ନବୀନ ପଟ୍ଟନାୟକଙ୍କ ଟୁଇଟ୍ ହାସ୍ୟାସ୍ପଦ: ସମ୍ପଦ ସ୍ବାଇଁ
ଭୁବନେଶ୍ୱର,୧୪ା୪: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ଏକ ଟୁଇଟ୍ କରିଥିଲେ। ଏହାକୁ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ହାସ୍ୟାସ୍ପଦ ବୋଲି କହିଛନ୍ତି। ଇତିଶ୍ରୀ, ବେବିନା ଘଟଣା ବେଳେ ନବୀନ କେଉଁଠାରେ ଥିଲେ ବୋଲି ସମ୍ପଦ ପ୍ରଶ୍ନ କରିଛନ୍ତି। ଧର୍ମଶାଳାରେ ବିଜେଡି କର୍ମୀ ନିଜ ଦଳର ନେତାଙ୍କୁ ଆକ୍ରମଣ କରିଛନ୍ତି। ନବୀନ ବାବୁ ବୁଝିବା ଦରକାର ତାଙ୍କ ଦଳରେ ଆଉ ଶୃଙ୍ଖଳା ନାହିଁ। ଦଳର ହାଇକମାଣ୍ଡଙ୍କୁ […] The post ନବୀନ ପଟ୍ଟନାୟକଙ୍କ ଟୁଇଟ୍ ହାସ୍ୟାସ୍ପଦ: ସମ୍ପଦ ସ୍ବାଇଁ appeared first on Dharitri Odia News.
ଭୁବନେଶ୍ୱର,୧୪ା୪: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ଏକ ଟୁଇଟ୍ କରିଥିଲେ। ଏହାକୁ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ
ହାସ୍ୟାସ୍ପଦ ବୋଲି କହିଛନ୍ତି। ଇତିଶ୍ରୀ, ବେବିନା ଘଟଣା ବେଳେ ନବୀନ କେଉଁଠାରେ ଥିଲେ ବୋଲି ସମ୍ପଦ ପ୍ରଶ୍ନ କରିଛନ୍ତି। ଧର୍ମଶାଳାରେ ବିଜେଡି କର୍ମୀ ନିଜ ଦଳର ନେତାଙ୍କୁ ଆକ୍ରମଣ କରିଛନ୍ତି। ନବୀନ ବାବୁ ବୁଝିବା ଦରକାର ତାଙ୍କ ଦଳରେ ଆଉ ଶୃଙ୍ଖଳା ନାହିଁ। ଦଳର ହାଇକମାଣ୍ଡଙ୍କୁ କେହି ମାନିବା ଅବସ୍ଥାରେ ନାହାନ୍ତି। ବିଜେଡି ଏବେ ନିଶ୍ଚିହ୍ନ ହେବାକୁ ଯାଉଛି ବୋଲି କହିଛନ୍ତି ସମ୍ପଦ ସ୍ବାଇଁ।
ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ରବିବାର ନବୀନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ପ୍ରଣବଙ୍କ ଉପରେ ସ୍ପଷ୍ଟ ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି। ଯଦି ଜନପ୍ରତିନିଧିମାନେ ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ଓ ସେମାନଙ୍କ କାର୍ଯ୍ୟକଳାପ ରୋକିବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଏବଂ ଏକପାଖିଆ ମନୋଭାବ ଏପରି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି। ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି।
ରବିବାର ଶଙ୍ଖ ଭବନରେ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଛନ୍ତି, ଘଟଣା ଘଟିବାର ୨ ଘଣ୍ଟା ପୂର୍ବରୁ ପ୍ରଣବ ଗଣ୍ଡଗୋଳ ଆଶଙ୍କାକରି ଯାଜପୁର ଏସ୍ପିିଙ୍କୁ ଜଣାଇଥିଲେ। ଏହାସହିତ ଘଟଣା ବେଳେ ଭିଡିଓ କଲ୍ କଲାପରେ ମଧ୍ୟ ତାଙ୍କଠାରୁ କୌଣସି ଉତ୍ତର ମିଳି ନ ଥିଲା। ରବିବାରର ଘଟଣାକୁ ମିଶାଇ ପ୍ରଣବଙ୍କ ଉପରେ ବିଧାୟକ ହିମାଂଶୁ ସାହୁଙ୍କ ଦ୍ୱାରା ପଞ୍ଚମଥର ଆକ୍ରମଣ ହୋଇଛି। ସ୍ଥାନୀୟ ପୋଲିସ ନିକଟରେ ଏନେଇ ମାମଲା ରୁଜୁ କଲାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ ବୋଲି ସେ କହିଛନ୍ତି।
ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ଯଦି ୪୮ ଘଣ୍ଟା ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ କରା ନ ଯାଏ, ତେବେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବୁ।
The post ନବୀନ ପଟ୍ଟନାୟକଙ୍କ ଟୁଇଟ୍ ହାସ୍ୟାସ୍ପଦ: ସମ୍ପଦ ସ୍ବାଇଁ appeared first on Dharitri Odia News.