ନବୀନ ନିବାସରେ ବଡ଼ ହଲଚଲ! ପାଣ୍ଡିଆନଙ୍କୁ ଦେଖି…
ଭୁବନେଶ୍ୱର,୧୨।୭: ନବୀନ ନିବାସରେ ପାଣ୍ଡିଆନ। ତାଙ୍କୁ ନେଇ କିଛି ଭିଡିଓ ଭାଇରାଲ ପରେ ଚର୍ଚ୍ଚା ସତ ବୋଲି କୁହାଯାଉଛି। ତେବେ ସମସ୍ତେ ଜାଣନ୍ତି ଯେ କିଛିଦିନ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥ ଥିଲେ। ମୁମ୍ବାଇର କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ସେ ଶନିବାର ଭୁବନେଶ୍ୱର ଫେରିଛନ୍ତି। ନବୀନ ଆସିବା ପରେ ପାଣ୍ଡିଆନ ନବୀନ ନିବାସରେ ପହଞ୍ଚିଥିବା ଦେଖାଯାଇଛି। ସେଠାରେ ଉପସ୍ଥିତ ନେତା କର୍ମୀ ତାଙ୍କୁ […] The post ନବୀନ ନିବାସରେ ବଡ଼ ହଲଚଲ! ପାଣ୍ଡିଆନଙ୍କୁ ଦେଖି… appeared first on Dharitri Odia News.
ଭୁବନେଶ୍ୱର,୧୨।୭: ନବୀନ ନିବାସରେ ପାଣ୍ଡିଆନ। ତାଙ୍କୁ ନେଇ କିଛି ଭିଡିଓ ଭାଇରାଲ ପରେ ଚର୍ଚ୍ଚା ସତ ବୋଲି କୁହାଯାଉଛି। ତେବେ ସମସ୍ତେ ଜାଣନ୍ତି ଯେ କିଛିଦିନ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥ ଥିଲେ। ମୁମ୍ବାଇର କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ସେ ଶନିବାର ଭୁବନେଶ୍ୱର ଫେରିଛନ୍ତି। ନବୀନ ଆସିବା ପରେ ପାଣ୍ଡିଆନ ନବୀନ ନିବାସରେ ପହଞ୍ଚିଥିବା ଦେଖାଯାଇଛି। ସେଠାରେ ଉପସ୍ଥିତ ନେତା କର୍ମୀ ତାଙ୍କୁ ସ୍ବାଗତ ମଧ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଅସ୍ତ୍ରୋପଚାର ଲାଗି ନବୀନ ଗତ ୨୦ରୁ ମୁମ୍ବାଇ ଗସ୍ତରେ ଯାଇଥିଲେ। ତାଙ୍କ ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ସେ ହସ୍ପିଟାଲରୁ ମଧ୍ୟ ଗତ ସପ୍ତାହରେ ଡିସ୍ଚାର୍ଜ ହୋଇଥିଲେ। ଡିସ୍ଚାର୍ଜ ହେବା ସମୟରେ ସେ ଡାକ୍ତରମାନଙ୍କ ସହ ଭେଟୁଥିବାର ଏକ ଭିଡିଓ ମଧ୍ୟ ଜାରି କରିଥିଲେ। ଏହାପରେ ସେ ଫିଜିଓଥେରାପି ନେବା ଲାଗି କିଛିଦିନ ପାଇଁ ମୁମ୍ବାଇରେ ରହିବେ ବୋଲି ତାଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ସୂଚନା ମଧ୍ୟ ଦେଇଥିଲେ।
The post ନବୀନ ନିବାସରେ ବଡ଼ ହଲଚଲ! ପାଣ୍ଡିଆନଙ୍କୁ ଦେଖି… appeared first on Dharitri Odia News.