ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ସଡ଼କ ଦୁର୍ଘଟଣାରେ ମୁଖ୍ୟ ସାକ୍ଷୀ ଗୁରୁତର
ଝାରସୁଗୁଡା ୨୨।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାର ମୁଖ୍ୟ ସାକ୍ଷୀ ଗୁରୁତର । ସଡ଼କ ଦୁର୍ଘଟଣାରେ ମୁଖ୍ୟ ସାକ୍ଷୀ ମନୁ ପ୍ରସାଦ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ ମ୍ୟୁନିସିପାଲଟି ନିକଟରେ ମନୁ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ମନୁ ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ପିକ୍ଅପ୍ ଭ୍ୟାନ୍କୁ ଜବତ କରି ଥାନାକୁ ନେଇଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ ସଠିକ୍ ଜଣାପଡିନଥିବା ବେଳେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।You Can Read:ଛିଡ଼ିଲାନି ଭାଗବଣ୍ଟା, ମହିଳାଙ୍କୁ ଟାଙ୍ଗିଆରେ ହାଣି କଲେ ହତ୍ୟା
ଝାରସୁଗୁଡା ୨୨।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାର ମୁଖ୍ୟ ସାକ୍ଷୀ ଗୁରୁତର । ସଡ଼କ ଦୁର୍ଘଟଣାରେ ମୁଖ୍ୟ ସାକ୍ଷୀ ମନୁ ପ୍ରସାଦ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ ମ୍ୟୁନିସିପାଲଟି ନିକଟରେ ମନୁ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ମନୁ ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ପିକ୍ଅପ୍ ଭ୍ୟାନ୍କୁ ଜବତ କରି ଥାନାକୁ ନେଇଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ ସଠିକ୍ ଜଣାପଡିନଥିବା ବେଳେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
You Can Read:
ଛିଡ଼ିଲାନି ଭାଗବଣ୍ଟା, ମହିଳାଙ୍କୁ ଟାଙ୍ଗିଆରେ ହାଣି କଲେ ହତ୍ୟା