ନବ ଦାସ ହତ୍ୟା ଘଟଣାକୁ ନେଇ ବଡ଼କଥା କହିଦେଲେ ଦୀପାଳି

ଝାରସୁଗୁଡ଼ା,୧୬।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସ। ବାସଭବନରେ ବୁଧବାର ସାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦୀପାଳି କହିଛନ୍ତି, ବର୍ତ୍ତମାନ ଭାଜପା ସରକାରରେ ଥିବା କେତେକ ବିଧାୟକ ମୋତେ ଓ ଆମ ପରିବାରକୁ ବଦନାମ କରିବା ଭଳି ମନ୍ତବ୍ୟ […] The post ନବ ଦାସ ହତ୍ୟା ଘଟଣାକୁ ନେଇ ବଡ଼କଥା କହିଦେଲେ ଦୀପାଳି appeared first on Dharitri Odia News.

ନବ ଦାସ ହତ୍ୟା ଘଟଣାକୁ ନେଇ ବଡ଼କଥା କହିଦେଲେ ଦୀପାଳି

ଝାରସୁଗୁଡ଼ା,୧୬।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସ।
ବାସଭବନରେ ବୁଧବାର ସାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦୀପାଳି କହିଛନ୍ତି, ବର୍ତ୍ତମାନ ଭାଜପା ସରକାରରେ ଥିବା କେତେକ ବିଧାୟକ ମୋତେ ଓ ଆମ ପରିବାରକୁ ବଦନାମ କରିବା ଭଳି ମନ୍ତବ୍ୟ ଦେଉଛନ୍ତି। ଏପରିକି କିଛି ଗଣମାଧ୍ୟମ ଆମ ପରିବାର ଏବଂ ମୋ ବିଷୟରେ ବାରମ୍ବାର ଖବର ମଧ୍ୟ ପ୍ରସାରଣ କରୁଛନ୍ତି। ଏପରିକି ଭାଜପା ସରକାରରେ ଥିବା ୨ ବିଧାୟକ ବାରମ୍ବାର ମୋ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଇବାରେ କାହିଁକି ଦୀପାଳି ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି। ଏଣୁ ଆମ ପରିବାର ଏବଂ ମୋ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ମୋ ବାପା ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବେ କି ବୋଲି ପ୍ରଶ୍ନ କରିଛନ୍ତି। ଏହା ସହିତ ମୋର ଭାଇ ବିଶାଳ ଦାସଙ୍କୁ ବିନା ୱାରେଣ୍ଟ କିମ୍ବା ବିନା ଜୁଡ଼ିସିଆଲ ଆଦେଶରେ କାହିଁକି ଛତିଶଗଡ଼ରେ ପୋଲିସ ହାଜତରେ ରଖାଯାଇଥିଲା ତା’ର ଉତ୍ତର ମୋହନ ସରକାର ଦିଅନ୍ତୁ ବୋଲି ଦୀପାଳି କହିଛନ୍ତି।

The post ନବ ଦାସ ହତ୍ୟା ଘଟଣାକୁ ନେଇ ବଡ଼କଥା କହିଦେଲେ ଦୀପାଳି appeared first on Dharitri Odia News.