ନବବର୍ଷ ସ୍ୱାଗତରେ ଖୁବ୍ ଅୟେସ କରିଛନ୍ତି ଲୋକେ, ଜାଣନ୍ତୁ ଅନଲାଇନରେ ପ୍ରତି ମିନିଟ୍ ବିକ୍ରି ହୋଇଛି କେତେ ଆଇସ୍?
ନୂଆଦିଲ୍ଲୀ ୧।୧: ବିଶ୍ୱର ସବୁ କୋଣରେ ଲୋକେ ନବବର୍ଷକୁ ହର୍ଷୋଲ୍ଲାସର ସହ ପାଳନ କରୁଛନ୍ତି। ଏହି ଅବସରରେ ଲୋକେ ଅନଲାଇନ ପ୍ଲାଟଫର୍ମରୁ ଖୁବ କିଣାକିଣି ମଧ୍ୟ କରିଛନ୍ତି। ଏହି କ୍ରମରେ ଦେଶର ଦୁଇ ପ୍ରମୁଖ କ୍ୱିକ୍ କମର୍ସ ପ୍ଲେୟାର ବ୍ଲିଙ୍କିଟ ଓ ସ୍ୱିଗି ନବବର୍ଷ ପୂର୍ବ ସନ୍ଧ୍ୟାର ବ୍ୟବସାୟୀକ ରିପୋର୍ଟ ଜାରି କରିଛନ୍ତି। ତଥ୍ୟ ଅନୁସାରେ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଲୋକେ ଉତ୍ସବ ପାଳନ କରିବା ସହ ଖୁବ୍ ପାର୍ଟି କରିଛନ୍ତି। ମହାନଗରରୁ ଆରମ୍ଭ କରି ଛୋଟଛୋଟ ସହର ପର୍ଯ୍ୟନ୍ତ ସବୁଠି ଲୋକେ ଅନଲାଇନ ପ୍ଲାଟଫର୍ମରୁ ବେଶେ କିଣାକିଣି କରିଛନ୍ତି। ଡିସେମ୍ବର ୩୧ରେ ଅନଲାଇନ ଅର୍ଡରରେ ପାର୍ଟି ନିମନ୍ତେ ଆବଶ୍ୟକ ସାମଗ୍ରୀ ଯେପରିକି ସଫ୍ଟଡ୍ରିଙ୍କ, ଚିପସ୍ ଓ ପାଣି ବୋତଲ ଆଦି ମଗାଇଛନ୍ତି। ଏହାକୁ ନେଇ ସ୍ୱିଗି ଓ ସ୍ୱିଗି ଇନଷ୍ଟା ମାର୍ଟର ସହ ସଂସ୍ଥାପକ ଫଣି କିଶନ ଏ ଓ ବ୍ଲିଙ୍କିଟ୍ ସିଇଓ ଅଲବିନ୍ଦର ଢିଣ୍ଡସା ନିଜନିଜ ପ୍ଲାଟଫର୍ମରେ ଅର୍ଡର କରାଯାଇଥିବା ସବୁଠୁ ଅଧିକ ଓ ସବୁଠୁ ଲୋକପ୍ରିୟ ସାମଗ୍ରୀର ଲାଇଭ ଟ୍ୱିଟ୍ କରିଛନ୍ତି। ଉଭୟ ପ୍ଲାଟଫର୍ମରେ ଲୋକେ ସବୁଠୁ ଅଧିକ ଚିପସ୍ ମଗାଇଛନ୍ତି। ତଥ୍ୟ ମୁତାବକ ବ୍ଲିଙ୍କିଟ୍ ରାତି ୮ଟା ସୁଦ୍ଧା ଲୋକଙ୍କ ପାଖକୁ ୨.୩ଲକ୍ଷ ପ୍ୟାକେଟ୍ ଆଳୁ ଭୁଜିଆ ପହଞ୍ଚାଇଥିଲା। ସେହିପରି ସ୍ୱିଗି ଇନଷ୍ଟାମାର୍ଟ ମଙ୍ଗଳବାର ସନ୍ଧ୍ୟା ସାଢେ ୭ଟା ସୁଦ୍ଧା ପ୍ରତି ମିନିଟ୍ ଚିପସ୍ ର ୮୫୩ ଅର୍ଡର ସର୍ଭ କରିଛି। ସ୍ୱିଗି ଇନଷ
ନୂଆଦିଲ୍ଲୀ ୧।୧: ବିଶ୍ୱର ସବୁ କୋଣରେ ଲୋକେ ନବବର୍ଷକୁ ହର୍ଷୋଲ୍ଲାସର ସହ ପାଳନ କରୁଛନ୍ତି। ଏହି ଅବସରରେ ଲୋକେ ଅନଲାଇନ ପ୍ଲାଟଫର୍ମରୁ ଖୁବ କିଣାକିଣି ମଧ୍ୟ କରିଛନ୍ତି। ଏହି କ୍ରମରେ ଦେଶର ଦୁଇ ପ୍ରମୁଖ କ୍ୱିକ୍ କମର୍ସ ପ୍ଲେୟାର ବ୍ଲିଙ୍କିଟ ଓ ସ୍ୱିଗି ନବବର୍ଷ ପୂର୍ବ ସନ୍ଧ୍ୟାର ବ୍ୟବସାୟୀକ ରିପୋର୍ଟ ଜାରି କରିଛନ୍ତି। ତଥ୍ୟ ଅନୁସାରେ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଲୋକେ ଉତ୍ସବ ପାଳନ କରିବା ସହ ଖୁବ୍ ପାର୍ଟି କରିଛନ୍ତି। ମହାନଗରରୁ ଆରମ୍ଭ କରି ଛୋଟଛୋଟ ସହର ପର୍ଯ୍ୟନ୍ତ ସବୁଠି ଲୋକେ ଅନଲାଇନ ପ୍ଲାଟଫର୍ମରୁ ବେଶେ କିଣାକିଣି କରିଛନ୍ତି।
