ନଭେମ୍ବର ୧୬-୧୭ରେ ଅଯୋଧ୍ୟାରେ ହେବ ଆତଙ୍କବାଦୀ ଆକ୍ରମଣ!

ନୂଆଦିଲ୍ଲୀ,୧୨।୧୧: ଅଯୋଧ୍ୟା ରାମ ମନ୍ଦିର ପରିସରରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁଙ୍କ ଦ୍ୱାରା ୧୬ ଓ ୧୭ ନଭେମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବାର ଧମକ ଦିଆଯାଉଥିବା ଅଡିଓ ବାର୍ତ୍ତା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏହି ଧମକ ମିଳିବା ପରେ ପୋଲିସ ଓ ପ୍ରସାଶନ ସତର୍କ ହୋଇଯାଇଛି। କାନାଡା ସ୍ଥିତ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁ ଏଥର ଅଯୋଧ୍ୟା ରାମ ମନ୍ଦିର ଉପରେ ଆକ୍ରମଣ ପାଇଁ ଧମକ ଦେଇଛନ୍ତି। ପନ୍ନୁଙ୍କ ସଙ୍ଗଠନ […] The post ନଭେମ୍ବର ୧୬-୧୭ରେ ଅଯୋଧ୍ୟାରେ ହେବ ଆତଙ୍କବାଦୀ ଆକ୍ରମଣ! appeared first on Dharitri Odia News.

ନଭେମ୍ବର ୧୬-୧୭ରେ ଅଯୋଧ୍ୟାରେ ହେବ ଆତଙ୍କବାଦୀ ଆକ୍ରମଣ!

ନୂଆଦିଲ୍ଲୀ,୧୨।୧୧: ଅଯୋଧ୍ୟା ରାମ ମନ୍ଦିର ପରିସରରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁଙ୍କ ଦ୍ୱାରା ୧୬ ଓ ୧୭ ନଭେମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବାର ଧମକ ଦିଆଯାଉଥିବା ଅଡିଓ ବାର୍ତ୍ତା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏହି ଧମକ ମିଳିବା ପରେ ପୋଲିସ ଓ ପ୍ରସାଶନ ସତର୍କ ହୋଇଯାଇଛି।
କାନାଡା ସ୍ଥିତ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁ ଏଥର ଅଯୋଧ୍ୟା ରାମ ମନ୍ଦିର ଉପରେ ଆକ୍ରମଣ ପାଇଁ ଧମକ ଦେଇଛନ୍ତି। ପନ୍ନୁଙ୍କ ସଙ୍ଗଠନ ପଞ୍ଜାବକୁ ଭାରତଠାରୁ ଅଲଗା କରିବାକୁ ଦାବି କରୁଛି ଓ ପୂର୍ବରୁ ମଧ୍ୟ ଅନେକ ଥର ଏମିତି ଧମକ ଦେଇ ସାରିଛି।
ଅଯୋଧ୍ୟା ରେଞ୍ଜର ପୋଲିସ ମହାନିରିକ୍ଷକ(ଆଇଜି) ପ୍ରବୀଣ କୁମାର କହିଛନ୍ତି, ଅଯୋଧ୍ୟାରେ ପୂର୍ବାପେକ୍ଷା ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ତଥା ସୁରକ୍ଷାକର୍ମୀ ୨୪ ଘଣ୍ଟା ଯେ କୌଣସି ଆତଙ୍କବାଦୀ ଆକ୍ରମଣର ସାମ୍ନା କରୁବାକୁ ପ୍ରସ୍ତୁତ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପୋଲିସ ଭାଇରାଲ ହେଉଥିବା ପନ୍ନୁଙ୍କ ବାର୍ତ୍ତାର ଯାଞ୍ଚ କରୁଛି।
ପୋଲିସ କହିଛି ପୂର୍ବରୁ ଏମିତି ଧମକପୂର୍ଣ୍ଣ ଅଡିଓ ଭିଡିଓ ଆସି ସାରିଛି। ଯେଉଁଥିରେ ଖଲିସ୍ତାନୀ ଆତଙ୍କବାଦୀ ଓ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ଅଯୋଧ୍ୟାରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ହେଲେ ସୁରକ୍ଷା ଏଜେନ୍ସି ପ୍ରତିଥର ଏହାକୁ ବିଫଳ କରି ଦେଇଛି।

The post ନଭେମ୍ବର ୧୬-୧୭ରେ ଅଯୋଧ୍ୟାରେ ହେବ ଆତଙ୍କବାଦୀ ଆକ୍ରମଣ! appeared first on Dharitri Odia News.