ଶ୍ରୀ କ୍ଷେତ୍ର ପୁରୀ ରୁ ରଥ ଯାତ୍ରା ଦେଖି ଫେରୁଥିବା ବେଳେ ଟ୍ରେନରୁ ଖସିପଡି ଯୁବକର ମୃତ୍ୟୁ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ବୁଟୁଖମନ ଗ୍ରାମ ଜଣେ ଯୁବକ ପୁରୀ ରଥଯାତ୍ରା ଦେଖି ଫେରୁଥିବାବେଳେ ବେଳେ ଟ୍ରେନରୁ ଖସିପଡି ମୃତ୍ୟୁ ହୋଇଥିବା ଜଣାଯାଇଛି । ଉକ୍ତ ଯୁବକ ହେଲେ ବୁଟୁଖମନ ଗ୍ରାମର ବିଷ୍ଣୁଚରଣ ପଧାନଙ୍କ ପୁତ୍ର ସଚ୍ଚିତାନନ୍ଦ ପଧାନ (୧୭) । ସୂଚନା ଅନୁଯାୟୀ ରବିବାର ପୁରୀରୁ ରଥଯାତ୍ରା ଦେଖି ତପସ୍ଵିନୀ ଏକ୍ସପ୍ରେସରେ ଘରକୁ ଫେରୁଥିବା ସମୟରେ ବଇଣ୍ଡା ନିକଟରେ ସଚ୍ଚିଦାନନ୍ଦ ଟ୍ରେନରୁ […] The post ଶ୍ରୀ କ୍ଷେତ୍ର ପୁରୀ ରୁ ରଥ ଯାତ୍ରା ଦେଖି ଫେରୁଥିବା ବେଳେ ଟ୍ରେନରୁ ଖସିପଡି ଯୁବକର ମୃତ୍ୟୁ appeared first on Odisha.News.

ଶ୍ରୀ କ୍ଷେତ୍ର ପୁରୀ ରୁ ରଥ ଯାତ୍ରା ଦେଖି ଫେରୁଥିବା ବେଳେ ଟ୍ରେନରୁ ଖସିପଡି ଯୁବକର ମୃତ୍ୟୁ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ବୁଟୁଖମନ ଗ୍ରାମ ଜଣେ ଯୁବକ ପୁରୀ ରଥଯାତ୍ରା ଦେଖି ଫେରୁଥିବାବେଳେ ବେଳେ ଟ୍ରେନରୁ ଖସିପଡି ମୃତ୍ୟୁ ହୋଇଥିବା ଜଣାଯାଇଛି । ଉକ୍ତ ଯୁବକ ହେଲେ ବୁଟୁଖମନ ଗ୍ରାମର ବିଷ୍ଣୁଚରଣ ପଧାନଙ୍କ ପୁତ୍ର ସଚ୍ଚିତାନନ୍ଦ ପଧାନ (୧୭) । ସୂଚନା ଅନୁଯାୟୀ ରବିବାର ପୁରୀରୁ ରଥଯାତ୍ରା ଦେଖି ତପସ୍ଵିନୀ ଏକ୍ସପ୍ରେସରେ ଘରକୁ ଫେରୁଥିବା ସମୟରେ ବଇଣ୍ଡା ନିକଟରେ ସଚ୍ଚିଦାନନ୍ଦ ଟ୍ରେନରୁ ଖସିପଡି ଥିଲେ । ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ସୋମବାର ସକାଳୁ ନିଜ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା ।‌ ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଉକ୍ତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଥିଲେ ।

The post ଶ୍ରୀ କ୍ଷେତ୍ର ପୁରୀ ରୁ ରଥ ଯାତ୍ରା ଦେଖି ଫେରୁଥିବା ବେଳେ ଟ୍ରେନରୁ ଖସିପଡି ଯୁବକର ମୃତ୍ୟୁ appeared first on Odisha.News.