ପଞ୍ଜାବ ଏକ୍ସପ୍ରେସରେ ନିଆଁ: ଗୁଜବ ଶୁଣି ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲେ ୧୨ ଯାତ୍ରୀ

ନୂଆଦିଲ୍ଲୀ: ବଡ଼ ଧରଣରର ଏକ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ।  ଶାହାଜାହାନପୁରର ପଞ୍ଜାବ ମେଲ ଏକ୍ସପ୍ରେସ ଚାଲୁଥିବାବେଳେ ନିଆଁ ଲାଗିଥିବା ନେଇଁ ଶୁଣିବା ପରେ ୧୨ ଜଣ ଟ୍ରେନରୁ ଡେଇଁପଡ଼ିଥିଲେ। ଯାତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଠେଲାପେଲା। ୫୦ କିମି ବେଗରେ ଚାଲୁଥିବା ଟ୍ରେନରୁ ଡେଇଁବା ଆରମ୍ଭ କଲେ। ଯେଉଁଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ଶାହାଜାହାନପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ଯେଉଁଠାରେ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ରବିବାର ସକାଳ ୮ ଟାରେ ଏହି ଘଟଣା ଘଟିଥିବା କୁହାଯାଉଛି।ଟ୍ରେନଟି ଅଟକି ଯାଇଥିଲା। ପାଇଲଟମାନେ ଯାତ୍ରୀମାନଙ୍କୁ ଏପରି କାରଣ ପଚାରିଥିଲେ, ସେମାନେ କହିଥିଲେ ଯେ ଟ୍ରେନରେ ନିଆଁ ଲାଗିଯାଇଛି। ଯାହା ପରେ ଟ୍ରେନ ଅଟକି ରହିଥିଲା। ଶାହାଜାହାନପୁର ପୋଲିସ ଷ୍ଟେସନ ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଯେତେବେଳେ ଯାଞ୍ଚ କରାଯାଇନଥିଲା ଅଗ୍ନିକାଣ୍ଡର ଚିହ୍ନ ମିଳିଲା ନାହିଁ।ବରେଲି ଏବଂ କାଟ୍ରା ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଛି। ରେଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଯାତ୍ରୀମାନଙ୍କୁ ଶାହାଜାହାନପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ କିଏ ଏହି ଗୁଜବ ପ୍ରଚାର କରିଥିଲା, ତାହାର ଯାଞ୍ଚ କରାଯାଉଛି। 

ପଞ୍ଜାବ ଏକ୍ସପ୍ରେସରେ ନିଆଁ: ଗୁଜବ ଶୁଣି ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲେ ୧୨ ଯାତ୍ରୀ

ନୂଆଦିଲ୍ଲୀ: ବଡ଼ ଧରଣରର ଏକ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ।  ଶାହାଜାହାନପୁରର ପଞ୍ଜାବ ମେଲ ଏକ୍ସପ୍ରେସ ଚାଲୁଥିବାବେଳେ ନିଆଁ ଲାଗିଥିବା ନେଇଁ ଶୁଣିବା ପରେ ୧୨ ଜଣ ଟ୍ରେନରୁ ଡେଇଁପଡ଼ିଥିଲେ। ଯାତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଠେଲାପେଲା। ୫୦ କିମି ବେଗରେ ଚାଲୁଥିବା ଟ୍ରେନରୁ ଡେଇଁବା ଆରମ୍ଭ କଲେ। ଯେଉଁଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ଶାହାଜାହାନପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ଯେଉଁଠାରେ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ରବିବାର ସକାଳ ୮ ଟାରେ ଏହି ଘଟଣା ଘଟିଥିବା କୁହାଯାଉଛି।

ଟ୍ରେନଟି ଅଟକି ଯାଇଥିଲା। ପାଇଲଟମାନେ ଯାତ୍ରୀମାନଙ୍କୁ ଏପରି କାରଣ ପଚାରିଥିଲେ, ସେମାନେ କହିଥିଲେ ଯେ ଟ୍ରେନରେ ନିଆଁ ଲାଗିଯାଇଛି। ଯାହା ପରେ ଟ୍ରେନ ଅଟକି ରହିଥିଲା। ଶାହାଜାହାନପୁର ପୋଲିସ ଷ୍ଟେସନ ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଯେତେବେଳେ ଯାଞ୍ଚ କରାଯାଇନଥିଲା ଅଗ୍ନିକାଣ୍ଡର ଚିହ୍ନ ମିଳିଲା ନାହିଁ।

ବରେଲି ଏବଂ କାଟ୍ରା ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଛି। ରେଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଯାତ୍ରୀମାନଙ୍କୁ ଶାହାଜାହାନପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ କିଏ ଏହି ଗୁଜବ ପ୍ରଚାର କରିଥିଲା, ତାହାର ଯାଞ୍ଚ କରାଯାଉଛି।