ନବରଙ୍ଗପୁର : କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗ ମାମଲା । ପିଇଓ ସୁରେନ୍ଦ୍ର ଭତ୍ତାଙ୍କୁ ବାନ୍ଧିଲା ଭିଜିଲାନ୍ସ
କନକ ବ୍ୟୁରୋ: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ପ୍ରାୟ କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ି ପଞ୍ଚାୟତର ପିଇଓ ସୁରେନ୍ଦ୍ର ଭତ୍ରା। ବିଳମ୍ବିତ ରାତିରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ତୁରୁଡ଼ି ପଞ୍ଚାୟତରେ ଆର୍ଥିକ ଅନିୟମିତତା ନେଇ ପୂର୍ବରୁ ଦୁଇ ପଞ୍ଚାୟତର ସରପଞ୍ଚ ଓ ରାଇଘର ବିଡ଼ିଓ କୁନ୍ଦେଇ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ତୁରୁଡ଼ି ପଞ୍ଚାୟତ ପିଇଓ ସୁରେନ୍ଦ୍ର ଭତ୍ରାଙ୍କୁ ଗିରଫ କରିଛି ଭିଜିଲାନ୍ସ ।