ ୨୩।୫: ବଲିଉଡ ଅଭିନେତା ଶାହରୁଖ ଖାନ ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ଅଭିନେତାଙ୍କୁ ଡିହାଇଡ୍ରେସନ ଯୋଗୁ ବୁଧବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶାହରୁଖ ଅହମଦାବାଦର କେଡି ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ଏବେ କୁହାଯାଉଛି ଅଭିନେତାଙ୍କ ସ୍ୱାସ୍ଥ୍ୟରେ ସୁଧାର ହୋଇଛି। ହସ୍ପିଟାଲରୁ ଡିସ୍‌ଚାର୍ଜ ପରେ ଅହମଦାବାଦ ଏୟାରପୋର୍ଟରୁ ଚାର୍ଟଡ ପ୍ଲେନ୍‌ରେ ସେ ମୁମ୍ବାଇ ଯାତ୍ରା କରିବେ। To all of Mr Khan’s fans and well wishers - he is doing well. Thank you for your love, prayers and concern ????— Pooja Dadlani (@pooja_dadlani) May 23, 2024ଶାହରୁଖଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ମ୍ୟାନେଜର ପୂଜା ଡଡଲାନୀ ଅପଡେଟ୍ ଦେଇଛନ୍ତି। ଏ ନେଇ ଡଡଲାନୀ ଏକ ପୋଷ୍ଟ କରିଥିବା ବେଳେ ଶାହରୁଖଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ବେଶ୍ ଭଲ ଥିବା ଉଲ୍ଲେଖ କରିଛନ୍ତି। ମାର୍ଚ୍ଚ ୨୧ ତାରିଖ ଦିନ ଶାହରୁଖ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ତାଙ୍କ ଟିମ୍ କୋଲକାତା ନାଇଟ୍ ରାଇଡର (କେକେଆର) ଓ ହାଇଦ୍ରାବାଦ ସନରାଇଜର୍ସ ମଧ୍ୟରେ ଆଇପିଏଲ ମ୍ୟାଚ୍‌ ଦେଖୁଥିଲେ। ଶାହରୁଖ ଏହି ମ୍ୟାଚ୍‌ରେ ତାଙ୍କ ଟିମ୍‌କୁ ସପୋର୍ଟ କରିବାକୁ ଦୁଇ ଦିନ ଅହମଦାବାଦରେ ଥିଲେ। ତେବେ ଭୀଷଣ ଗରମ ଯୋଗୁ ସେ ଅସୁସ୍ଥ ହୋଇପଡିଥିଲେ। 

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଶାହରୁଖ ଖାନ, ଚାର୍ଟଡ ପ୍ଲେନ୍‌ରେ ଯିବେ ମୁମ୍ବାଇ

ଅହମଦାବାଦ ୨୩।୫: ବଲିଉଡ ଅଭିନେତା ଶାହରୁଖ ଖାନ ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ଅଭିନେତାଙ୍କୁ ଡିହାଇଡ୍ରେସନ ଯୋଗୁ ବୁଧବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶାହରୁଖ ଅହମଦାବାଦର କେଡି ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ଏବେ କୁହାଯାଉଛି ଅଭିନେତାଙ୍କ ସ୍ୱାସ୍ଥ୍ୟରେ ସୁଧାର ହୋଇଛି। ହସ୍ପିଟାଲରୁ ଡିସ୍‌ଚାର୍ଜ ପରେ ଅହମଦାବାଦ ଏୟାରପୋର୍ଟରୁ ଚାର୍ଟଡ ପ୍ଲେନ୍‌ରେ ସେ ମୁମ୍ବାଇ ଯାତ୍ରା କରିବେ। 


ଶାହରୁଖଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ମ୍ୟାନେଜର ପୂଜା ଡଡଲାନୀ ଅପଡେଟ୍ ଦେଇଛନ୍ତି। ଏ ନେଇ ଡଡଲାନୀ ଏକ ପୋଷ୍ଟ କରିଥିବା ବେଳେ ଶାହରୁଖଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ବେଶ୍ ଭଲ ଥିବା ଉଲ୍ଲେଖ କରିଛନ୍ତି। ମାର୍ଚ୍ଚ ୨୧ ତାରିଖ ଦିନ ଶାହରୁଖ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ତାଙ୍କ ଟିମ୍ କୋଲକାତା ନାଇଟ୍ ରାଇଡର (କେକେଆର) ଓ ହାଇଦ୍ରାବାଦ ସନରାଇଜର୍ସ ମଧ୍ୟରେ ଆଇପିଏଲ ମ୍ୟାଚ୍‌ ଦେଖୁଥିଲେ। ଶାହରୁଖ ଏହି ମ୍ୟାଚ୍‌ରେ ତାଙ୍କ ଟିମ୍‌କୁ ସପୋର୍ଟ କରିବାକୁ ଦୁଇ ଦିନ ଅହମଦାବାଦରେ ଥିଲେ। ତେବେ ଭୀଷଣ ଗରମ ଯୋଗୁ ସେ ଅସୁସ୍ଥ ହୋଇପଡିଥିଲେ।