ନବୀନ ବିରୋଧୀ ଦଳ ନେତା ହେବା ନେଇ ଏମିତି କହିଦେଲେ ବିଜେଡି ବିଧାୟକ

ଭୁବନେଶ୍ୱର,୧୮।୬: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ହୋଇପାରନ୍ତି। ଏସବୁ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ବିଧାୟକ ଭାବେ ଶପଥ ନେଇଛନ୍ତି। ନବୀନ ବିରୋଧୀ ଦଳ ନେତା ହେବା ନେଇ ଜଳେଶ୍ୱର ବିଜେଡି ବିଧାୟକ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ବୁଧବାର ହେବାକୁ ଥିବା ପ୍ରଥମ ସଂସଦୀୟ ଦଳ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇପାରେ। ଏହି ବୈଠକରେ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ […] The post ନବୀନ ବିରୋଧୀ ଦଳ ନେତା ହେବା ନେଇ ଏମିତି କହିଦେଲେ ବିଜେଡି ବିଧାୟକ appeared first on Dharitri Odia News.

ନବୀନ ବିରୋଧୀ ଦଳ ନେତା ହେବା ନେଇ ଏମିତି କହିଦେଲେ ବିଜେଡି ବିଧାୟକ

ଭୁବନେଶ୍ୱର,୧୮।୬: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ହୋଇପାରନ୍ତି। ଏସବୁ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ବିଧାୟକ ଭାବେ ଶପଥ ନେଇଛନ୍ତି। ନବୀନ ବିରୋଧୀ ଦଳ ନେତା ହେବା ନେଇ ଜଳେଶ୍ୱର ବିଜେଡି ବିଧାୟକ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ବୁଧବାର ହେବାକୁ ଥିବା ପ୍ରଥମ ସଂସଦୀୟ ଦଳ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇପାରେ। ଏହି ବୈଠକରେ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା କରିବାକୁ ପ୍ରସ୍ତାବ ଦେବୁ। ଦଳର ପରାଜୟକୁ ନେଇ ଅଶ୍ୱିନୀ କହିଛନ୍ତି, ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହେବ। ଏହି କମିଟି ପରାଜୟର କାରଣ ଖୋଜିବ। ଏନେଇ ବିଜେଡି ସୁପ୍ରିମୋ ଖୁବଶୀଘ୍ର ନିଷ୍ପତ୍ତି ନେବେ।
ଉଲ୍ଲେଖଯୋଗ୍ୟ, ସଦ୍ୟ ସମାପ୍ତ ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଭାଜପା ୭୮ ଆସନ ଜିତିଥିବା ବେଳେ ବିଜେଡି ୫୧, କଂଗ୍ରେସ ୧୪, ସିପିଆଇ (ଏମ୍‌) ୧ ଓ ସ୍ବାଧୀନ ୩ଟି ଆସନ ହାସଲ କରିଥିଲେ।

The post ନବୀନ ବିରୋଧୀ ଦଳ ନେତା ହେବା ନେଇ ଏମିତି କହିଦେଲେ ବିଜେଡି ବିଧାୟକ appeared first on Dharitri Odia News.