ନଭେମ୍ବର ଆରମ୍ଭରୁ ରାଜ୍ୟରେ ବଢ଼ିବ ଶୀତ
ଭୁବନେଶ୍ୱର,୨୯ା୧୦: ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟ ବାୟୁମଣ୍ଡଳରେ ଏକ ପୂର୍ର୍ଣ୍ଣିି ବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ଜଳୀୟବାଷ୍ପକୁ ଧରି ରଖିଥିବାରୁ ରାଜ୍ୟରେ ତାପମାତ୍ରା କମୁନାହିଁ। ଏହା ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେବାରେ ବାଧା ସୃଷ୍ଟି କରୁଛି। କେବଳ କୋରାପୁଟ, ଫୁଲବାଣୀ ଓ ଦାରିଙ୍ଗବାଡିରେ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ୍ରୁ କମ୍ ରହୁଥିବାବେଳେ ରାଜ୍ୟରେ ଅନ୍ୟ ସମସ୍ତ ସ୍ଥାନରେ ଉଚ୍ଚ ତାପମାତ୍ରା ଅନୁଭୂତ ହେଉଛି। କେନ୍ଦ୍ରୀୟ ଭାରତରେ ୩୦ ତାରିଖ ସୁଦ୍ଧା ଗୁରୁଚାପ ବଳୟ ସକ୍ରିୟ […] The post ନଭେମ୍ବର ଆରମ୍ଭରୁ ରାଜ୍ୟରେ ବଢ଼ିବ ଶୀତ appeared first on Dharitri Odia News.
ଭୁବନେଶ୍ୱର,୨୯ା୧୦: ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟ ବାୟୁମଣ୍ଡଳରେ ଏକ ପୂର୍ର୍ଣ୍ଣିି ବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ଜଳୀୟବାଷ୍ପକୁ ଧରି ରଖିଥିବାରୁ ରାଜ୍ୟରେ ତାପମାତ୍ରା କମୁନାହିଁ। ଏହା ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେବାରେ ବାଧା ସୃଷ୍ଟି କରୁଛି। କେବଳ କୋରାପୁଟ, ଫୁଲବାଣୀ ଓ ଦାରିଙ୍ଗବାଡିରେ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ୍ରୁ କମ୍ ରହୁଥିବାବେଳେ ରାଜ୍ୟରେ ଅନ୍ୟ ସମସ୍ତ ସ୍ଥାନରେ ଉଚ୍ଚ ତାପମାତ୍ରା ଅନୁଭୂତ ହେଉଛି। କେନ୍ଦ୍ରୀୟ ଭାରତରେ ୩୦ ତାରିଖ ସୁଦ୍ଧା ଗୁରୁଚାପ ବଳୟ ସକ୍ରିୟ ହୋଇପାରେ। ଏହା ପରଠାରୁ ଘୂର୍ଣ୍ଣିବଳୟ ଦୁର୍ବଳ ହେବା ସହ ଆସନ୍ତା ସପ୍ତାହରୁ ରାଜ୍ୟରେ ତାପମାତ୍ରା ସ୍ବାଭାବିକଠାରୁ କମ୍ ହୋଇପାରେ। ନଭେମ୍ବର ୨ରୁ ୩ ତାରିଖ ପରେ ରାଜ୍ୟରେ ଶୀତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ସୂଚନାନୁସାରେ, ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରପତ୍ତନଠାରୁ ୫.୮ କିମି ଊର୍ଦ୍ଧ୍ୱରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହି କ୍ରମଶଃ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛି। ଏହା ପ୍ରଭାବରେ ରାଜ୍ୟରେ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଛି। ସୋମବାର ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ୧୮.୫ ଡିଗ୍ରୀ ସେଲସିୟସ୍ ରହିଥିଲା।
ତେବେ ମଙ୍ଗଳବାର ରାଜ୍ୟର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏନେଇ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ନଭେମ୍ବର ୪ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।
The post ନଭେମ୍ବର ଆରମ୍ଭରୁ ରାଜ୍ୟରେ ବଢ଼ିବ ଶୀତ appeared first on Dharitri Odia News.