ନବ ଦାସ ହତ୍ୟା ମାମଲା: ଆଜି ହୋଇପାରେ ଗୋପାଳଙ୍କୁ ଜେରା

ଭୁବନେଶ୍ବର: ନବ ଦାସ ହତ୍ୟା ମାମଲାର ପୁଣି ଥରେ ତଦନ୍ତ ଆରମ୍ଭ ହେବା ପରେ ଏବେ ଗୋପାଳଙ୍କୁ ନେଇ ଚର୍ଚ୍ଚା । ଗୋପାଳ ଏବେ କେଉଁ ଜେଲରେ ଅଛି ? କ’ଣ କରୁଛି ? ଜାଣିବାକୁ ଲୋକଙ୍କ ମଧ୍ୟରେ ଉଚ୍ଛୁକତା ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ଆଜି କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଜେରା କରିପାରେ ବୋଲି ଶୁଣିବାକୁ ମିଳୁଛି । ତଦନ୍ତକାରୀ ଟିମ୍ ବ୍ରଜରାଜନଗର ଗାନ୍ଧୀ ଛକ ସ୍ଥିତ କ୍ରାଇମ ସ୍ପଟ୍‌ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ […] The post ନବ ଦାସ ହତ୍ୟା ମାମଲା: ଆଜି ହୋଇପାରେ ଗୋପାଳଙ୍କୁ ଜେରା appeared first on Odisha.News.

ନବ ଦାସ ହତ୍ୟା ମାମଲା: ଆଜି ହୋଇପାରେ ଗୋପାଳଙ୍କୁ ଜେରା

ଭୁବନେଶ୍ବର: ନବ ଦାସ ହତ୍ୟା ମାମଲାର ପୁଣି ଥରେ ତଦନ୍ତ ଆରମ୍ଭ ହେବା ପରେ ଏବେ ଗୋପାଳଙ୍କୁ ନେଇ ଚର୍ଚ୍ଚା । ଗୋପାଳ ଏବେ କେଉଁ ଜେଲରେ ଅଛି ? କ’ଣ କରୁଛି ? ଜାଣିବାକୁ ଲୋକଙ୍କ ମଧ୍ୟରେ ଉଚ୍ଛୁକତା ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ଆଜି କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଜେରା କରିପାରେ ବୋଲି ଶୁଣିବାକୁ ମିଳୁଛି ।

ତଦନ୍ତକାରୀ ଟିମ୍ ବ୍ରଜରାଜନଗର ଗାନ୍ଧୀ ଛକ ସ୍ଥିତ କ୍ରାଇମ ସ୍ପଟ୍‌ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଏଥିସହ ଗାନ୍ଧୀ ଛକରେ ଥିବା ଗୋପାଳ ଦାସ ଭାଇଙ୍କ ହୋଟେଲର ମାଲିକଙ୍କୁ ପଚରାଉଚରା କରିଛି । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡୋଳାମଣି ପଟେଲଙ୍କ ସହ ଏକାଧିକ ଡାକ୍ତର ଓ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି । ମଙ୍ଗଳବାର ନବ ଦାସଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଳଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ।

ଆଜି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ୍‌ । ପୂର୍ବରୁ ଫେବ୍ରୁଆରୀ ପହିଲା ୨୦୨୩ରେ ଗୋପାଳ ଦାସ କ୍ରାଇମବ୍ରାଞ୍ଚ୍‌ ଆଗରେ ଲିଖିତ ବୟାନ ଦେଇଥିଲେ । ଏଥିରେ ସେ ନବକୁ କାହିଁକି ହତ୍ୟା କଲେ ତାହା ଲିଖିତ ଭାବେ କହିଥିଲେ । ଗୋପାଳଙ୍କ ଲିଖିତ ବୟାନ ଅନୁସାରେ ଉଲ୍ଲେଖ କରିଥିଲେ…

– ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକ ଆଉଟ୍‌ପୋଷ୍ଟରେ ୨୦୨୧ ମସିହାରୁ ପୋଷ୍ଟିଂ ହୋଇଥିଲେ ଗୋପାଳ– ୨୦୧୪ ନିର୍ବାଚନ ପୂର୍ବରୁ ଚେକିଂ କରୁଥିବା ସମୟରେ ନବ ଦାସଙ୍କ ଆଗରେ ଯାଉଥିବା ଗାଡ଼ିକୁ ଅଟକାଇଥିଲେ– ଏହି ଗାଡିରେ କାର୍ଟୁନ ଭିତରେ ଟଙ୍କା ଦେଖିବାକୁ ମିଳିଥିଲା– ଏ ବାବଦରେ ପ୍ରଶ୍ନ ପଚାରିବାରୁ ନବ ଦାସ ପଛ ଗାଡିରୁ ଓହ୍ଲାଇ ବିରକ୍ତି ପ୍ରକାଶ କରିଥିଲେ– ନବ ଦାସଙ୍କ ପିଲାମାନେ ତାଗିଦ କରିବାରୁ ଗାଡି ଛାଡି ଦେଇଥିଲେ ଗୋପାଳ– ନବ ଦାସଙ୍କ ସମର୍ଥକ ଆଇନବିରୋଧ କାମ କରୁଥିଲେ ଓ ଲୋକଙ୍କ ପ୍ରତି ଅନ୍ୟାୟ କରୁଥିଲେ– ଗୋପାଳ କହିଥିଲା ‘ମୁଁ ସହି ପାରୁ ନଥିବାରୁ କିଛି ପିଲାଙ୍କୁ ବାଡାବାଡି କରିଥିଲି’– ଗାଡ଼ି ଅଟକାଇବାକୁ ନେଇ ନବ ଦାସ ଗୋପାଳ ଉପରେ ରାଗି ଯାଇଥିଲେ– ନବଙ୍କ ପିଲାମାନେ ଦେଖି ନେବେ ବୋଲି ଧମକ ଦେଇଥିଲେ– ମନ୍ତ୍ରୀଙ୍କ ପିଲାମାନେ କ୍ୱାର୍ଟର ଆଗରେ ପରିସ୍ରା କରି ଗାଳିଗୁଳଜ କରିଥିଲେ ଓ ଧମକ ବି ଦେଇଥିଲେ– ସବୁ କର୍ମଚାରୀ ଓ ପୋଲିସଙ୍କୁ ଧମକଚମକ ଦେଇ କାମ କରୁଥିଲେ ନବ ଦାସ– ସେଥିପାଇଁ ନବ ଦାସଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା ଗୋପାଳ    – ପୂର୍ବରୁ ବ୍ରଜରାଜନଗରରେ ନବ ଦାସଙ୍କୁ ମାରିବାକୁ ଉଦ୍ୟମ କରିଥିଲା ଗୋପାଳ, ପିସ୍ତଲରେ ଗୁଳି ଲୋଡ୍‌ କରିଥିଲା– କିନ୍ତୁ ସେ ଦିନ ମାରିପାରି ନଥିଲା, ବନ୍ଧୁକରେ ଗୁଳି ଲୋଡ ହୋଇ ରହିଥିଲା– ୨୯.୦୧.୨୩ ବ୍ରଜରାଜନଗରରେ ମାରିବା ପାଇଁ ପ୍ରସ୍ତୁତ ହୋଇଥିଲା– ୧୨ଟାରୁ ୧୨ଟା ୧୫ ଭିତରେ ଗୋପାଳ ଗୁଳି ମାରିଥିଲେ ଓ ନବ ଦାସ ଟଳିପଡିଲେ– ନବ ଦାସଙ୍କୁ ମାରି ନଥିଲେ ସେ ମୋତେ ମାରି ଦେଇଥାନ୍ତେ– ନିଜେ ବଞ୍ଚିବାକୁ ଯାଇ ଗୁଳି କରି ମାରି ଦେଇଛି କହିଥିଲା ଗୋପାଳ

The post ନବ ଦାସ ହତ୍ୟା ମାମଲା: ଆଜି ହୋଇପାରେ ଗୋପାଳଙ୍କୁ ଜେରା appeared first on Odisha.News.