ହୋଟେଲରୁ ବାହାରି ଏମିତି କହିଲେ ପୀୟୂଷ, ସବୁ ଫେରାଇ…
ଭୁବନେଶ୍ୱର,୧୧।୪: ସତ୍ୟନଗରର ଏକ ହୋଟେଲରୁ ବାହାରି ଯାତ୍ରା ହିରୋ ପୀୟୂଷ ତ୍ରିପାଠୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟଙ୍କା ଫେରାଇଲି, ଗାଡ଼ି ଫେରାଇବି। ମାଲିକ ସଂଘ ଯାହା ନିଷ୍ପତି ନେବ ମାନି ନେବି। ଯାତ୍ରାରେ ସବୁ ବିବାଦ କିଭଳି ତୁଟିବ ସେ ନେଇ ଦାବି ରଖିବି। ବିବାଦର ସମାଧାନ ହେଲେ ପ୍ରକୃତ ସତ ସାମ୍ନାକୁ ଆସିବ। ଯାତ୍ରା ଜଗତର ସବୁ ବିବାଦ ସମାଧାନ ହେବ ଦରକାର। ପ୍ରଶଂସକମାନେ ବିବାଦ ପାଇଁ ନିରାଶ ହୋଇଛନ୍ତି। ପୀୟୂଷଙ୍କ ବିବାଦ […] The post ହୋଟେଲରୁ ବାହାରି ଏମିତି କହିଲେ ପୀୟୂଷ, ସବୁ ଫେରାଇ… appeared first on Dharitri Odia News.
ଭୁବନେଶ୍ୱର,୧୧।୪: ସତ୍ୟନଗରର ଏକ ହୋଟେଲରୁ ବାହାରି ଯାତ୍ରା ହିରୋ ପୀୟୂଷ ତ୍ରିପାଠୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟଙ୍କା ଫେରାଇଲି, ଗାଡ଼ି ଫେରାଇବି। ମାଲିକ ସଂଘ ଯାହା ନିଷ୍ପତି ନେବ ମାନି ନେବି। ଯାତ୍ରାରେ ସବୁ ବିବାଦ କିଭଳି ତୁଟିବ ସେ ନେଇ ଦାବି ରଖିବି।
ବିବାଦର ସମାଧାନ ହେଲେ ପ୍ରକୃତ ସତ ସାମ୍ନାକୁ ଆସିବ। ଯାତ୍ରା ଜଗତର ସବୁ ବିବାଦ ସମାଧାନ ହେବ ଦରକାର। ପ୍ରଶଂସକମାନେ ବିବାଦ ପାଇଁ ନିରାଶ ହୋଇଛନ୍ତି।
ପୀୟୂଷଙ୍କ ବିବାଦ ତୁଟାଇବା ପାଇଁ ସତ୍ୟନଗରର ଏକ ହୋଟେଲରେ ଯାତ୍ରା ମାଲିକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଦୁଇ ଦୁଇଟି ଯାତ୍ରା ମାଲିକଙ୍କ ଠାରୁ ଟଙ୍କା ନେଇ ବିବାଦୀୟ ହୋଇ ପଡ଼ିଥିବା ପୀୟୂଷ ଏକ ଟଙ୍କା ବ୍ୟାଗ ସହ ପହଞ୍ଚିଥିଲେ।
ଏମିତିକି କିଛି ଦିନ ବିବାଦ ପରେ ଜଣେ ହାସ୍ୟ ଅଭିନେତାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ କରାଯାଇଛି । ଅପରପକ୍ଷେ ଜଲିଉଡ ହାଇପେଡ ଆକ୍ଟର ପୀୟୂଷ ତ୍ରିପାଠୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ତେବେ ଯାତ୍ରା ଜଗତର ଚର୍ଚ୍ଚିତ କଳାକାର ପୀୟୂଷ ତ୍ରିପାଠୀଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆଜି ଯବନିକା ପଡ଼ିଛି ।
The post ହୋଟେଲରୁ ବାହାରି ଏମିତି କହିଲେ ପୀୟୂଷ, ସବୁ ଫେରାଇ… appeared first on Dharitri Odia News.