ନବୀନଙ୍କ ୨୪ ବର୍ଷ ବନାମ ମୋହନଙ୍କ ୨ ମାସ: ପୂର୍ବ ସରକାରକୁ ପ୍ରଚାର ସର୍ବସ୍ୱ କହି ଟାର୍ଗେଟ୍
କନକ ବ୍ୟୁରୋ: ପୁରୁଣା ସରକାରଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅବସର ଥିଲା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନର, ଆଉ ଏତିକି ବେଳେ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୁଣା ସରକାର ପ୍ରଚାର ସର୍ବସ୍ୱ ବୋଲି କଟାକ୍ଷ କରିଛନ୍ତି। ତେବେ କିଛି ନୂଆ ଘୋଷଣା କରିନାହାନ୍ତି। ବରଂ ଦେଇଥିବା ପ୍ରତିଶ୍ରୁତିକୁ ବିଜେପି ସରକାର କେମିତି ପୂରଣ କରିବାର ପ୍ରୟାସ ଜରି ରଖିଛି ସେହି କଥାକୁ ଦୋହରାଇଛନ୍ତି। ରାଜ୍ୟସ୍ତରୀୟ ସ୍ୱାଧନତା ଦିବସ ପାଳନ ଉତ୍ସବରେ ପୂର୍ବ ସରକାରକୁ […] The post ନବୀନଙ୍କ ୨୪ ବର୍ଷ ବନାମ ମୋହନଙ୍କ ୨ ମାସ: ପୂର୍ବ ସରକାରକୁ ପ୍ରଚାର ସର୍ବସ୍ୱ କହି ଟାର୍ଗେଟ୍ first appeared on Kanak News.

କନକ ବ୍ୟୁରୋ: ପୁରୁଣା ସରକାରଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅବସର ଥିଲା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନର, ଆଉ ଏତିକି ବେଳେ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୁଣା ସରକାର ପ୍ରଚାର ସର୍ବସ୍ୱ ବୋଲି କଟାକ୍ଷ କରିଛନ୍ତି। ତେବେ କିଛି ନୂଆ ଘୋଷଣା କରିନାହାନ୍ତି। ବରଂ ଦେଇଥିବା ପ୍ରତିଶ୍ରୁତିକୁ ବିଜେପି ସରକାର କେମିତି ପୂରଣ କରିବାର ପ୍ରୟାସ ଜରି ରଖିଛି ସେହି କଥାକୁ ଦୋହରାଇଛନ୍ତି।
ରାଜ୍ୟସ୍ତରୀୟ ସ୍ୱାଧନତା ଦିବସ ପାଳନ ଉତ୍ସବରେ ପୂର୍ବ ସରକାରକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତତ୍କାଳୀନ ବିଜେଡି ସରକାରକୁ ପ୍ରଚାର ସର୍ବସ୍ୱ ସରକାର କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାବାସୀ ପ୍ରଚାର ସର୍ବସ୍ବ ବିକାଶର ରାସ୍ତାରୁ ବହାରି କର୍ମ ସର୍ବସ୍ୱ ବିକାଶ ପାଇଁ ରାସ୍ତା ବାଛିଛନ୍ତି । ରାଜ୍ୟବାସୀ ଅତ୍ମାବିହୀନ ଗତିକୁ ଅସ୍ୱୀକାର କରି ଅସ୍ମିତାକୁ ସ୍ୱୀକାର କରିଥିବା ମୋହନ କହିଛନ୍ତି ।
ଏଥର ନିର୍ବାଚନରେ ବିଜେଡିକୁ ପ୍ରତ୍ୟାଖ୍ୟାନ କରି ବିଜେପିକୁ ବାଛିଥିଲେ ରାଜ୍ୟବାସୀ। ଯାହାକୁ ଏ ଜାତିର ଜାଗରଣ ଏବଂ ଓଡିଆ ଅସ୍ମିତାର ପୁନଃ ପ୍ରତିଷ୍ଠା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୭୮ତମ ସ୍ୱାଧୀନତା ଦିବସରେ ରାଜ୍ୟବାସୀଙ୍କୁ ସମ୍ୱୋଧନ କରି କୌଣସି ନୂଆ ଘୋଷଣା କରିନାହାନ୍ତି ମୁଖ୍ୟମନ୍ତ୍ରୀ। ବରଂ ଦେଇଥିବା ପ୍ରତିଶ୍ରୁତିକୁ ବିଜେପି ସରକାର କେମିତି ପୂରଣ କରିବାର ପ୍ରୟାସ ଜରି ରଖିଛନ୍ତି ସେହି କଥାକୁ ଦୋହରାଇଛନ୍ତି।
ଶ୍ରୀମନ୍ଦିର ୪ ଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା
ଓଡ଼ିଆ ଅସ୍ମିତା ପାଇଁ ପାଣ୍ଠି ସୃଷ୍ଟି କରିବା
ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ପାଇଁ ପ୍ରଶାସନକୁ ପ୍ରସ୍ତୁତ କରିବା ଭଳି ପ୍ରତିଶ୍ରୁତିକୁ ନୂଆ ସରକାର ୬୦ ଦିନରେ ପାଳନ କରିଛନ୍ତି । ଏଥିସହ ବିକଶିତ ଓଡ଼ିଶା ଗଠନ ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ରାଜ୍ୟବାସୀଙ୍କୁ ଭରସା ଦେଇ ମୋହନ ମାଝୀ କହିଛନ୍ତି ଯେ, ପଟ୍ଟ ପରିବର୍ତନ କରି ଲୋକେ ବିଜେପିକୁ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ କାୟ ମନ ବାକ୍ୟରେ ପାଳନ କରିବାକୁ ଦଳ ସ୍ଥିର କରିଛି ।
The post ନବୀନଙ୍କ ୨୪ ବର୍ଷ ବନାମ ମୋହନଙ୍କ ୨ ମାସ: ପୂର୍ବ ସରକାରକୁ ପ୍ରଚାର ସର୍ବସ୍ୱ କହି ଟାର୍ଗେଟ୍ first appeared on Kanak News.