ବେଙ୍ଗାଲୁରୁରେ ଧାର୍ମିକ କାର୍ଯ୍ୟକ୍ରମ ବେଳେ ଅଘଟଣ, ଭୂଷୁଡି ପଡିଲା ୧୨୦ ଫୁଟ ଉଚ୍ଚ ଠାକୁରଙ୍କ ରଥ, ଦେଖନ୍ତୁ Video
ବେଙ୍ଗାଲୁରୁ ୬।୪: ଗ୍ରାମୀଣ ବେଙ୍ଗାଲୁରର ଅନେକଲ ନିକଟରେ ଅନୁଷ୍ଠିତ ହେଉଥିବା ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କାଳରେ ଶନିବାର ଅଘଟଣ ଘଟିଛି। କାର୍ଯ୍ୟକ୍ରମ ସ୍ଥଳକୁ ଅଣାଯାଉଥିବା ବେଳେ ୧୨୦ ଫୁଟ ରଥ ଓଲଟି ପଡିଛି। ତେବେ ଏହି ଘଟଣାରେ କେହି ହତାହତ ହୋଇ ନଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଏହି ଦୁର୍ଘଟଣା ଘଟିବା ବେଳେ ୧୦ରୁ ଅଧିକ ଗ୍ରାମର ଶହଶହ ଶ୍ରଦ୍ଧାଳୁ ହୁସ୍କୁର ମଦ୍ଦୁରମା ମନ୍ଦିରର ବାର୍ଷିକ ସମ୍ମିଳନୀରେ ଠୁଳ ହୋଇଥିଲେ। Huskuru Maduramma Temple Ratha fell down today.#Bengaluru pic.twitter.com/TY0bZcPMD0— Kamran (@CitizenKamran) April 6, 2024ବିଶାଳ ଓ ଜଟିଳ ରୂପେ ସଜା ଯାଇଥିବା ରଥକୁ ଭକ୍ତମାନେ ଚାରିଆଡୁ ରଶିରେ ବାନ୍ଧି ଉପରକୁ ଉଠାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ରଥର ସନ୍ତୁଳନ ବିଗିଡି ବାରୁ ଗୋଟିଏ ପଟକୁ ଅଣେଇ ହୋଇ ପଡି ଯାଇଛି। ତେବେ ଏହି ଦୁର୍ଘଟଣାରେ କାହାରିକୁ ଆଘାତ ଲାଗି ନାହିଁ। ପରେ ଟ୍ରାକ୍ଟର ଓ ଶଗଡ ଦ୍ୱାରା ରଥକୁ ପୁଣି ପୂର୍ବାବସ୍ଥାକୁ ଅଣାଯାଇଥିଲା। ହୁସ୍କୁର ମଦୁରମ୍ମାଏକ ଲୋକପ୍ରୀୟ ବାର୍ଷିକ ଉତ୍ସବ। ଏହି କାର୍ଯ୍ୟକ୍ରମରେ ଆଖପାଖ ୧୦ଟି ଗାଁର ଲୋକେ ଏକଜୁଟ ହୋଇ ମେଳା ଆୟୋଜନ କରିଥାନ୍ତି। ସବୁବର୍ଷ ଭଳି ଚଳିତ ବର୍ଷ ମେଳା ଆୟୋଜନ କରାଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଏହି ମେଳା ପାଇଁ ସ୍ଥାନୀୟ ଲୋକେ ବିଶାଳକାୟ ରଥ ନିର୍ମାଣ କରନ୍ତି। ଯାହାକୁ ମେଳା ସ୍ଥଳ
ବେଙ୍ଗାଲୁରୁ ୬।୪: ଗ୍ରାମୀଣ ବେଙ୍ଗାଲୁରର ଅନେକଲ ନିକଟରେ ଅନୁଷ୍ଠିତ ହେଉଥିବା ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କାଳରେ ଶନିବାର ଅଘଟଣ ଘଟିଛି। କାର୍ଯ୍ୟକ୍ରମ ସ୍ଥଳକୁ ଅଣାଯାଉଥିବା ବେଳେ ୧୨୦ ଫୁଟ ରଥ ଓଲଟି ପଡିଛି। ତେବେ ଏହି ଘଟଣାରେ କେହି ହତାହତ ହୋଇ ନଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଏହି ଦୁର୍ଘଟଣା ଘଟିବା ବେଳେ ୧୦ରୁ ଅଧିକ ଗ୍ରାମର ଶହଶହ ଶ୍ରଦ୍ଧାଳୁ ହୁସ୍କୁର ମଦ୍ଦୁରମା ମନ୍ଦିରର ବାର୍ଷିକ ସମ୍ମିଳନୀରେ ଠୁଳ ହୋଇଥିଲେ।
Huskuru Maduramma Temple Ratha fell down today.#Bengaluru pic.twitter.com/TY0bZcPMD0— Kamran (@CitizenKamran) April 6, 2024
ବିଶାଳ ଓ ଜଟିଳ ରୂପେ ସଜା ଯାଇଥିବା ରଥକୁ ଭକ୍ତମାନେ ଚାରିଆଡୁ ରଶିରେ ବାନ୍ଧି ଉପରକୁ ଉଠାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ରଥର ସନ୍ତୁଳନ ବିଗିଡି ବାରୁ ଗୋଟିଏ ପଟକୁ ଅଣେଇ ହୋଇ ପଡି ଯାଇଛି। ତେବେ ଏହି ଦୁର୍ଘଟଣାରେ କାହାରିକୁ ଆଘାତ ଲାଗି ନାହିଁ। ପରେ ଟ୍ରାକ୍ଟର ଓ ଶଗଡ ଦ୍ୱାରା ରଥକୁ ପୁଣି ପୂର୍ବାବସ୍ଥାକୁ ଅଣାଯାଇଥିଲା। ହୁସ୍କୁର ମଦୁରମ୍ମାଏକ ଲୋକପ୍ରୀୟ ବାର୍ଷିକ ଉତ୍ସବ। ଏହି କାର୍ଯ୍ୟକ୍ରମରେ ଆଖପାଖ ୧୦ଟି ଗାଁର ଲୋକେ ଏକଜୁଟ ହୋଇ ମେଳା ଆୟୋଜନ କରିଥାନ୍ତି।

ସବୁବର୍ଷ ଭଳି ଚଳିତ ବର୍ଷ ମେଳା ଆୟୋଜନ କରାଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଏହି ମେଳା ପାଇଁ ସ୍ଥାନୀୟ ଲୋକେ ବିଶାଳକାୟ ରଥ ନିର୍ମାଣ କରନ୍ତି। ଯାହାକୁ ମେଳା ସ୍ଥଳକୁ ନିଆଯାଇଥାଏ। ଏଥର ମଧ୍ୟ ସେଇଆ ହୋଇଥିଲା, ଜଟିଳ ରୂପେ ସଜା ଯାଇଥିବା ରଥକୁ ମେଳା ସ୍ଥଳକୁ ନିଆଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ରଥକୁ ଭକ୍ତ ବଳଦ ଲଗାଇ ଉପରକୁ ଉଠାଉଥିଲେ। ତେବେ ସନ୍ତୁଳନ ହରାଇବାରୁ ଏହା ଗୋଟିଏ ପଟକୁ ଅଣେଇ ହୋଇ ଓଲଟି ପଡିଛି।