ନମ୍ବର-୧ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ, ଏନ୍‌କ୍ସାସ ସହ 'ଲକ୍ଷ୍ୟ' ଓ ‘କାୟାକଳ୍ପ' ପୁରସ୍କାର

ଭୁବନେଶ୍ୱର ୧୮/୦୩ : ଓଡ଼ିଶାର ୧ ନମ୍ବର ଡାକ୍ତରଖାନା ଭାବେ ସାରା ଭାରତବର୍ଷରେ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଜାତୀୟ ଗୁଣାତ୍ମକ ଆସ୍ୟରାନ୍‌ସ୍ ଷ୍ଟାଣ୍ଡାର୍ଡ (ଏନ୍‌କ୍ସାସ୍) ତରଫରୁ କ୍ବାଲିଟି ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ତେବେ ଓଡ଼ିଶାର ସମସ୍ତ ଡାକ୍ତରଖାନା ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲକୁ ନମ୍ବର ୱାନ ହସ୍ପିଟାଲ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷ ଜୁଲାଇ ୭ ତାରିଖରେ ଏନ୍‌କ୍ଲାସ୍ ଟିମ୍ ୩ ଦିନ ଧରି କ୍ୟାପିଟାଲ ହସ୍ପିଟାଲରେ ଥିବା ୧୮ଟି ବିଭାଗକୁ ବିସ୍ତୃତ ଭାବେ ଯାଞ୍ଚ କରିଥିଲେ । ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଅସ୍ତ୍ରୋପଚାର, ରୋଗୀଙ୍କ ସୁରକ୍ଷା, ଜୀବାଣୁ ମୁକ୍ତ ପରିବେଶ, ମାନବସମ୍ବଳ ଏବଂ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁବିଧା ଭଳି ବିଭିନ୍ନ ବିଷୟ ଉପରେ ତଦାରଖ କରିଥିଲେ । ଏହି କ୍ଷେତ୍ରରେ ଉତ୍ତମ ବ୍ୟବସ୍ଥା ମିଳୁଥିବାରୁ ଏନ୍‌କ୍ସାସ ଟିମ୍ ସନ୍ତୁଷ୍ଟ ହୋଇ ମାର୍କ ପ୍ରଦାନ କରିଥିଲା । ଯାହାଫଳରେ ଅର୍ଥ ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥରେ ଭିତ୍ତିଭୂମି ଉନ୍ନତି କରାଯିବା ସହ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବା ଲାଗି ପୁରସ୍କାର ଦିଆଯିବ । ହସ୍ପିଟାଲ ଏନ୍‌କ୍ସାସ ସାର୍ଟିଫିକେଟ୍ ବ୍ୟତୀତ 'ଲକ୍ଷ୍ୟ' ଓ ‘କାୟାକଳ୍ପ' ପୁରସ୍କାର ମଧ୍ୟ ହାସଲ କରିଛି । You can also read...https://www.prameyanews7.com/warning-be

ନମ୍ବର-୧ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ, ଏନ୍‌କ୍ସାସ ସହ 'ଲକ୍ଷ୍ୟ' ଓ ‘କାୟାକଳ୍ପ' ପୁରସ୍କାର

ଭୁବନେଶ୍ୱର ୧୮/୦୩ : ଓଡ଼ିଶାର ୧ ନମ୍ବର ଡାକ୍ତରଖାନା ଭାବେ ସାରା ଭାରତବର୍ଷରେ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଜାତୀୟ ଗୁଣାତ୍ମକ ଆସ୍ୟରାନ୍‌ସ୍ ଷ୍ଟାଣ୍ଡାର୍ଡ (ଏନ୍‌କ୍ସାସ୍) ତରଫରୁ କ୍ବାଲିଟି ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । 


ତେବେ ଓଡ଼ିଶାର ସମସ୍ତ ଡାକ୍ତରଖାନା ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲକୁ ନମ୍ବର ୱାନ ହସ୍ପିଟାଲ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷ ଜୁଲାଇ ୭ ତାରିଖରେ ଏନ୍‌କ୍ଲାସ୍ ଟିମ୍ ୩ ଦିନ ଧରି କ୍ୟାପିଟାଲ ହସ୍ପିଟାଲରେ ଥିବା ୧୮ଟି ବିଭାଗକୁ ବିସ୍ତୃତ ଭାବେ ଯାଞ୍ଚ କରିଥିଲେ । ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଅସ୍ତ୍ରୋପଚାର, ରୋଗୀଙ୍କ ସୁରକ୍ଷା, ଜୀବାଣୁ ମୁକ୍ତ ପରିବେଶ, ମାନବସମ୍ବଳ ଏବଂ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁବିଧା ଭଳି ବିଭିନ୍ନ ବିଷୟ ଉପରେ ତଦାରଖ କରିଥିଲେ । 


ଏହି କ୍ଷେତ୍ରରେ ଉତ୍ତମ ବ୍ୟବସ୍ଥା ମିଳୁଥିବାରୁ ଏନ୍‌କ୍ସାସ ଟିମ୍ ସନ୍ତୁଷ୍ଟ ହୋଇ ମାର୍କ ପ୍ରଦାନ କରିଥିଲା । ଯାହାଫଳରେ ଅର୍ଥ ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥରେ ଭିତ୍ତିଭୂମି ଉନ୍ନତି କରାଯିବା ସହ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବା ଲାଗି ପୁରସ୍କାର ଦିଆଯିବ । ହସ୍ପିଟାଲ ଏନ୍‌କ୍ସାସ ସାର୍ଟିଫିକେଟ୍ ବ୍ୟତୀତ 'ଲକ୍ଷ୍ୟ' ଓ ‘କାୟାକଳ୍ପ' ପୁରସ୍କାର ମଧ୍ୟ ହାସଲ କରିଛି । 

You can also read...

https://www.prameyanews7.com/warning-bells-for-odisha-after-bengaluru