ରେକର୍ଡ ଭାଙ୍ଗୁଛି ପୁଷ୍ପା:2 ; ରିଲିଜ ପ୍ରଥମ ଦିନରେ ୨ଶହ କୋଟିରୁ ଅଧିକ ବକ୍ସ ଅଫିସ ଆୟ
କନକ ବ୍ୟୁରୋ : ରିଲିଜ ପୂର୍ବରୁ ଯେତିକି ରେକର୍ଡ ଭାଙ୍ଗିଥିଲା ପୁଷ୍ପା ଟୁ ସେତିକି ରେକର୍ଡ ରିଲିଜ ପରେ ମଧ୍ୟ ଜାରି ରହିଛି । ପ୍ରଥମ ଦିନରେ ସିନେମାର ୱାଲଡୱାଇଡ ବକ୍ସ ଅଫିସ ଆୟ ୨ଶହ କୋଟି ଟପିଛି । କଳାକାରଙ୍କ ଅଭିନୟ , ସିନେମାର କାହାଣୀ ଓ ଅଲ୍ଲୁ ଏବଂ ରଶ୍ମିକାଙ୍କ ଅଭିନୟକୁ ସବୁ ବର୍ଗର ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ପୁଷ୍ପା ଟୁ ର ଫାୟାର ଏବେ ସବୁଠି । ଦମଦାର ଅଭିନୟ,ବଳିଷ୍ଠ କାହାଣୀ ଓ ଆଖିଦୃଶିଆ ଚିତ୍ର ପୁଣି ସିନେମାକୁ ସଫଳତାର ଶିଖରରେ ପହଁଚାଇଛି । ରିଲିଜର ପ୍ରଥମଦିନରେ ବିଶ୍ୱସ୍ତରରେ ୨ଶହକୋଟିରୁ ଅଧିକ ଆୟ କରି ନୂଆ ମାଇଲଷ୍ଟୋନ ସୃଷ୍ଟି କରିଛି ପୁଷ୍ପା ଟୁ । କଳକୀ,କେଜିଏଫ ଟୁ,ଆରଆରଆର,ବାହୁବଲୀ ଟ,ଜୱାନର ରେକର୍ଡ ଭାଙ୍ଗିଛି ପୁଷ୍ପା ଟୁ । ଭାରତ ସମେତ ସାଉଦିଆରବ,ଆମେରିକା, କାନାଡରେ ସିନେମାକୁ ଜବରସ୍ତ ସଫଳତା ମିଳୁଛି । ସିନେସମୀକ୍ଷକଙ୍କ ମତରେ ପୁଷ୍ପା ଅପେକ୍ଷା ପୁଷ୍ପା ଟୁରେ କରାଯାଇଥିବା କିଛି ନୂଆ ଏକ୍ସପେରିମେଂଣ୍ଟ କମାଲ କରୁଛି । ସେପଟେ କ୍ରେଜ ଓ ସଫଳତା ଭିତରେ ସିନେ ମେକରଙ୍କ ପାଇଁ ଅଡୁଆ ବଢ଼ାଇଛି ଜଣେ ପ୍ରଶଂସକଙ୍କ ମୃତ୍ୟ । ଦଳଚକଟାରେ ଜଣଙ୍କ ମୃତ୍ୟୁ ପରେ ଏଣିକି ତେଲେଙ୍ଗାନାରେ ସକାଳର ପ୍ରଥମ ଶୋକୁ ବ୍ୟାନ କରାଯାଇଛି । ତେବେ ଦେଖିବାକୁ ବାକି ରହିଲା ବର୍ଷ ଶେଷରେ ରିଲିଜ ହୋଇଥିବା ଏହି ହାଇବଜେଟ, ମଲଟିଷ୍ଟାକାଷ୍ଟର ହାଇପ୍ରୋଫାଇଲ ବହୁଭାଷୀ ସିନେମା ଆଗକୁ କେତେ ସଫଳତା ପାଉଛି ।

କନକ ବ୍ୟୁରୋ : ରିଲିଜ ପୂର୍ବରୁ ଯେତିକି ରେକର୍ଡ ଭାଙ୍ଗିଥିଲା ପୁଷ୍ପା ଟୁ ସେତିକି ରେକର୍ଡ ରିଲିଜ ପରେ ମଧ୍ୟ ଜାରି ରହିଛି । ପ୍ରଥମ ଦିନରେ ସିନେମାର ୱାଲଡୱାଇଡ ବକ୍ସ ଅଫିସ ଆୟ ୨ଶହ କୋଟି ଟପିଛି । କଳାକାରଙ୍କ ଅଭିନୟ , ସିନେମାର କାହାଣୀ ଓ ଅଲ୍ଲୁ ଏବଂ ରଶ୍ମିକାଙ୍କ ଅଭିନୟକୁ ସବୁ ବର୍ଗର ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ପୁଷ୍ପା ଟୁ ର ଫାୟାର ଏବେ ସବୁଠି । ଦମଦାର ଅଭିନୟ,ବଳିଷ୍ଠ କାହାଣୀ ଓ ଆଖିଦୃଶିଆ ଚିତ୍ର ପୁଣି ସିନେମାକୁ ସଫଳତାର ଶିଖରରେ ପହଁଚାଇଛି । ରିଲିଜର ପ୍ରଥମଦିନରେ ବିଶ୍ୱସ୍ତରରେ ୨ଶହକୋଟିରୁ ଅଧିକ ଆୟ କରି ନୂଆ ମାଇଲଷ୍ଟୋନ ସୃଷ୍ଟି କରିଛି ପୁଷ୍ପା ଟୁ । କଳକୀ,କେଜିଏଫ ଟୁ,ଆରଆରଆର,ବାହୁବଲୀ ଟ,ଜୱାନର ରେକର୍ଡ ଭାଙ୍ଗିଛି ପୁଷ୍ପା ଟୁ ।
ଭାରତ ସମେତ ସାଉଦିଆରବ,ଆମେରିକା, କାନାଡରେ ସିନେମାକୁ ଜବରସ୍ତ ସଫଳତା ମିଳୁଛି । ସିନେସମୀକ୍ଷକଙ୍କ ମତରେ ପୁଷ୍ପା ଅପେକ୍ଷା ପୁଷ୍ପା ଟୁରେ କରାଯାଇଥିବା କିଛି ନୂଆ ଏକ୍ସପେରିମେଂଣ୍ଟ କମାଲ କରୁଛି । ସେପଟେ କ୍ରେଜ ଓ ସଫଳତା ଭିତରେ ସିନେ ମେକରଙ୍କ ପାଇଁ ଅଡୁଆ ବଢ଼ାଇଛି ଜଣେ ପ୍ରଶଂସକଙ୍କ ମୃତ୍ୟ । ଦଳଚକଟାରେ ଜଣଙ୍କ ମୃତ୍ୟୁ ପରେ ଏଣିକି ତେଲେଙ୍ଗାନାରେ ସକାଳର ପ୍ରଥମ ଶୋକୁ ବ୍ୟାନ କରାଯାଇଛି । ତେବେ ଦେଖିବାକୁ ବାକି ରହିଲା ବର୍ଷ ଶେଷରେ ରିଲିଜ ହୋଇଥିବା ଏହି ହାଇବଜେଟ, ମଲଟିଷ୍ଟାକାଷ୍ଟର ହାଇପ୍ରୋଫାଇଲ ବହୁଭାଷୀ ସିନେମା ଆଗକୁ କେତେ ସଫଳତା ପାଉଛି ।