ନବୀନ ରାମଗୁଲାମ ହେବେ ମରିସସର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ/ପୋର୍ଟ ଲାଉସି,୧୨।୧୧: ସଂସଦୀୟ ନିର୍ବାଚନରେ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସହଯୋଗୀ ପରାଜୟ ଆଡକୁ ଯାଉଛନ୍ତି। ସେ ୨୦୧୭ଠାରୁ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି। ସେମାନଙ୍କର ମେଣ୍ଟ ଏକ ବଡ ପରାଜୟ ଆଡକୁ ଗତି କରୁଛି। ମୁଁ ମୋ ଦେଶ ପାଇଁ ଯାହା କରିପାରେ, ମୁଁ ତାହା କରିସାରିଛି। ଜନସାଧାରଣ ଅନ୍ୟ ଦଳ ବାଛିବା ପାଇଁ ନିଷ୍ପତ୍ତି ନେଇଛନ୍ତି। […] The post ନବୀନ ରାମଗୁଲାମ ହେବେ ମରିସସର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ appeared first on Dharitri Odia News.

ନବୀନ ରାମଗୁଲାମ ହେବେ ମରିସସର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ/ପୋର୍ଟ ଲାଉସି,୧୨।୧୧: ସଂସଦୀୟ ନିର୍ବାଚନରେ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସହଯୋଗୀ ପରାଜୟ ଆଡକୁ ଯାଉଛନ୍ତି। ସେ ୨୦୧୭ଠାରୁ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି। ସେମାନଙ୍କର ମେଣ୍ଟ ଏକ ବଡ ପରାଜୟ ଆଡକୁ ଗତି କରୁଛି। ମୁଁ ମୋ ଦେଶ ପାଇଁ ଯାହା କରିପାରେ, ମୁଁ ତାହା କରିସାରିଛି। ଜନସାଧାରଣ ଅନ୍ୟ ଦଳ ବାଛିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଁ ଦେଶକୁ ଶୁଭେଚ୍ଛା ଜଣାଉଛି।
ଏହି ସମୟରେ ବିରୋଧୀଦଳ ନେତା ନବୀନ ରାମଗୁଲାମ ତୃତୀୟ ଥର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ନବୀନ ରାମଗୋଲାମଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇ ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ମୋର ବନ୍ଧୁ ଡକ୍ଟର ରାମଗୁଲାମଙ୍କ ସହ ଏକ ଉଷ୍ମ ବାର୍ତ୍ତାଳାପ ହୋଇଥିଲା। ତାଙ୍କୁ ଐତିହାସିକ ନିିର୍ବାଚନରେ ବିଜୟୀ ହୋଇଥିବାରୁ ଅଭିନନ୍ଦନ ଜଣାଉଛି। ମରିସସକୁ ଆଗେଇ ନେବାରେ ମୁଁ ତାଙ୍କୁ ବହୁତ ବଡ ସଫଳତା କାମନା କରିଥିଲି। ଆମର ବିଶେଷ ଏବଂ ଅନନ୍ୟ ସହଭାଗୀତାକୁ ମଜବୁତ କରିବା ପାଇଁ ମିଳିତ ଭାବେ କାମ କରିବାକୁ ଆଗ୍ରହୀ।

 

The post ନବୀନ ରାମଗୁଲାମ ହେବେ ମରିସସର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ appeared first on Dharitri Odia News.