ନବବିବାହିତାଙ୍କ ଆତ୍ମହତ୍ୟା ପରେ ତରବରିଆ ଭାବେ କରିଥିଲେ ଅନ୍ତିମ ସଂସ୍କାର, ସ୍ବାମୀ ଅଟକ

ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମର ନବ ବିବାହିତା ସ୍ମୃତି ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସ୍ବାମୀ ସୁଜିତ ସାହୁଙ୍କୁ ପାଟପୁର ଥାନାରେ ପୋଲିସ ଅଟକ ରଖି ତଦନ୍ତ ଚଳାଇଛନ୍ତି। ଗତ ୨୦ ତାରିଖରେ ଗ୍ରାମର ନୂଆସାହିରେ ରହୁଥିବା ତାଳପୁର ଗ୍ରାମର ସୁରେନ୍ଦ୍ର ସାହୁଙ୍କ କନ୍ୟା ସ୍ମୃତି ସିଙ୍ଗପୁର ଗ୍ରାମ ଲୁଣ୍ଡା ସାହିର ସୁଜିତଙ୍କୁ ବିବାହ କରିଥିଲେ। ପରକୀୟା ପ୍ରୀତିକୁ ନେଇ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗ ରହୁଥିଲା। ଏଥିରେ ମାନସିକ […] The post ନବବିବାହିତାଙ୍କ ଆତ୍ମହତ୍ୟା ପରେ ତରବରିଆ ଭାବେ କରିଥିଲେ ଅନ୍ତିମ ସଂସ୍କାର, ସ୍ବାମୀ ଅଟକ appeared first on Dharitri Odia News.

ନବବିବାହିତାଙ୍କ ଆତ୍ମହତ୍ୟା ପରେ ତରବରିଆ ଭାବେ କରିଥିଲେ ଅନ୍ତିମ ସଂସ୍କାର, ସ୍ବାମୀ ଅଟକ

ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମର ନବ ବିବାହିତା ସ୍ମୃତି ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସ୍ବାମୀ ସୁଜିତ ସାହୁଙ୍କୁ ପାଟପୁର ଥାନାରେ ପୋଲିସ ଅଟକ ରଖି ତଦନ୍ତ ଚଳାଇଛନ୍ତି। ଗତ ୨୦ ତାରିଖରେ ଗ୍ରାମର ନୂଆସାହିରେ ରହୁଥିବା ତାଳପୁର ଗ୍ରାମର ସୁରେନ୍ଦ୍ର ସାହୁଙ୍କ କନ୍ୟା ସ୍ମୃତି ସିଙ୍ଗପୁର ଗ୍ରାମ ଲୁଣ୍ଡା ସାହିର ସୁଜିତଙ୍କୁ ବିବାହ କରିଥିଲେ। ପରକୀୟା ପ୍ରୀତିକୁ ନେଇ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗ ରହୁଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ସ୍ମୃତି ମଙ୍ଗଳବାର ରାତିରେ ଘର ଭିତରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଅତି ତରବରିଆ ଭାବେ ପରିବାରଲୋକେ ପୋଲିସକୁ ଖବର ନଦେଇ ଗାଁ ଶ୍ମଶାନରେ ସ୍ମୃତିଙ୍କ ଅନ୍ତିମ ସଂସ୍କାର କରି ଦେଇଥିଲେ। ବୁଧବାର ସକାଳେ ସ୍ମୃତିଙ୍କ ଭାଇ ଶିବଶଙ୍କର ସାହୁ ଏନେଇ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ.୨୩୩/୨୫ ଅନୁଯାୟୀ ଅଭିଯୁକ୍ତ ସ୍ବାମୀ ଓ ଶାଶୁ ଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ। ପୋଲିସ ସାଇଣ୍ଟିଫିକ ଟିମ ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଘଟଣାର ସବିଶେଷ ତଦନ୍ତ କରିବାସହ ଶ୍ମଶାନରୁ ସ୍ମୃତିଙ୍କ ହାଡ଼ ପାଉଁଶ ଜବତ କରି ଫରେନସିକ ପରୀକ୍ଷା ନିମନ୍ତେ ପଠାଇଥିବା ଜଣାପଡ଼ିଛି।

The post ନବବିବାହିତାଙ୍କ ଆତ୍ମହତ୍ୟା ପରେ ତରବରିଆ ଭାବେ କରିଥିଲେ ଅନ୍ତିମ ସଂସ୍କାର, ସ୍ବାମୀ ଅଟକ appeared first on Dharitri Odia News.