ତଦନ୍ତ ହେଉ, ସତ ଆପେ ଜଣାପଡ଼ିବ: ମନ୍ତ୍ରୀ ସମ୍ପଦ ସ୍ବାଇଁ

ଭୁବନେଶ୍ୱର, ୨୮।୬(ସୁନିତ୍‌ ମିଶ୍ର): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇସେନ୍ସ (କିସ୍‌)ର ଜଙ୍ଗଲ ଜମି କିସମ ପରିବର୍ତ୍ତନ ନେଇ କିଛି କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବା ପରେ ସେ କହିଛନ୍ତି, ପ୍ରଥମେ ତଦନ୍ତ ହେଉ। ତଦନ୍ତ ହେଲେ ସବୁ ଆପେ ଆପେ ସତ ପଦାକୁ ଆସିଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ […] The post ତଦନ୍ତ ହେଉ, ସତ ଆପେ ଜଣାପଡ଼ିବ: ମନ୍ତ୍ରୀ ସମ୍ପଦ ସ୍ବାଇଁ appeared first on Dharitri Odia News.

ତଦନ୍ତ ହେଉ, ସତ ଆପେ ଜଣାପଡ଼ିବ: ମନ୍ତ୍ରୀ ସମ୍ପଦ ସ୍ବାଇଁ

ଭୁବନେଶ୍ୱର, ୨୮।୬(ସୁନିତ୍‌ ମିଶ୍ର): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇସେନ୍ସ (କିସ୍‌)ର ଜଙ୍ଗଲ ଜମି କିସମ ପରିବର୍ତ୍ତନ ନେଇ କିଛି କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବା ପରେ ସେ କହିଛନ୍ତି, ପ୍ରଥମେ ତଦନ୍ତ ହେଉ। ତଦନ୍ତ ହେଲେ ସବୁ ଆପେ ଆପେ ସତ ପଦାକୁ ଆସିଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନ ମିଳିବା ପର୍ଯ୍ୟନ୍ତ ହସ୍ତାନ୍ତର କିମ୍ବା କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରଣାଳୟ ଗତ ଜୁନ୍‌ ୨୧ରେ ଖୋର୍ଦ୍ଧା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଙ୍ଗଲ ଜମିର କିସମ ପରିବର୍ତ୍ତନକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ହୋଇଥିବା ଅଭିଯୋଗ ଆଧାରରେ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ।

The post ତଦନ୍ତ ହେଉ, ସତ ଆପେ ଜଣାପଡ଼ିବ: ମନ୍ତ୍ରୀ ସମ୍ପଦ ସ୍ବାଇଁ appeared first on Dharitri Odia News.