ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

କଲମପୁର: ଶୁକ୍ରବାର ଧର୍ମଗଡ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।  ବିଧାୟକ ଶ୍ରୀ ପାଟ୍ଟଯୋଷୀ କଲମପୁର ବ୍ଲକର ବଙ୍କାପଲା ଠାରେ ପହଞ୍ଚିବା ପରେ କଲମପୁର ମଣ୍ଡଳ ସଭାପତି କମଳ ବାଗଙ୍କ ନେତୃତ୍ୱରେ ବରିଷ୍ଠ ନେତା ବିଜୟ କୁମାର ପଣ୍ଡା, ଘନଶ୍ୟାମ ନାଏକ, ଖିରୋଦ ଚନ୍ଦ୍ର ନାଏକ, ଯୁଦ୍ଧିଷ୍ଠିର ମାଝୀ , ଯୁବନେତା ସଞ୍ଜୀବ ଠାକୁର, ସୁଜିତ କୁମାର ଦଣ୍ଡସେନା, ହରେକୃଷ୍ଣ ସାହୁ, ସୌରଭ ବେହେରା, ପୁଣ୍ଡରୀକାକ୍ଷ ନାଏକ ପ୍ରମୁଖ କଲମପୁର […]

ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା
କଲମପୁର: ଶୁକ୍ରବାର ଧର୍ମଗଡ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।  ବିଧାୟକ ଶ୍ରୀ ପାଟ୍ଟଯୋଷୀ କଲମପୁର ବ୍ଲକର ବଙ୍କାପଲା ଠାରେ ପହଞ୍ଚିବା ପରେ କଲମପୁର ମଣ୍ଡଳ ସଭାପତି କମଳ ବାଗଙ୍କ ନେତୃତ୍ୱରେ ବରିଷ୍ଠ ନେତା ବିଜୟ କୁମାର ପଣ୍ଡା, ଘନଶ୍ୟାମ ନାଏକ, ଖିରୋଦ ଚନ୍ଦ୍ର ନାଏକ, ଯୁଦ୍ଧିଷ୍ଠିର ମାଝୀ , ଯୁବନେତା ସଞ୍ଜୀବ ଠାକୁର, ସୁଜିତ କୁମାର ଦଣ୍ଡସେନା, ହରେକୃଷ୍ଣ ସାହୁ, ସୌରଭ ବେହେରା, ପୁଣ୍ଡରୀକାକ୍ଷ ନାଏକ ପ୍ରମୁଖ କଲମପୁର ବ୍ଲକ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାମାନେ ନବ ନିର୍ବାଚିତ ବିଧାୟକ ଶ୍ରୀ ପାଟ୍ଟଯୋଷୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ।
ଏହାପରେ ଏକ ଶୋଭାଯାତ୍ରାରେ ବଙ୍କାପଲା, ଦେପୁର, ଇଚ୍ଛାପୁର, ବାବୁ କେନ୍ଦୁଗୁଡା, କଲମପୁର, ପଣ୍ଡିଗାଁ,ପାତ୍ରବସା, ତେନ୍ତୁଳିଖୁଣ୍ଟି, ବୋଦେଲବନ୍ଧ, ହାରାମାଲ, ପରୁଆଗୁଡା, ବନ୍ଧକନା, ଚୁରାଗାଁ, ଟେମରା ସମେତ ବିଜମରା ମଣ୍ଡଳର ବଡକୁଟୃ ବର୍ଚ୍ଛି, ମୀନଗୁର, ମଣ୍ଡଳ, କୋଟା ଗାଁ ଆଦି ସ୍ଥାନରେ ବିଧାୟକ ଶ୍ରୀ ପାଟ୍ଟଯୋଷୀଙ୍କୁ ସ୍ଵାଗତ କରିଥିଲେ। କୃଷି ଏବଂ କୃଷକର ଉନ୍ନତି ହେଲେ ରାଜ୍ୟର ଆର୍ଥିକ ବିକାଶ ହେବ। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରାଯିବା ନେଇ ସେ ସୂଚନା ଦେଇଥିଲେ। ଏହାସହ ଅଞ୍ଚଳବାସୀଙ୍କ ପକ୍ଷରୁ ସମର୍ଥନ ଦେଇ ନିର୍ବାଚନରେ ବିଜୟୀ କରାଇଥିବାରୁ କୃତଜ୍ଞତା ଜଣାଇଥିଲେ।