ନବମ, ଦଶମ ପିଲାଙ୍କୁ ମଧ୍ୟାହ୍ନଭୋଜନ ପାଇଁ ଦାବି କଲେ ଅଷ୍ଟମ ଶ୍ରେଣୀ ଛାତ୍ର

ସମ୍ବଲପୁର,୯ା୨(ପ୍ରମୋଦ ବହିଦାର): ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ସେଥିମଧ୍ୟରେ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବଣ୍ଟନ ଅନ୍ୟତମ। ଏହି ଯୋଜନାରେ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା ବେଳେ ନବମ ଏବଂ ଦଶମ ଶ୍ରେଣୀର ପିଲାଙ୍କୁ ବାଦ୍‌ ଦିଆଯାଇଛି। ଏହି ଦୁଇ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଯୋଜନାରେ ସାମିଲ ଦାବିକରି ଶୁକ୍ରବାର ଜଣେ ଛାତ୍ର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜମନକିରା ବ୍ଲକ ଚିନିମହୁଲ ଆଦର୍ଶ […] The post ନବମ, ଦଶମ ପିଲାଙ୍କୁ ମଧ୍ୟାହ୍ନଭୋଜନ ପାଇଁ ଦାବି କଲେ ଅଷ୍ଟମ ଶ୍ରେଣୀ ଛାତ୍ର appeared first on Dharitri Odia News.

ନବମ, ଦଶମ ପିଲାଙ୍କୁ ମଧ୍ୟାହ୍ନଭୋଜନ ପାଇଁ ଦାବି କଲେ ଅଷ୍ଟମ ଶ୍ରେଣୀ ଛାତ୍ର

ସମ୍ବଲପୁର,୯ା୨(ପ୍ରମୋଦ ବହିଦାର): ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ସେଥିମଧ୍ୟରେ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବଣ୍ଟନ ଅନ୍ୟତମ। ଏହି ଯୋଜନାରେ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା ବେଳେ ନବମ ଏବଂ ଦଶମ ଶ୍ରେଣୀର ପିଲାଙ୍କୁ ବାଦ୍‌ ଦିଆଯାଇଛି। ଏହି ଦୁଇ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଯୋଜନାରେ ସାମିଲ ଦାବିକରି ଶୁକ୍ରବାର ଜଣେ ଛାତ୍ର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଜମନକିରା ବ୍ଲକ ଚିନିମହୁଲ ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଅଙ୍କେଶ କୁମାର ନାଥ ବିଦ୍ୟାଳୟର ଖାଦ୍ୟମନ୍ତ୍ରୀ ଭାବେ ମଧ୍ୟାହ୍ନଭୋଜନ ବଣ୍ଟନ ଦାୟିତ୍ୱରେ ରହିଛନ୍ତି। ଉକ୍ତ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ତେବେ ଏଠାରେ କେବଳ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉଥିବା ବେଳେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଛି।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହା ଏକମାତ୍ର ଆଦର୍ଶ ବିଦ୍ୟାଳୟ। ଅଧିକାଂଶ ଛାତ୍ରୀଛାତ୍ର ୩୦/୩୫ କି.ମି. ଦୂରରୁ ସକାଳ ୭ଟାରୁ ଆସି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସ୍କୁଲରେ ରହିଥାଆନ୍ତି। ସେମାନଙ୍କ ମଧ୍ୟରେ ଅନେକ ଗରିବ ଶ୍ରେଣୀର ହୋଇଥିବାରୁ ସବୁଦିନ ଘର ପ୍ରସ୍ତୁତ ଖାଦ୍ୟ ଆଣିବା ଓ ବାହାରୁ କ୍ରୟ କରି ଖାଇବା ସେମାନଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ। ଏହାକୁ ଦୃଷ୍ଟିରେ ରଖି ଏହି ଦୁଇଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଙ୍କେଶ ଜିଲାପାଳଙ୍କ ନିକଟରେ ଲିଖିତ ଦାବି କରିଛନ୍ତି।

The post ନବମ, ଦଶମ ପିଲାଙ୍କୁ ମଧ୍ୟାହ୍ନଭୋଜନ ପାଇଁ ଦାବି କଲେ ଅଷ୍ଟମ ଶ୍ରେଣୀ ଛାତ୍ର appeared first on Dharitri Odia News.