ନମ୍ବର ବଦଳାଇ ବିକ୍ରି କରୁଥିଲେ ଚୋରା ବାଇକ, ୪ ଗିରଫ
ଭଦ୍ରକ: ଲାଇନରେ ଛିଡ଼ା ହୋଇଛି ନାନାଦି କମ୍ପାନୀର ନାମିଦାମି ବାଇକ । କିନ୍ତୁ ଆପଣ ଭାବୁଥିବେ ଏ କେଉଁ ମୋହତ୍ସବର ମୋଟର ସାଇକେଲ ଷ୍ଟାଣ୍ଡ ବୋଲି। କିନ୍ତୁ ଏ କେଉଁ ବାଇକ ଷ୍ଟାଣ୍ଡ ନୁହଁ ଏହା ହେଉଛି ଥାନାରେ ଛିଡା ହୋଇଥିବା ଚୋରି ବାଇକ । ଚୋର ଏହି ସବୁ ବାଇକକୁ ଚୋରି କରୁଥିଲେ ଓ ପରେ ନମ୍ବର ପ୍ଲେଟକୁ କାଢି ନିଜ ଚୋର ବୁଦ୍ଧିକୁ ଆପଣେଇ ବାହାର ରାଜ୍ୟକୁ ଚାଲାଣ କରିବାକୁ ଉଦ୍ୟମ କରୂଥିଲେ। କିନ୍ତୁ ଶେଷରେ ପୋଲିସ ର ଜାଲରେ ଫସିଛନ୍ତି ଚାରି ବାଇକ ଚୋର । ଭଦ୍ରକ ପୋଲିସର ସୂଚନା ଅନୁଯାୟୀ ଅଗଷ୍ଟ ୨୫ରେ ଭଦ୍ରକ ସହର କଚେରି ବଜାର ଫଳ ମାର୍କେଟରୁ ଗୋଟିଏ ବାଇକ ଚୋରିର ରିପୋର୍ଟ ହୋଇଥିଲା ଭଦ୍ରକ ସହରାଞ୍ଚଳ ଥାନାରେ । ଏହି ମାମଲାର ତଦନ୍ତ ବେଳେ ପୋଲିସ ୪ ଜଣ ବାଇକ ଚୋରକୁ ଧରିବାରେ ସକ୍ଷମ ହୋଇଥିଲା । ତେବେ ଅଧିକ ତଦନ୍ତ ପରେ ବିଭିନ୍ନ ସ୍ଥାନରୁ ୨୨ଟି ଚୋରି ବାଇକ ଠାବ କରିବାରେ ସକ୍ଷମ ହୋଇଥିଲା ପୋଲିସ। ଯେଉଁଥିରେ ୮ ଟି ହିରୋ ସ୍ପ୍ଲେଣ୍ଡର ପ୍ଲସ, ହୋଣ୍ଡା ସିବି ସାଇନ ୬ ଟି, ହିରୋ ସୁପର ସ୍ପ୍ଲେଣ୍ଡର , ଗୋଟିଏ ଟିଭିଏସ ରାଣ୍ଡମ, ୨ ଟି ହୋଣ୍ଡା ଡ୍ରିମ ୟୁଗା , ଗୋଟିଏ ହିରୋ ଏଚ ଏଫ ଡୀଲକ୍ସ , ଦୁଇ ଟି ସ୍ପ୍ଲେଡ଼ର ପ୍ରୋ ଓ ଗୋଟିଏ ହିରୋ ପାଶନ ପ୍ଲସ ରହିଛି । ତେବେ ବାଇକ ଚୋରି ଗ୍ୟାଙ୍ଗକୁ ଧରିବା ପାଇଁ ଥାନାଧିକାରୀଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ଯେଉଁଥିରେ ୪ ଚୋରଙ୍କୁ ଧରି କୋର୍ଟ ଚାଲାଣ କରାଯିବାନେଇ ଆୟ
ଭଦ୍ରକ: ଲାଇନରେ ଛିଡ଼ା ହୋଇଛି ନାନାଦି କମ୍ପାନୀର ନାମିଦାମି ବାଇକ । କିନ୍ତୁ ଆପଣ ଭାବୁଥିବେ ଏ କେଉଁ ମୋହତ୍ସବର ମୋଟର ସାଇକେଲ ଷ୍ଟାଣ୍ଡ ବୋଲି। କିନ୍ତୁ ଏ କେଉଁ ବାଇକ ଷ୍ଟାଣ୍ଡ ନୁହଁ ଏହା ହେଉଛି ଥାନାରେ ଛିଡା ହୋଇଥିବା ଚୋରି ବାଇକ । ଚୋର ଏହି ସବୁ ବାଇକକୁ ଚୋରି କରୁଥିଲେ ଓ ପରେ ନମ୍ବର ପ୍ଲେଟକୁ କାଢି ନିଜ ଚୋର ବୁଦ୍ଧିକୁ ଆପଣେଇ ବାହାର ରାଜ୍ୟକୁ ଚାଲାଣ କରିବାକୁ ଉଦ୍ୟମ କରୂଥିଲେ। କିନ୍ତୁ ଶେଷରେ ପୋଲିସ ର ଜାଲରେ ଫସିଛନ୍ତି ଚାରି ବାଇକ ଚୋର ।
ଭଦ୍ରକ ପୋଲିସର ସୂଚନା ଅନୁଯାୟୀ ଅଗଷ୍ଟ ୨୫ରେ ଭଦ୍ରକ ସହର କଚେରି ବଜାର ଫଳ ମାର୍କେଟରୁ ଗୋଟିଏ ବାଇକ ଚୋରିର ରିପୋର୍ଟ ହୋଇଥିଲା ଭଦ୍ରକ ସହରାଞ୍ଚଳ ଥାନାରେ । ଏହି ମାମଲାର ତଦନ୍ତ ବେଳେ ପୋଲିସ ୪ ଜଣ ବାଇକ ଚୋରକୁ ଧରିବାରେ ସକ୍ଷମ ହୋଇଥିଲା । ତେବେ ଅଧିକ ତଦନ୍ତ ପରେ ବିଭିନ୍ନ ସ୍ଥାନରୁ ୨୨ଟି ଚୋରି ବାଇକ ଠାବ କରିବାରେ ସକ୍ଷମ ହୋଇଥିଲା ପୋଲିସ। ଯେଉଁଥିରେ ୮ ଟି ହିରୋ ସ୍ପ୍ଲେଣ୍ଡର ପ୍ଲସ, ହୋଣ୍ଡା ସିବି ସାଇନ ୬ ଟି, ହିରୋ ସୁପର ସ୍ପ୍ଲେଣ୍ଡର , ଗୋଟିଏ ଟିଭିଏସ ରାଣ୍ଡମ, ୨ ଟି ହୋଣ୍ଡା ଡ୍ରିମ ୟୁଗା , ଗୋଟିଏ ହିରୋ ଏଚ ଏଫ ଡୀଲକ୍ସ , ଦୁଇ ଟି ସ୍ପ୍ଲେଡ଼ର ପ୍ରୋ ଓ ଗୋଟିଏ ହିରୋ ପାଶନ ପ୍ଲସ ରହିଛି ।
ତେବେ ବାଇକ ଚୋରି ଗ୍ୟାଙ୍ଗକୁ ଧରିବା ପାଇଁ ଥାନାଧିକାରୀଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ଯେଉଁଥିରେ ୪ ଚୋରଙ୍କୁ ଧରି କୋର୍ଟ ଚାଲାଣ କରାଯିବାନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ ।