ନଭେମ୍ବର ପହିଲାରୁ ନୂଆ ରାସନ କାର୍ଡ, ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ଏମାନଙ୍କ କଟିଲା ନାଁ…
ଭୁବନେଶ୍ୱର,୩୦।୧୦: ନଭେମ୍ବରରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯଦି ଆପଣ ମଧ୍ୟ ରାସନ କାର୍ଡ ଧାରକ ତେବେ ଆପଣଙ୍କ ପାଇଁ ସାମ୍ନାକୁ ଆସିଛି ବଡ଼ ଖବର। ରାସନ କାର୍ଡରେ ହୋଇଥିବା ପରିବର୍ତ୍ତନ ବିଷୟରେ ଆପଙ୍କର ଜାଣିବା ଜରୁରୀ। ଏନେଇ ନଭେମ୍ବରରୁ ୧ରୁ ଲାଗୁ ହେବ ନୂଆ ନିୟମ। ୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରି କାର୍ଡ ଦିଆଯିବ। ୧୦ରୁ ୧୫ ଦିନ […] The post ନଭେମ୍ବର ପହିଲାରୁ ନୂଆ ରାସନ କାର୍ଡ, ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ଏମାନଙ୍କ କଟିଲା ନାଁ… appeared first on Dharitri Odia News.
ଭୁବନେଶ୍ୱର,୩୦।୧୦: ନଭେମ୍ବରରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯଦି ଆପଣ ମଧ୍ୟ ରାସନ କାର୍ଡ ଧାରକ ତେବେ ଆପଣଙ୍କ ପାଇଁ ସାମ୍ନାକୁ ଆସିଛି ବଡ଼ ଖବର। ରାସନ କାର୍ଡରେ ହୋଇଥିବା ପରିବର୍ତ୍ତନ ବିଷୟରେ ଆପଙ୍କର ଜାଣିବା ଜରୁରୀ। ଏନେଇ ନଭେମ୍ବରରୁ ୧ରୁ ଲାଗୁ ହେବ ନୂଆ ନିୟମ।
୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରି କାର୍ଡ ଦିଆଯିବ। ୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ E-KYC। ଅଯୋଗ୍ୟଙ୍କୁ ଚିହ୍ନଟ ପାଇଁ ଚାଲିଛି E-KYC ପ୍ରକ୍ରିୟା। ରାଶନକାର୍ଡରୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ବାଦ ପଡ଼ିବେ। E-KYC ପରେ ନୂଆ ହିତାଧିକାରୀଙ୍କୁ ମିଳିବ କାର୍ଡ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଭାରତରେ ଅନେକ ଲୋକ ଦାରିଦ୍ର ସୀମାରେଖା ତଳେ ବାସ କରୁଛନ୍ତି। ଏହିପରି ଅନେକ ଲୋକଙ୍କର ଦୁଇଅଳି ଖାଇବା ମଧ୍ୟ ଟଙ୍କା ନାହିଁ। ଏଭଳି ପରିସ୍ଥିତିରେ ଭାରତ ସରକାର ଏଭଳି ଲୋକଙ୍କୁ କମ ମୂଲ୍ୟରେ ରାଶନ ଯୋଗାଊଛନ୍ତି। ଏଥିପାଇଁ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଏହି ଲୋକଙ୍କୁ ରାଶନ କାର୍ଡ ମଧ୍ୟ ପ୍ରଦାନ କରୁଛନ୍ତି। ରାଶନ କାର୍ଡ ସାହାଯ୍ୟରେ ନିକଟସ୍ଥ ସରକାରୀ ରାଶନ ଦୋକାନଗୁଡ଼ିକରେ କମ ମୂଲ୍ୟରେ ରାଶନ ମିଳିପାରିବ। କିଛି ମାସ ପୂର୍ବରୁ, ରାଶନ କାର୍ଡଧାରୀଙ୍କ ପାଇଁ E-KYC କରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁଥିରେ ସମସ୍ତ ରାଶନ କାର୍ଡଧାରୀଙ୍କ ପାଇଁ E-KYC କରିବା ବାଧ୍ୟତାମୂଳକ କରାଯାଇଥିଲା। ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କର E-KYC କରିନାହାଁନ୍ତି। ତେବେ ଆପଣ ନିଜ ଅଞ୍ଚଳର ଯେକୌଣସି ନିକଟତମ ସରକାରୀ ରାଶନ ବଣ୍ଟନ ଦୋକାନକୁ ଯାଇ PoS ମେଶିନ ମାଧ୍ୟମରେ E- KYC କରିପାରିବେ।
The post ନଭେମ୍ବର ପହିଲାରୁ ନୂଆ ରାସନ କାର୍ଡ, ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ଏମାନଙ୍କ କଟିଲା ନାଁ… appeared first on Dharitri Odia News.