ନବୀନ ପଟ୍ଟନାୟକଙ୍କ ଉପରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ:ଲେଖକ ପ୍ରକାଶ ମିଶ୍ରଙ୍କ କୁଶପୁତ୍ତଳିକା ଦାହ

ହିଞ୍ଜିଳିକାଟୁ, ୨୫।୧(ଦ୍ବିତୀକୃଷ୍ଣ ପଣ୍ଡା):ପୂର୍ବତନ ଆଇପିଏସ୍‌ ଅଧିକାରୀ ପ୍ରକାଶ ମିଶ୍ରଙ୍କ ‘କମେଡି ଇନ ଖାକି’ ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅରୁଚିକର ଲେଖା ଲେଖିଥିବାରୁ ହିଞ୍ଜିଳିକାଟୁରେ ଏହା ବିରୋଧରେ ପ୍ରତିବାଦର ସ୍ବର ଉଠିଛି। ଶୁକ୍ରବାର ବିଜେଡି ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଏଥିରେ ସବୁବର୍ଗର ଲୋକ ସାମିଲ ହୋଇଥିଲେ। ନବୀନ ବାବୁ ଓ ହିଞ୍ଜିଳିର ଜନସାଧାରଣଙ୍କ ଉପରେ ପୋଲିସ ଅଧିକାରୀଙ୍କ କଟୁ ମନ୍ତବ୍ୟର ସମାଲୋଚନା କରାଯାଇଥିଲା। ଦୀର୍ଘ ୨୫ ବର୍ଷ ଧରି ହିଞ୍ଜିଳିର ଜନସାଧାରଣଙ୍କ […] The post ନବୀନ ପଟ୍ଟନାୟକଙ୍କ ଉପରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ:ଲେଖକ ପ୍ରକାଶ ମିଶ୍ରଙ୍କ କୁଶପୁତ୍ତଳିକା ଦାହ appeared first on Dharitri Odia News.

ନବୀନ ପଟ୍ଟନାୟକଙ୍କ ଉପରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ:ଲେଖକ ପ୍ରକାଶ ମିଶ୍ରଙ୍କ କୁଶପୁତ୍ତଳିକା ଦାହ

ହିଞ୍ଜିଳିକାଟୁ, ୨୫।୧(ଦ୍ବିତୀକୃଷ୍ଣ ପଣ୍ଡା):ପୂର୍ବତନ ଆଇପିଏସ୍‌ ଅଧିକାରୀ ପ୍ରକାଶ ମିଶ୍ରଙ୍କ ‘କମେଡି ଇନ ଖାକି’ ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅରୁଚିକର ଲେଖା ଲେଖିଥିବାରୁ ହିଞ୍ଜିଳିକାଟୁରେ ଏହା ବିରୋଧରେ ପ୍ରତିବାଦର ସ୍ବର ଉଠିଛି। ଶୁକ୍ରବାର ବିଜେଡି ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଏଥିରେ ସବୁବର୍ଗର ଲୋକ ସାମିଲ ହୋଇଥିଲେ। ନବୀନ ବାବୁ ଓ ହିଞ୍ଜିଳିର ଜନସାଧାରଣଙ୍କ ଉପରେ ପୋଲିସ ଅଧିକାରୀଙ୍କ କଟୁ ମନ୍ତବ୍ୟର ସମାଲୋଚନା କରାଯାଇଥିଲା। ଦୀର୍ଘ ୨୫ ବର୍ଷ ଧରି ହିଞ୍ଜିଳିର ଜନସାଧାରଣଙ୍କ ପ୍ରତିନିଧି ରୂପେ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇ ଆସୁଛନ୍ତି। ତେଣୁ ହିଞ୍ଜିଳିର କିଏ ବିଧାୟକ ବୋଲି ଲଘୁ ମନ୍ତବ୍ୟ କପୋଳକଳ୍ପିତ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦେବାନନ୍ଦ ମହାପାତ୍ର କହିଛନ୍ତି। ଶୁକ୍ରବାର ଅପରାହ୍ନରେ ବିଜେଡି ନଗର ସଭାପତି ହୃଦୟାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଶୋଭାଯାତ୍ରା ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପରୁ ବାହାରି ହିଞ୍ଜିଳିକାଟୁ ବିଜୁ ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ବିଜେଡି ନେତୃବୃନ୍ଦ ପ୍ରକାଶ ମିଶ୍ରଙ୍କ ‘କମେଡି ଇନ ଖାକି’ ପୁସ୍ତକ ବ୍ୟାନ୍‌ କରିବାକୁ ଦାବି କରିଥିଲେ। ଏହି ଅବସରରେ ପ୍ରକାଶ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ଲକ ବିଜେଡି ସଭାପତି ଦୁର୍ଗା ମାଧବ ମହାନ୍ତି, ଜିଲା ପରିଷଦ ସଭ୍ୟ ଏ. ସୁଦର୍ଶନ, ପ୍ରୀତି ସାହୁ, ବି. ଗୀତାଞ୍ଜଳି, ବ୍ଲକ ଅଧ୍ୟକ୍ଷା ସରସ୍ବତୀ ସେଠୀ, ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ବିରୋଧୀ ଦଳ ନେତାଙ୍କ ପ୍ରତିନିଧି ପ୍ୟାରୀମୋହନ ପାଢୀ, ସରପଞ୍ଚ, ସମିତିସଭ୍ୟ, ବିଜେଡି ନେତା ଓ କର୍ମୀଙ୍କ ସହ ବିଭିନ୍ନ ସଙ୍ଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

The post ନବୀନ ପଟ୍ଟନାୟକଙ୍କ ଉପରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ:ଲେଖକ ପ୍ରକାଶ ମିଶ୍ରଙ୍କ କୁଶପୁତ୍ତଳିକା ଦାହ appeared first on Dharitri Odia News.