ନବରଙ୍ଗପୁର ରାଜନୀତିରେ ବିରଳ, ବାପା-ଝିଅ ସାଂସଦ ଓ ବିଧାୟକ, ଖୁଡି-ପୁତୁରା ମୁହାଁମୁହିଁ

ନବରଙ୍ଗପୁର ୦୩/୦୪: ସବୁ ଦଳର ଅନେକ ଆସନ ପାଇଁ ଘୋଷଣା ହୋଇଛି ପ୍ରାର୍ଥୀ । ଏବେ ମୈଦାନର ଚାଲିବ ଅସଲ ଲଢେଇ । ଆରମ୍ଭ ହୋଇଗଲାଣି କସରତ । ତେବେ ନବରଙ୍ଗପୁର ଆସନରେ ଏଥର ଦେଖିବାକୁ ମିଳିବ କଡ୍ଡା ଟକ୍କର । କଂଗ୍ରେସ୍ ପକ୍ଷରୁ ନବରଂଗପୁର ଲୋକସଭା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା ସରିଛି । ତେବେ  ବାପା ଭୁଜବଳ ମାଝୀ କଂଗ୍ରେସ ଦଳ ପକ୍ଷରୁ ସାଂସଦ ଭାବେ ଲଢ଼ୁଥିବା ବେଳେ ତାଙ୍କ ଡ଼ାକ୍ତରୀ ଝିଅ ଡ. ଲିପିକା ମାଝୀ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳ ପକ୍ଷରୁ ବିଧାୟିକା ଭାବରେ ନିର୍ବାଚନ ଲଢ଼ିବେ । ବାପା ଝିଅ ଏବେ କଂଗ୍ରେସ ପକ୍ଷରୁ ନିର୍ବାଚନ ମଇଦାନରେ । ତେବେ ଡ. ଲିପିକା ରାଜନୀତିରେ ନୁଆ ମୁହଁ । ଆଉ ସେଥିପାଇଁ ସେ ଛାଡି ଛାଡିଦେଇଛନ୍ତି ତାଙ୍କର ପେଶା ।ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ସେପଟେ ବାପା ସାଂସଦ ଭାବେ ନିର୍ବାଚିତ ଲଢ଼ିବେ । ସେଥାଫଇଁ ବାପା-ଝିଅ ଏବେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି ପ୍ରଚାରରେ । ତେବେ ବାପାଙ୍କୁ ଦେଖି ଝିଅ ଅନୁପ୍ରାଣିତ ହୋଇଛନ୍ତି ବୋଲି ଡ. ଲିପିକା ମାଝୀ କହିଛନ୍ତି । ସେପଟେ ନବରଂଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲଢେଇ ହେବ ଖୁଡି ଓ ପୁତୁରା ମଧ୍ୟରେ । ଖୁଡି କୌଶଲ୍ୟା ପ୍ରଧାନୀ BJD ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଓହ୍ଲାଇଥିବାବେଳେ ତାଙ୍କୁ ଚେକ୍ ଦେବେ କଂଗ୍ରେସ ପକ୍ଷରୁ ତାଙ୍କ ନିଜ ପୁତୁରା ଦିଲ୍

ନବରଙ୍ଗପୁର ରାଜନୀତିରେ ବିରଳ, ବାପା-ଝିଅ ସାଂସଦ ଓ ବିଧାୟକ, ଖୁଡି-ପୁତୁରା ମୁହାଁମୁହିଁ

ନବରଙ୍ଗପୁର ୦୩/୦୪: ସବୁ ଦଳର ଅନେକ ଆସନ ପାଇଁ ଘୋଷଣା ହୋଇଛି ପ୍ରାର୍ଥୀ । ଏବେ ମୈଦାନର ଚାଲିବ ଅସଲ ଲଢେଇ । ଆରମ୍ଭ ହୋଇଗଲାଣି କସରତ । ତେବେ ନବରଙ୍ଗପୁର ଆସନରେ ଏଥର ଦେଖିବାକୁ ମିଳିବ କଡ୍ଡା ଟକ୍କର । କଂଗ୍ରେସ୍ ପକ୍ଷରୁ ନବରଂଗପୁର ଲୋକସଭା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା ସରିଛି । 

ତେବେ  ବାପା ଭୁଜବଳ ମାଝୀ କଂଗ୍ରେସ ଦଳ ପକ୍ଷରୁ ସାଂସଦ ଭାବେ ଲଢ଼ୁଥିବା ବେଳେ ତାଙ୍କ ଡ଼ାକ୍ତରୀ ଝିଅ ଡ. ଲିପିକା ମାଝୀ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳ ପକ୍ଷରୁ ବିଧାୟିକା ଭାବରେ ନିର୍ବାଚନ ଲଢ଼ିବେ । ବାପା ଝିଅ ଏବେ କଂଗ୍ରେସ ପକ୍ଷରୁ ନିର୍ବାଚନ ମଇଦାନରେ । ତେବେ ଡ. ଲିପିକା ରାଜନୀତିରେ ନୁଆ ମୁହଁ । ଆଉ ସେଥିପାଇଁ ସେ ଛାଡି ଛାଡିଦେଇଛନ୍ତି ତାଙ୍କର ପେଶା ।

ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ସେପଟେ ବାପା ସାଂସଦ ଭାବେ ନିର୍ବାଚିତ ଲଢ଼ିବେ । ସେଥାଫଇଁ ବାପା-ଝିଅ ଏବେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି ପ୍ରଚାରରେ । ତେବେ ବାପାଙ୍କୁ ଦେଖି ଝିଅ ଅନୁପ୍ରାଣିତ ହୋଇଛନ୍ତି ବୋଲି ଡ. ଲିପିକା ମାଝୀ କହିଛନ୍ତି । 

ସେପଟେ ନବରଂଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲଢେଇ ହେବ ଖୁଡି ଓ ପୁତୁରା ମଧ୍ୟରେ । ଖୁଡି କୌଶଲ୍ୟା ପ୍ରଧାନୀ BJD ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଓହ୍ଲାଇଥିବାବେଳେ ତାଙ୍କୁ ଚେକ୍ ଦେବେ କଂଗ୍ରେସ ପକ୍ଷରୁ ତାଙ୍କ ନିଜ ପୁତୁରା ଦିଲ୍ଲୀପ ପ୍ରଧାନୀ । ଗୋଟିଏ ପରିବାରରୁ ଦୁଇ ପ୍ରାର୍ଥୀ ପରସ୍ପର ବିରୋଧରେ ଲଢ଼ିବେ। 

ଉଭୟେ ଉଭୟଙ୍କ ବିରୋଧରେ ବିଷ ଓଗାଳିବେ । ଯିଏ ଯାହା ଦଳକୁ ବିଜୟୀ କରିବାର ଲକ୍ଷନେଇ ନିର୍ବାଚନ ଲଢ଼ିବେ । ଏଠି ପାରିବାରିକ ସମ୍ପର୍କ ପ୍ରଭାବ ପକେଇବ ନାହିଁ ବୋଲି ଦୁଇ ପ୍ରାର୍ଥୀ କହୁଥିବାବେଳେ ଦୁଇ ପ୍ରାର୍ଥୀଙ୍କ ଲଢେଇ ଦେଖିବାକୁ ଜିଲ୍ଲାବାସୀ ଉଛୁକତାର ସହ ଅପେକ୍ଷା କରି ବସିଛନ୍ତି ।