ନବୀନ ଡାକିଲେ ବୈଠକ, ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା
ଭୁବନେଶ୍ୱର,୬।୩: ଭାଜପା ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୩ଟା ୩୦ମିନିଟରେ ନବୀନ ନିବାସରେ ବିଜେଡି ଦଳର ବୈଠକ ବସିବା ନେଇ ସୂଚନା ରହିଛି । ଦଳର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସକୁ ଡାକରା ଆସିଛି । ତେବେ ଆଗାମୀ ନିର୍ବାଚନ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ହଠାତ୍ ଡାକିବାର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ । […] The post ନବୀନ ଡାକିଲେ ବୈଠକ, ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା appeared first on Dharitri Odia News.
ଭୁବନେଶ୍ୱର,୬।୩: ଭାଜପା ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୩ଟା ୩୦ମିନିଟରେ ନବୀନ ନିବାସରେ ବିଜେଡି ଦଳର ବୈଠକ ବସିବା ନେଇ ସୂଚନା ରହିଛି । ଦଳର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସକୁ ଡାକରା ଆସିଛି । ତେବେ ଆଗାମୀ ନିର୍ବାଚନ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ହଠାତ୍ ଡାକିବାର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ ।
କହିରଖୁଛୁ କି, ଆଜି ଭାଜପା ରାଜ୍ୟ ନେତୃତ୍ୱଙ୍କୁ ମଧ୍ୟ ଦିଲ୍ଲୀ ଡାକରା ହୋଇଛି। ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ସଂଧ୍ୟା ୫ଟା ବେଳେ କେନ୍ଦ୍ରୀୟ ନେତାଙ୍କ ସହ ଦିଲ୍ଲୀରେ ଗୁରୁତ୍ୱପୂଣ୍ଣର୍ର୍ ବୈଠକ ବସିବ। ଏହି ବୈଠକରେ ନିର୍ବାଚନ ରଣନୀତି ଏବଂ ଦଳ ଓଡ଼ିଶାରେ କେମିତି ଲଢିବ ସେନେଇ ଆଲୋଚନା ହେବ ।
The post ନବୀନ ଡାକିଲେ ବୈଠକ, ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା appeared first on Dharitri Odia News.