ଲକ୍ଷ୍ମୀ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଧୀରେ ଧୀରେ ଉତ୍ସବ ମୁଖର ହେବାରେ ଲାଗିଛି। ଦଶହରା ଓ ଲକ୍ଷ୍ମୀପୂଜା ପାଇଁ ଦାରିଙ୍ଗବାଡି ଓ ଏହାର ଆଖପାଖରେ ଶୁଭଖୁଣ୍ଟି ସ୍ଥାପନ କରି ପ୍ରସ୍ତୁତି ଆରମ୍ଭ ହୋଇଛି। ମଙ୍ଗଳବାର ଦାରିଙ୍ଗବାଡି ପଞ୍ଚାୟତ ତୁଡୁକିବାଡି ଗ୍ରାମରେ ଦ୍ୱିତୀୟ ବର୍ଷ ଲକ୍ଷ୍ମୀପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ଏଥିପାଇଁ ଗ୍ରାମଦେବତା ମା’ ପଟ୍ଟାଖଣ୍ଡାଙ୍କ ସମେତ ସମସ୍ତ ଦେବୀଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି […] The post ଲକ୍ଷ୍ମୀ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି appeared first on Dharitri Odia News.

ଲକ୍ଷ୍ମୀ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଧୀରେ ଧୀରେ ଉତ୍ସବ ମୁଖର ହେବାରେ ଲାଗିଛି। ଦଶହରା ଓ ଲକ୍ଷ୍ମୀପୂଜା ପାଇଁ ଦାରିଙ୍ଗବାଡି ଓ ଏହାର ଆଖପାଖରେ ଶୁଭଖୁଣ୍ଟି ସ୍ଥାପନ କରି ପ୍ରସ୍ତୁତି ଆରମ୍ଭ ହୋଇଛି। ମଙ୍ଗଳବାର ଦାରିଙ୍ଗବାଡି ପଞ୍ଚାୟତ ତୁଡୁକିବାଡି ଗ୍ରାମରେ ଦ୍ୱିତୀୟ ବର୍ଷ ଲକ୍ଷ୍ମୀପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ଏଥିପାଇଁ ଗ୍ରାମଦେବତା ମା’ ପଟ୍ଟାଖଣ୍ଡାଙ୍କ ସମେତ ସମସ୍ତ ଦେବୀଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।

ପ୍ରଭଞ୍ଜନ ନାୟକଙ୍କ ଆବାହନ କ୍ରମେ କମିଟିର ସଭାପତି ଝପର ନାୟକ, ମ୍ୟାନେଜର ବରୁଣ ଦଳବେହେରା, ମହେଶ୍ୱର ମଲିକ, ଅସିତ ମଲିକ, ଅନିଲ ମଲିକ,ଅଜୟ ମଲିକ, ସୁନୀଲ ପ୍ରଧାନ, ଶକ୍ତି ମଲିକ, ଶଙ୍କର ମାଳ ବିଶୋଇ, ସିଲନ ଦଳବେହେରା, ବରନିଧି ମଲିକ, ମୁନା ନାୟକ,ଗୋବିନ୍ଦ ଦିଗାଲଙ୍କ ସମେତ ଗ୍ରାମର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ।

The post ଲକ୍ଷ୍ମୀ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି appeared first on Dharitri Odia News.