ନବୀନ ସରକାର ଦେଲେ ବଡ ଗ୍ୟାରେଣ୍ଟି । ମିଶନଶକ୍ତି ମହିଳା ପାଇବେ ପେନସନ

କନକବ୍ୟୁରୋ : ରାଜ୍ୟ ସରକାର ରାଜ୍ୟର ଭିନ୍ନ ଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ ଜନହିତକର ଯୋଜନା କରିଛନ୍ତି।ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ରାଜ୍ୟସରକାର ମିଶନଶକ୍ତିରେ କାମ କରୁଥିବା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି  ରାଜ୍ୟରେ ପୁଣି ଥରେ ବିଜେଡି ସରକାର ଗଠନ କରେ ତେବେ ମିଶନ ଶକ୍ତିରେ କାମ କରୁଥିବା ସମସ୍ତ ମହିଳା ଅବସର ନେବା ପରେ ସେମାନଙ୍କ ଜୀବନ ଜୀବିକା ପାଇଁ ସେମାନଙ୍କୁ ପେନସନ ପ୍ରଦାନ କରାଯିବ। […] The post ନବୀନ ସରକାର ଦେଲେ ବଡ ଗ୍ୟାରେଣ୍ଟି । ମିଶନଶକ୍ତି ମହିଳା ପାଇବେ ପେନସନ first appeared on Kanak News.

ନବୀନ ସରକାର ଦେଲେ ବଡ ଗ୍ୟାରେଣ୍ଟି । ମିଶନଶକ୍ତି ମହିଳା ପାଇବେ ପେନସନ

କନକବ୍ୟୁରୋ : ରାଜ୍ୟ ସରକାର ରାଜ୍ୟର ଭିନ୍ନ ଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ ଜନହିତକର ଯୋଜନା କରିଛନ୍ତି।ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ରାଜ୍ୟସରକାର ମିଶନଶକ୍ତିରେ କାମ କରୁଥିବା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି  ରାଜ୍ୟରେ ପୁଣି ଥରେ ବିଜେଡି ସରକାର ଗଠନ କରେ ତେବେ ମିଶନ ଶକ୍ତିରେ କାମ କରୁଥିବା ସମସ୍ତ ମହିଳା ଅବସର ନେବା ପରେ ସେମାନଙ୍କ ଜୀବନ ଜୀବିକା ପାଇଁ ସେମାନଙ୍କୁ ପେନସନ ପ୍ରଦାନ କରାଯିବ।

ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ମିଶନଶକ୍ତି ଯୋଜନା ଏବେ ରାଜ୍ୟର ମହିଳାମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଛି । ଏହା ମହିଳାମାନଙ୍କ ଅର୍ଥନୈତିକ ଶସକ୍ତିକରଣ ଓ ସେମାନଙ୍କ ସାମାଜିକ ସଶକ୍ତି କରଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । ମହିଳାମାନେ ସ୍ୱାଧୀନ ଭାବେ ରୋଜଗାର କରିବା ଏବଂ ରୋଜଗାର ପାଇଁ ସକ୍ଷମ ହେବା ଦିଗରେ ଏହି ଯୋଜନା କାମ କରୁଛି । ଏଣୁ ମିଶନ ଶକ୍ତି କାର୍ଯ୍ରକ୍ରମ ଅଧିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ଦେବାରେ ରାଜ୍ୟ ସରକାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ରାଜ୍ୟର ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ମିଶନ ଶକ୍ତି ସହାୟତାରେ ଛୋଟଛୋଟ ଶିଳ୍ପ ଗଠନ କରିନି ଜେସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାମାନଙ୍କୁ ରୋଜଗାର ଯୋଗାଉଛନ୍ତି । କେବଳ ସେତିକି ନୁହେଁ ପୂର୍ବରୁ ଗ୍ରାମାଞ୍ଚଳରେ ସାଧାରଣ ପରିବାରର ମହିଳାମାନେ କେବଳ ପୁରୁଷଙ୍କ ରୋଜଗାର ଉପରେ ଭରସା କରୁଥିଲେ, ହେଲେ ମିଶନ ଶକ୍ତି କାର୍ଯ୍ୟକାରୀ ହେବା ପରେ ମହିଳାମାନେ ମଧ୍ୟ ରୋଜଗାର କରୁଛନ୍ତି ।

The post ନବୀନ ସରକାର ଦେଲେ ବଡ ଗ୍ୟାରେଣ୍ଟି । ମିଶନଶକ୍ତି ମହିଳା ପାଇବେ ପେନସନ first appeared on Kanak News.