ନବୀନ ପଟ୍ଟନାୟକ ସରକାର ସମୟର ଆଉ ଏକ ଯୋଜନାର କପିପେଷ୍ଟ କଲେ ମୋହନ ମାଝୀ ସରକାର
ଭୁବନେଶ୍ୱର: ନବୀନ ସରକାରଙ୍କ ସମୟର ଯୋଜନା ପୁଣି କପିପେଷ୍ଟ। ଆମ ଓଡ଼ିଶା ନବୀନ ଓଡ଼ିଶାର ନାମ ବଦଳି ହେଲା ବିକଶିତ... The post ନବୀନ ପଟ୍ଟନାୟକ ସରକାର ସମୟର ଆଉ ଏକ ଯୋଜନାର କପିପେଷ୍ଟ କଲେ ମୋହନ ମାଝୀ ସରକାର appeared first on .
ଭୁବନେଶ୍ୱର: ନବୀନ ସରକାରଙ୍କ ସମୟର ଯୋଜନା ପୁଣି କପିପେଷ୍ଟ। ଆମ ଓଡ଼ିଶା ନବୀନ ଓଡ଼ିଶାର ନାମ ବଦଳି ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା। ହେଲେ ରାଜ୍ୟ ସରକାରଙ୍କ ବଡ଼ ଷଡ଼ଯନ୍ତ୍ର ପଦାରେ ପଡ଼ିଲା। ଯୋଜନାରେ ଆମ ଓଡ଼ିଶା ନବୀନ ଓଡ଼ିଶା ତୁଳନାରେ ୭୫% ଅନୁଦାନ କମାଇ ବିକାଶରେ ବ୍ରେକ ଲଗାଇବାକୁ ଉଦ୍ୟମ ହୋଇଥିବା କହିଛି ବିଜେଡି। ପୁରୁଣା ଯୋଜନାର ଖାଲି ଚେହେରା ବଦଳିଛି, ହେଲେ ଟଙ୍କା କମି ଯାଇଛି। ଗାଁରେ ବିଭିନ୍ନ ବିକାଶମୂଳକ ଯୋଜନା ଲାଗି ବିକଶିତ ଗାଁ, ବିକଶିତ ଓଡ଼ିଶା ଆରମ୍ଭ ହେଲା। ତାହା ତ ନବୀନ ପଟ୍ଟନାୟକଙ୍କ ସମୟରେ ଆମ ଗାଁ ଆମ ବିକାଶ ଯୋଜନାରେ ଚାଲୁଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ଏହାର କାମ ବନ୍ଦ କରାଯାଉଥିବା ଅଭିଯୋଗ କରିଛି ବିଜେଡି। ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶାରେ ୩ ହଜାର ୩୯୭ କୋଟି ଟଙ୍କା ବ୍ୟୟବରାଦ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ମୋହନ ମାଝୀ ସରକାର ଅନୁଦାନକୁ ପ୍ରାୟ ୭୫% କମ କରି ବର୍ଷକୁ ୧ ହଜାର କୋଟି ଟଙ୍କା କରିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶାରେ ପ୍ରତି ଗାଁର ବିକାଶ ପାଇଁ ୫୦ ଲକ୍ଷ ମିଳୁଥିଲା। ହେଲେ ବିକଶିତ ଗାଁ, ବିକଶିତ ଓଡ଼ିଶାରେ ପାଇବେ ମାତ୍ର ୧୪ ଲକ୍ଷ ୮୦ ହଜାର। ପଞ୍ଚାୟତକୁ ମାତ୍ର ୩ରୁ ୪ଟି କାମ ମିଳିପାରେ। କିଛି ପଞ୍ଚାୟତକୁ କାମ ମଧ୍ୟ ମିଳିନପାରେ। ଯୋଜନାର କାର୍ଯ୍ୟକାରିତା ସମୟସୀମାକୁ ଯଦି ଦେଖାଯିବ ତେବେ ଚଳିତ ଆର୍ଥିକ ବର୍ଷରେ ଗୋଟିଏ ଟଙ୍କା ବି ଖର୍ଚ୍ଚ ହୋଇପାରିବନି ବୋଲି କହିଛି ବିଜେଡି।
ଡବଲ ଇଂଜିନ ସରକାରଙ୍କ କପି ପେଷ୍ଟକୁ ତୀବ୍ର ନିନ୍ଦା କରିଛନ୍ତି କଂଗ୍ରେସ ଓ ବାମ ଦଳ। କେନ୍ଦ୍ର ସରକାର ଯେପରି କଂଗ୍ରେସ ସମୟର ଯୋଜନା ଗୁଡ଼ିକୁ କପି କରୁଛି, ଓଡ଼ିଶାରେ ବିଜେପି ବି ନବୀନ ସରକାର ସମୟର ଯୋଜନାକୁ କପି କରି ନାଁ ବଦଳାଉଥିବା କଂଗ୍ରେସ ଅଭିଯୋଗ କରିଛି। ସେପଟେ ବାମନେତା କହିଛନ୍ତି ନବୀନ ଆଜି ବି ଲୋକପ୍ରିୟ। ନାଁ ପରିବର୍ତ୍ତନରେ ତାଙ୍କୁ କିଛି ଫରକ ପଡ଼ିବନି। ହେଲେ ବିକାଶ ପାଇଁ ନୂଆ ଯୋଜନା କରିବାକୁ ସିପିଆଇ ଦେଇଛି ପରାମର୍ଶ ।
ବିଜେପି ସରକାର ସମୟରେ ୮ ମାସରେ ମାଣ୍ଡିପଙ୍କାରେ ଅନାହାର ମୃତ୍ୟୁ, ଚିକିଟି ମଦମୃତ୍ୟୁ, ଅଦିନିଆ ବର୍ଷାକ୍ଷତିରୁ ୧୨ରୁ ଅଧିକ ଚାଷୀଙ୍କ ଜୀବନହାନୀ ଘଟିଛି। କଣାସରେ ହଇଜାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଡବଲ ଇଂଜିନ ସରକାରରେ ଡବଲ କଟନୀ ଛଟନୀ ସହ ବଗିଡିଯାଇଛି ଆଇନଶୃଙ୍ଖଳା। ହେଲେ ଏସବୁ ପରେ ବି ସରକାରକଙ୍କ ଚେତା ପଶିନାହିଁ।
The post ନବୀନ ପଟ୍ଟନାୟକ ସରକାର ସମୟର ଆଉ ଏକ ଯୋଜନାର କପିପେଷ୍ଟ କଲେ ମୋହନ ମାଝୀ ସରକାର appeared first on .