ନବୀନଙ୍କ ଉଦ୍ୟମ ଯୋଗୁଁ ଶିଳ୍ପପତି ମାନେ ଓଡିଶା ମୁହାଁ ହୋଇଥିଲେ : ଦେବୀ ମିଶ୍ର

ଭୁବନେଶ୍ୱର : ଭୁବନେଶ୍ୱରରେ ଉତ୍କର୍ଷ ଓଡିଶା କନକ୍ଲେଭ ଆଜି ଉଦଘାଟିତ ହୋଇଥିବା ବେଳେ ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ଶିଳ୍ପ ମନ୍ତ୍ରୀ  ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ୨୦୧୬ ମସିହାରେ ତତ୍କଳୀନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଆରମ୍ଭ କରାଯାଇଥିଲା। ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପ ଅନୁଷ୍ଠାନ ଏଥିରେ ଯୋଗ ଦେଇଥିଲେ ଓ ଦୁଇ ଲକ୍ଷ କୋଟି […]

ନବୀନଙ୍କ ଉଦ୍ୟମ ଯୋଗୁଁ ଶିଳ୍ପପତି ମାନେ ଓଡିଶା ମୁହାଁ ହୋଇଥିଲେ : ଦେବୀ ମିଶ୍ର
The industrial conclave was started at the initiative of Naveen

ଭୁବନେଶ୍ୱର : ଭୁବନେଶ୍ୱରରେ ଉତ୍କର୍ଷ ଓଡିଶା କନକ୍ଲେଭ ଆଜି ଉଦଘାଟିତ ହୋଇଥିବା ବେଳେ ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ଶିଳ୍ପ ମନ୍ତ୍ରୀ  ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ୨୦୧୬ ମସିହାରେ ତତ୍କଳୀନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଆରମ୍ଭ କରାଯାଇଥିଲା। ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପ ଅନୁଷ୍ଠାନ ଏଥିରେ ଯୋଗ ଦେଇଥିଲେ ଓ ଦୁଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ପ୍ରତିଶ୍ରୁତି ମିଳିଥିଲା। ସେହିପରି ୨୦୧୮ ମସିହାରେ ମେକ ଇନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ପ୍ରତିଶ୍ରୁତି ମିଳିଥିଲା।

୨୦୨୦ ମସିହା ଆରମ୍ଭରେ କୋଭିଡ ଯୋଗୁଁ ୨୦୨୨ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନଥିଲା। ୨୦୨୩ ମସିହାରେ ଆୟୋଜିତ ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଦଶ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଥିଲା। ୨୦୨୩ ମସିହାରେ ପୁଞ୍ଜିନିବେଶ ଆଣିବାରେ ଓଡିଶା ଦେଶର ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଥିଲା। ପ୍ରଥମ ତିନୋଟି ମେକ ଇନ ଓଡିଶା କନକ୍ଲେଭ ମାଧ୍ୟମରେ ସମୁଦାୟ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସିଥିବା ବେଳେ ପ୍ରାୟ ସାତ ଲକ୍ଷ କୋଟି ଟଙ୍କାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି, ଯାହା ସମଗ୍ର ପୁଞ୍ଜି ନିବେଶ ପ୍ରତିଶ୍ରୁତିର ୩୪ ପ୍ରତିଶତ। ନବୀନ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ମେକ ଇନ ଓଡିଶା କାର୍ଯ୍ୟକ୍ରମ ଯୋଗୁଁ ଦେଶ ବିଦେଶର ପୁଞ୍ଜିପତିମାନେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ବୃଦ୍ଧି ପାଇଥିଲା।

ବିଜେପି ସରକାର ଏହାର ନାମ ପରିବର୍ତ୍ତନ କରିବା ପରେ ରାଜ୍ୟର ଚତୁର୍ଥ କନକ୍ଳେଭ ଅନୁଷ୍ଠିତ ହେଉଛି, ଯାହାକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ  ମୋହନ ମାଝୀ ପାଞ୍ଚ ଲକ୍ଷ କୋଟି ପୁଞ୍ଜି ନିବେଶ ପାଇଁ ଆଶା ରଖିଛନ୍ତି। ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ, ପ୍ରକୃତ ପୁଞ୍ଜି ନିବେଶ ପରିମାଣ ଜଣାପଡିବ ବୋଲି ଶ୍ରୀ ମିଶ୍ର କହିଥିଲେ।