ନବୀନ ପଟ୍ଟନାୟକଙ୍କ ନୋମିନି ଘୋଷଣା: ଜାଣନ୍ତୁ କିଏ ହେଲେ…
ହିଞ୍ଜିଳିକାଟୁ, ୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବ୍ଲକ, ପୌରାଞ୍ଚଳ ଓ ଜିଲା ପରିଷଦ ନିମନ୍ତେ ନୋମିନି ଘୋଷଣା କରିଛନ୍ତି। ଗତ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡି ପକ୍ଷରୁ ଢେର ପରିବର୍ତ୍ତନ କରାଯାଇଛି। ପୂର୍ବତନ ପ୍ରଶାସକ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଜିଲା ପରିଷଦ ନୋମିନି କରି ଗତ ୧୦ ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱରେ ରଖିଥିଲେ। […] The post ନବୀନ ପଟ୍ଟନାୟକଙ୍କ ନୋମିନି ଘୋଷଣା: ଜାଣନ୍ତୁ କିଏ ହେଲେ… appeared first on Dharitri Odia News.
ହିଞ୍ଜିଳିକାଟୁ, ୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବ୍ଲକ, ପୌରାଞ୍ଚଳ ଓ ଜିଲା ପରିଷଦ ନିମନ୍ତେ ନୋମିନି ଘୋଷଣା କରିଛନ୍ତି। ଗତ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡି ପକ୍ଷରୁ ଢେର ପରିବର୍ତ୍ତନ କରାଯାଇଛି। ପୂର୍ବତନ ପ୍ରଶାସକ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଜିଲା ପରିଷଦ ନୋମିନି କରି ଗତ ୧୦ ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱରେ ରଖିଥିଲେ। ବର୍ତ୍ତମାନ ଏହି ନୋମିନି ଦଳର ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି।
ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ବ୍ଲକର ନୋମିନି ଭାବେ ଜିଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଶେରଗଡ଼ ବ୍ଲକ ନୋମିନି ଭାବେ ଦିଗାମ୍ବର ନାହାକ ଓ ହିଞ୍ଜିଳିକାଟୁ ପୌର ପରିଷଦ ନୋମିନି ଭାବେ ପ୍ୟାରୀମୋହନ ପାଢିଙ୍କୁ ଚୟନ କରାଯାଇଛି। ଏ ନେଇ ବିରୋଧୀ ଦଳ ନେତାଙ୍କ ପ୍ରାଇଭେଟ ସେକ୍ରେଟାରୀ ଆଦିତ୍ୟ ମହାପାତ୍ର ଚିଠି ଦ୍ବାରା ଗଞ୍ଜାମ ଜିଲାପାଳଙ୍କୁ ଜଣାଇଛନ୍ତି। ସୋମବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଜେଡିର ଆଗଧାଡିର ବହୁ ନେତା ଭୁବନେଶର ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା ପରେ ଏହି ଘୋଷଣା ହୋଇଛି। ଖୁବଶୀଘ୍ର ପୌରାଞ୍ଚଳ ଓ ବ୍ଲକର ସଭାପତି ପଦବୀ ମଧ୍ୟ ଘୋଷଣା ହେବ ବୋଲି ଦଳୀୟ ନେତାଙ୍କ ସୂତ୍ରରୁ ପ୍ରକାଶ।
The post ନବୀନ ପଟ୍ଟନାୟକଙ୍କ ନୋମିନି ଘୋଷଣା: ଜାଣନ୍ତୁ କିଏ ହେଲେ… appeared first on Dharitri Odia News.