ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ଯାଇଥିବା ବିଜେଡି ଟିମ୍
ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ମାଲକାନଗିରି ଗସ୍ତରେ ଯାଇଥିବା ବିଜେଡି ପ୍ରତିନିଧି... The post ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ଯାଇଥିବା ବିଜେଡି ଟିମ୍ appeared first on .
ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ମାଲକାନଗିରି ଗସ୍ତରେ ଯାଇଥିବା ବିଜେଡି ପ୍ରତିନିଧି ଦଳ। ମାଲକାନଗିରିରୁ ଫେରିବା ପରେ ଦଳ ସଭାପତିଙ୍କୁ ଦେଇଛନ୍ତି ରିପୋର୍ଟ। ପ୍ରକଳ୍ପ ହେଲେ ମୋଟୁ ଓ ପଡିଆ ବ୍ଲକ ଜଳମଗ୍ନ ହେବ। ଉଭୟ ବ୍ଲକର ବହୁ ଲୋକ ବିସ୍ଥାପିତ ହେବେ । ଜିଲ୍ଲାର ଆଦିବାସୀ ଲୋକଙ୍କୁ ଘର ଛାଡିବାକୁ ପଡିବ। ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୧୫ ହଜାର କୋଟିର ବ୍ୟବସ୍ଥା କରିଛନ୍ତି। ଓଡ଼ିଶାର ଦାବିକୁ ଅଣଦେଖା କରି ଏକପାଖିଆ ଭାବେ ପ୍ରକଳ୍ପ ହେଉଛି ବୋଲି କହିଛି ବିଜେଡି। ତେଣୁ ଏ ଦିଗରେ ରାଜ୍ୟ ସରକାର ନିଜର ମତ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ। ଆଗାମୀ ଦିନରେ ଏନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛି ବିଜେଡି।
The post ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ଯାଇଥିବା ବିଜେଡି ଟିମ୍ appeared first on .