ସରକାରଙ୍କ ବଡ଼ ନିର୍ଦ୍ଦେଶ, AI ମଡେଲ ଲଞ୍ଚ କରିବା ପୂର୍ବରୁ ନେବାକୁ ହେବ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: AI ମଡେଲ ଲଞ୍ଚ କରିବା ପୂର୍ବରୁ ନେବାକୁ ହେବ ସରକାରଙ୍କ ଅନୁମତି। ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ସଂସ୍ଥା ଏଆଇ ପ୍ଲାଟଫର୍ମଙ୍କୁ ଦେଶରେ ଏଆଇ ଉତ୍ପାଦ ଲଞ୍ଚ କରିବା ପୂର୍ବରୁ ଏହାର ଅନୁମତି ନେବାକୁ ହେବ। ଏହା ସହ ସେ ୧୫ ଦିନ ମଧ୍ୟରେ ମନ୍ତ୍ରାଳୟକୁ କାର୍ଯ୍ୟାନୁଷ୍ଠାନ ସହ ସ୍ଥିତି ରିପୋର୍ଟ ପ୍ରସ୍ତୁତ କରିବାକୁ ମଧ୍ୟ କହିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ‘‘ଏଆଇ ଏଭଳି ପରିବର୍ତ୍ତନକାରୀ ଟେକନିକ୍‌, ଯାହାର କୌଣସି ସୀମା ନାହିଁ। ଏହା ଲାବ୍‌ରେ ପ୍ରସ୍ତୁତ ହେଉଛି ଏବଂ ସିଧାସଳଖ ଜନତାଙ୍କ ପାଖରେ ପହଞ୍ଚିଯାଉଛି। ତେଣୁ ଏହା ଉପରେ ନିୟନ୍ତ୍ରଣ ମଧ୍ୟ ରହିବା ଦରକାର। ସରକାର ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, କୌଣସି ସଂସ୍ଥା ନିଜର ଏଆଇ ମଡେଲକୁ ଟ୍ୟାଗ୍‌ ଦେବାକୁ ହେବ। ଆହୁରି ପଢ଼ନ୍ତୁ: ଗୁଗଲ୍‌ ପ୍ରତିନିଧିଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର, ପ୍ଲେ ଷ୍ଟୋର୍‌ରୁ ଭାରତୀୟ ଆପ୍ସକୁ ହଟାଇବା ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା ଯେଉଁଥିରେ ସେମାନଙ୍କୁ ଲେଖିବାକୁ ହେବ ଯେ, ଏହି ମଡେଲ ବର୍ତ୍ତମାନ ପରୀକ୍ଷଣ ସ୍ଥିତିରେ ଅଛି। ସେମାନଙ୍କୁ ସରକାରଙ୍କ ଅନୁମତି ନେବାକୁ ହେବ ଏବଂ ସ୍ପଷ୍ଟ ଭାବରେ ବ୍ୟବହାରୀଙ୍କୁ ସହମତି ନେବାକୁ ହେବ ଯେ, ପ୍ଲାଟଫର୍ମରେ ତ୍ରୁଟି ମଧ୍ୟ ଦେ

ସରକାରଙ୍କ ବଡ଼ ନିର୍ଦ୍ଦେଶ, AI ମଡେଲ ଲଞ୍ଚ କରିବା ପୂର୍ବରୁ ନେବାକୁ ହେବ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: AI ମଡେଲ ଲଞ୍ଚ କରିବା ପୂର୍ବରୁ ନେବାକୁ ହେବ ସରକାରଙ୍କ ଅନୁମତି। ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ସଂସ୍ଥା ଏଆଇ ପ୍ଲାଟଫର୍ମଙ୍କୁ ଦେଶରେ ଏଆଇ ଉତ୍ପାଦ ଲଞ୍ଚ କରିବା ପୂର୍ବରୁ ଏହାର ଅନୁମତି ନେବାକୁ ହେବ। ଏହା ସହ ସେ ୧୫ ଦିନ ମଧ୍ୟରେ ମନ୍ତ୍ରାଳୟକୁ କାର୍ଯ୍ୟାନୁଷ୍ଠାନ ସହ ସ୍ଥିତି ରିପୋର୍ଟ ପ୍ରସ୍ତୁତ କରିବାକୁ ମଧ୍ୟ କହିଛନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ‘‘ଏଆଇ ଏଭଳି ପରିବର୍ତ୍ତନକାରୀ ଟେକନିକ୍‌, ଯାହାର କୌଣସି ସୀମା ନାହିଁ। ଏହା ଲାବ୍‌ରେ ପ୍ରସ୍ତୁତ ହେଉଛି ଏବଂ ସିଧାସଳଖ ଜନତାଙ୍କ ପାଖରେ ପହଞ୍ଚିଯାଉଛି। ତେଣୁ ଏହା ଉପରେ ନିୟନ୍ତ୍ରଣ ମଧ୍ୟ ରହିବା ଦରକାର। ସରକାର ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, କୌଣସି ସଂସ୍ଥା ନିଜର ଏଆଇ ମଡେଲକୁ ଟ୍ୟାଗ୍‌ ଦେବାକୁ ହେବ।

ଆହୁରି ପଢ଼ନ୍ତୁ: ଗୁଗଲ୍‌ ପ୍ରତିନିଧିଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର, ପ୍ଲେ ଷ୍ଟୋର୍‌ରୁ ଭାରତୀୟ ଆପ୍ସକୁ ହଟାଇବା ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା

ଯେଉଁଥିରେ ସେମାନଙ୍କୁ ଲେଖିବାକୁ ହେବ ଯେ, ଏହି ମଡେଲ ବର୍ତ୍ତମାନ ପରୀକ୍ଷଣ ସ୍ଥିତିରେ ଅଛି। ସେମାନଙ୍କୁ ସରକାରଙ୍କ ଅନୁମତି ନେବାକୁ ହେବ ଏବଂ ସ୍ପଷ୍ଟ ଭାବରେ ବ୍ୟବହାରୀଙ୍କୁ ସହମତି ନେବାକୁ ହେବ ଯେ, ପ୍ଲାଟଫର୍ମରେ ତ୍ରୁଟି ମଧ୍ୟ ଦେଖିବାକୁ ମିଳିପାରେ । ତେବେ ଏହି ପଦକ୍ଷେପ ଗୁଗଲର ଜେମିନୀ ମଡେଲର ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିବା ଉତ୍ତର ପ୍ରସଙ୍ଗ ପରେ ଆସିଛି।

The post ସରକାରଙ୍କ ବଡ଼ ନିର୍ଦ୍ଦେଶ, AI ମଡେଲ ଲଞ୍ଚ କରିବା ପୂର୍ବରୁ ନେବାକୁ ହେବ ସରକାରଙ୍କ ଅନୁମତି appeared first on Prameya News7.