ନବୀନଙ୍କ ଭିିଡିଓକୁ ନେଇ ବିଜେପିର ପ୍ରଶ୍ନ, ନବୀନ ବାବୁ କହୁଛନ୍ତି ନା ଏଆଇ କହୁଛି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପୁଣି ପ୍ରଶ୍ନ ଉଠାଇଲା ବିଜେପି । ବୁଧବାର ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି କହିଛନ୍ତି, ସର୍ଟ ଭିଡିଓରେ ନବୀନ ବାବୁ କହିଛନ୍ତି ନା ଏଆଇ କହିଛି । ଭିଡିଓରେ ନବୀନ ବାବୁ ଭିଡିଓରେ ନିଜ ବାସ୍ତବରେ କହୁଥାନ୍ତେ ତେବେ ସଭା ସମିତିରେ ବି କୁହନ୍ତେ । ସମୀର କହିଛନ୍ତି, ନବୀନ ବାବୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପଟେଡ ଲେଖା ପଢି ଦେଉଛନ୍ତି । ନବୀନ […] The post ନବୀନଙ୍କ ଭିିଡିଓକୁ ନେଇ ବିଜେପିର ପ୍ରଶ୍ନ, ନବୀନ ବାବୁ କହୁଛନ୍ତି ନା ଏଆଇ କହୁଛି appeared first on Odisha.News.
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପୁଣି ପ୍ରଶ୍ନ ଉଠାଇଲା ବିଜେପି । ବୁଧବାର ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି କହିଛନ୍ତି, ସର୍ଟ ଭିଡିଓରେ ନବୀନ ବାବୁ କହିଛନ୍ତି ନା ଏଆଇ କହିଛି । ଭିଡିଓରେ ନବୀନ ବାବୁ ଭିଡିଓରେ ନିଜ ବାସ୍ତବରେ କହୁଥାନ୍ତେ ତେବେ ସଭା ସମିତିରେ ବି କୁହନ୍ତେ ।
ସମୀର କହିଛନ୍ତି, ନବୀନ ବାବୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପଟେଡ ଲେଖା ପଢି ଦେଉଛନ୍ତି । ନବୀନ ବାବୁ ଶାରିରୀକ ଅସୁସ୍ଥତା ଯୋଗୁଁ ଏ କଥା ସମ୍ଭବ ହୋଇ ପାରୁନି । ତାଙ୍କୁ ଯିଏ ରିମୋଟ୍ ଧରି ଚଳାଉଛନ୍ତି, ସେ ଏ କଥା ସବୁ ଜାଣିଛନ୍ତି । ଏଆଇ ମାଧ୍ୟମରେ ହେଉଛି, ରତ୍ନଭଣ୍ଡାର ଚାବି ହଜିବାରେ ନବୀନ କାହିଁକି ଚୁପ୍ । ତଦନ୍ତ କମିଶନ ରିପୋର୍ଟ କୁଆଡେ ଗଲା ? ଧାନ, ଏମଏସପି ନେଇ କାହିଁକି ନିରବ । ଏସବୁ ପ୍ରଶ୍ନର ଉତ୍ତର ଦିଅନ୍ତୁ ନବୀନ ବାବୁ ।
ସୂଚନାଯୋଗ୍ୟ, ଗତକାଲି ମଧ୍ୟ ସମୀର ମହାନ୍ତି ସିଧାସଳଖ ଭିକେ ପାଣ୍ଡିଆନଙ୍କୁ କାଉଣ୍ଟର କରିଥିଲେ । ସେ କହିଥିଲେ ପାଣ୍ଡିଆନ୍ ବାବୁ ସ୍ପଷ୍ଟ କରନ୍ତୁ ରତ୍ନ ଭଣ୍ଡାର ଚାବି ଚୋରି ହୋଇନି, ବରଂ ସୁରକ୍ଷିତ ରହିଛି। ଚାବି ଯିଏ ହଜେଇଛି, ସିଏ ରତ୍ନ ଚୋରି କରିଛି। ରତ୍ନ ଚୋରି ହୋଇନି ବୋଲି ପାଣ୍ଡିଆନ୍ ସ୍ପଷ୍ଟ କରିବା ଦରକାର। ୨୦୧୮ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେବାକୁ ଯେଉଁ ଦିନ ଧାରଣା ଦେଲା ସେଦିନ ରାତିରେ ହିଁ ମିଳିଲା ଡୁପ୍ଲିକେଟ୍ ଚାବି। ଯାହା ସନ୍ଦେହ ସୃଷ୍ଟି କରିଛି। ଡୁପ୍ଲିକେଟ ଚାବି କିଏ ତିଆରି କଲା ବୋଲି ପ୍ରଶ୍ନ କରିଥିଲେ ସମୀର ମହାନ୍ତି।
The post ନବୀନଙ୍କ ଭିିଡିଓକୁ ନେଇ ବିଜେପିର ପ୍ରଶ୍ନ, ନବୀନ ବାବୁ କହୁଛନ୍ତି ନା ଏଆଇ କହୁଛି appeared first on Odisha.News.