ଡିସେମ୍ବର ୩୧ରେ ଅନଲାଇନ ଅର୍ଡରରେ ପାର୍ଟି ନିମନ୍ତେ ଆବଶ୍ୟକ ସାମଗ୍ରୀ ଯେପରିକି ସଫ୍ଟଡ୍ରିଙ୍କ, ଚିପସ୍ ଓ ପାଣି ବୋତଲ ଆଦି ମଗାଇଛନ୍ତି। ଏହାକୁ ନେଇ ସ୍ୱିଗି ଓ ସ୍ୱିଗି ଇନଷ୍ଟା ମାର୍ଟର ସହ ସଂସ୍ଥାପକ ଫଣି କିଶନ ଏ ଓ ବ୍ଲିଙ୍କିଟ୍ ସିଇଓ ଅଲବିନ୍ଦର ଢିଣ୍ଡସା ନିଜନିଜ ପ୍ଲାଟଫର୍ମରେ ଅର୍ଡର କରାଯାଇଥିବା ସବୁଠୁ ଅଧିକ ଓ ସବୁଠୁ ଲୋକପ୍ରିୟ ସାମଗ୍ରୀର ଲାଇଭ ଟ୍ୱିଟ୍ କରିଛନ୍ତି। ଉଭୟ ପ୍ଲାଟଫର୍ମରେ ଲୋକେ ସବୁଠୁ ଅଧିକ ଚିପସ୍ ମଗାଇଛନ୍ତି।
ତଥ୍ୟ ମୁତାବକ ବ୍ଲିଙ୍କିଟ୍ ରାତି ୮ଟା ସୁଦ୍ଧା ଲୋକଙ୍କ ପାଖକୁ ୨.୩ଲକ୍ଷ ପ୍ୟାକେଟ୍ ଆଳୁ ଭୁଜିଆ ପହଞ୍ଚାଇଥିଲା। ସେହିପରି ସ୍ୱିଗି ଇନଷ୍ଟାମାର୍ଟ ମଙ୍ଗଳବାର ସନ୍ଧ୍ୟା ସାଢେ ୭ଟା ସୁଦ୍ଧା ପ୍ରତି ମିନିଟ୍ ଚିପସ୍ ର ୮୫୩ ଅର୍ଡର ସର୍ଭ କରିଛି। ସ୍ୱିଗି ଇନଷ୍ଟାମାର୍ଟ ଏହା ମଧ୍ୟ ସୂଚିତ କରିଛି ଯେ ଡିସେମ୍ବର ୩୧ ରାତିର ଟପ ୫ ଅର୍ଡରରେ ଦୁଗ୍ଧ, ଚିପସ୍, ଚକୋଲେଟ, ଅଙ୍ଗୁର ଓ ପନିର ସାମିଲ ଥିଲା। କେବଳ ସ୍ନାକ୍ସ ନୁହେଁ ୩୧ ଡିସେମ୍ବର ରାତିରେ ଲୋକେ କୋଲ୍ଡ ଡ୍ରିଙ୍କସ୍ ଓ ଆଇସ୍ କ୍ୟୁବ୍ ମଧ୍ୟ ଖୁବ ମଗାଇଛନ୍ତି। ବ୍ଲିଙ୍କିଟ୍ ତଥ୍ୟ ଅନୁସାରେ ରାତି ୮ଟା ସୁଦ୍ଧା ୬,୮୩୪ ପ୍ୟାକେଟ୍ ଡେଲିଭରୀ ଲାଗି ପଠାଯାଇଥିଲା।
ଏହି ସମୟ ଆଖପାଖରେ ବିଗବାସ୍କେଟ୍ କୁ ଆଇସକ୍ୟୁବ୍ ଅର୍ଡର ୧୨୯୦ ପ୍ରତିଶତର ଭାରି ବୃଦ୍ଧି ହୋଇଥିଲା। ଏହା ଛଡା ବିଗବାସ୍କେଟରେ ଅଣଆଲକୋହଲିକ୍ ପେୟ ପଦାର୍ଥ ବିକ୍ରିରେ ୫୫୨ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଡିସ୍ପୋଜେବଲ କପ ଓ ପ୍ଲେଟ୍ ବିକ୍ରିରେ ୩୨୫ ପ୍ରତିଶତ ବୃଦ୍ଧି ଦେଖାଯାଇଛି। ଏଥିରୁ ଜଣା ପଡୁଛି ଲୋକେ ସେମାନଙ୍କ ଘରେ ମଧ୍ୟ ନବବର୍ଷ ସ୍ୱାଗତ ପାଇଁ ଭବ୍ୟ ଆୟୋଜନ କରିଥିଲେ। ଏଥି ପାଇଁ ସୋଡା ଓ ମକଟେଲ ବିକ୍ରିରେ ୨୦୦ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ରାତି ୭ଟା ୪୧ ମିନିଟ୍ ପର୍ଯ୍ୟନ୍ତ ପ୍ରତି ମିନିଟ୍ ୧୧୯ କେଜି ଆଇସ୍ କ୍ୟୁବ୍ ଡେଲିଭରୀ କରାଯାଇଥିଲା।