ନବ ଦାସ ହତ୍ୟା ମାମଲା, ପୁଅ, ଝିଅଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚର ନୋଟିସ୍
ଭୁବନେଶ୍ୱର ୦୧/୦୩: ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ । ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ନୋଟିସ କଲା କ୍ରାଇମବ୍ରାଞ୍ଚ । ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ହାଜର ହେବାକୁ ନୋଟିସ୍ । ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ପକ୍ଷ ରଖିବାକୁ ଉଭୟଙ୍କୁ ନୋଟିସ୍ । ନବଙ୍କ ହତ୍ୟାକୁ ନେଇ ଉଭୟଙ୍କ ବୟାନବାଜିକୁ ନେଇ ନୋଟିସ୍ । ମାମଲାରେ ଏବେ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇନି । ଫାଇନାଲ ଚାର୍ଜସିଟ୍ ଦାଖଲ କରିନି କ୍ରାଇମବ୍ରାଞ୍ଚ ।ନବ ଦାସ ହତ୍ୟା ମାମଲାରେ ପୁଣି ତନାଘନା କରିବ କ୍ରାଇମ୍ବ୍ରାଞ୍ଚ । ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି କ୍ରାଇମ୍ବ୍ରାଞ୍ଚ । ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ହାଜର ହେବା ପାଇଁ ନୋଟସ୍ କରାଯାଇଛି । କ୍ରାଇମ୍ବ୍ରାଞ୍ଚ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି କୁହାଯାଇଛି । ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗି ରହିଛି। ଏହାରି ଭିତରେ କ୍ରାଇମ୍ବ୍ରାଞ୍ଚ ନୋଟିସ୍ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି। ତେବେ ଏହି ଘଟଣା ପରେ ବିଭିନ୍ନ ଆଡୁ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି ତେବେ ଏହି ଘଟଣାରେ ନବ ଦାସଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିଥିଲେ ସେ କହିଥିଲେ ମୁଁ ଚାହେଁ ଘଟଣାର ଉଚିତ ତଦନ୍ତ ହୋଇ ଆମ ପରିବାର କୁ ନ୍ୟାୟ ମିଳୁ ଏଥିସହ
ଭୁବନେଶ୍ୱର ୦୧/୦୩: ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ । ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ନୋଟିସ କଲା କ୍ରାଇମବ୍ରାଞ୍ଚ । ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ହାଜର ହେବାକୁ ନୋଟିସ୍ । ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ପକ୍ଷ ରଖିବାକୁ ଉଭୟଙ୍କୁ ନୋଟିସ୍ । ନବଙ୍କ ହତ୍ୟାକୁ ନେଇ ଉଭୟଙ୍କ ବୟାନବାଜିକୁ ନେଇ ନୋଟିସ୍ । ମାମଲାରେ ଏବେ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇନି । ଫାଇନାଲ ଚାର୍ଜସିଟ୍ ଦାଖଲ କରିନି କ୍ରାଇମବ୍ରାଞ୍ଚ ।
ନବ ଦାସ ହତ୍ୟା ମାମଲାରେ ପୁଣି ତନାଘନା କରିବ କ୍ରାଇମ୍ବ୍ରାଞ୍ଚ । ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି କ୍ରାଇମ୍ବ୍ରାଞ୍ଚ । ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ହାଜର ହେବା ପାଇଁ ନୋଟସ୍ କରାଯାଇଛି ।
କ୍ରାଇମ୍ବ୍ରାଞ୍ଚ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି କୁହାଯାଇଛି । ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗି ରହିଛି।
ଏହାରି ଭିତରେ କ୍ରାଇମ୍ବ୍ରାଞ୍ଚ ନୋଟିସ୍ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି। ତେବେ ଏହି ଘଟଣା ପରେ ବିଭିନ୍ନ ଆଡୁ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି ତେବେ ଏହି ଘଟଣାରେ ନବ ଦାସଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିଥିଲେ ସେ କହିଥିଲେ ମୁଁ ଚାହେଁ ଘଟଣାର ଉଚିତ ତଦନ୍ତ ହୋଇ ଆମ ପରିବାର କୁ ନ୍ୟାୟ ମିଳୁ ଏଥିସହ ମୁଖ୍ୟମନ୍ତ୍ରୀ ମୋ ପରିବାର ସହ ଆଲୋଚନା କରନ୍ତୁ ।
ଏହି ଘଟଣାର ଉଚିତ ତଦନ୍ତ ହେଉ , ଆପଣାମାନଙ୍କୁ କହିରଖୁଛୁ ଏହି ଘଟଣା ଘଟିବାର ଦୁଇ ବର୍ଷ ପରେ ଏବେ ରାଜନୈତିକ ଝଡ ସହ ବୟାନ ବାଜି ତ୍ରୀବ ଦେଖାଦେଇଛି , ସୁଚନା ଅନୁଯାୟୀ ଦୁଇ ବର୍ଷ ତଳେ ଅର୍ଥାତ ଜାନୁଆରୀ ୨୯, ୨୦୨୩ ରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ସୁରକ୍ଷାରେ ଥିବା ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲା । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ ତତ୍କାଳ ବିଜେଡି ସରକାର । ଯାହାକୁ ନେଇ ସିବିଆଇ ତଦନ୍ତ ଦାବି କରିଥିଲେ ସେ ସମୟରେ ବିରୋଧି । ହତ୍ୟାକାଣ୍ଡର ଦୁଇ ବର୍ଷ ପରେ ପୁଣି ସିବିଆଇ ତଦନ୍ତକୁ ନେଇ ଜୋର ଧରିଛି ରାଜନୀତି ।