ନମ୍ବର-୧ ହେଲା ଭାରତ: ଫାଇନାଲ୍‌ଠାରୁ ମାତ୍ର ୩ ପାଦ ଦୂରରେ

ପର୍ଥ,୨୫।୧୧: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ଆଶାକୁ ମଧ୍ୟ ଜୀବନ୍ତ ରଖିଛି। ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଆଉ ତିନୋଟି ମ୍ୟାଚ ଜିତିବାକୁ ପଡିବ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ଭାରତର ମାର୍କ ପ୍ରତିଶତ ମଧ୍ୟ ୫୮.୩୩ […] The post ନମ୍ବର-୧ ହେଲା ଭାରତ: ଫାଇନାଲ୍‌ଠାରୁ ମାତ୍ର ୩ ପାଦ ଦୂରରେ appeared first on Dharitri Odia News.

ନମ୍ବର-୧ ହେଲା ଭାରତ: ଫାଇନାଲ୍‌ଠାରୁ ମାତ୍ର ୩ ପାଦ ଦୂରରେ

ପର୍ଥ,୨୫।୧୧: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ଆଶାକୁ ମଧ୍ୟ ଜୀବନ୍ତ ରଖିଛି। ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଆଉ ତିନୋଟି ମ୍ୟାଚ ଜିତିବାକୁ ପଡିବ।

ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ଭାରତର ମାର୍କ ପ୍ରତିଶତ ମଧ୍ୟ ୫୮.୩୩ ରୁ ୬୧.୧୧ରେ ପହଞ୍ଚିଛି। ଏଥି ସହିତ ଅଷ୍ଟ୍ରେଲିଆ ୧୩ଟି ମ୍ୟାଚରେ ଚତୁର୍ଥ ପରାଜୟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ଅଷ୍ଟ୍ରେଲିଆର ମାର୍କ ପ୍ରତିଶତ ୫୭.୬୯ ହୋଇଗଲା।

ଏହି ମ୍ୟାଚ ପୂର୍ବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିବାକୁ ଭାରତକୁ ୪-୦ରେ ଜିତିବାକୁ ପଡ଼ିବ। ପ୍ରଥମ ମ୍ୟାଚ ଜିତିବା ପରେ ଦଳକୁ ଆଉ ତିନୋଟି ମ୍ୟାଚ ଜିତିବାକୁ ପଡିବ ୧୫ଟି ମ୍ୟାଚରେ ଏହା ହେଉଛି ଭାରତର ନବମ ବିଜୟ। ବର୍ତ୍ତମାନ ଭାରତର ଆକାଉଣ୍ଟରେ ୧୧୦ ପଏଣ୍ଟ ଅଛି। ୫୫.୫୬ ମାର୍କ ପ୍ରତିଶତ ସହିତ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡ (୫୪.୫୫) ଏବଂ ଦକ୍ଷିଣ ଆଫ୍ରିକା (୫୪.୧୭) ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଅଛନ୍ତି।

ପର୍ଥର ଅପ୍ଟସ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ପାଇଁ ଟିମ ଇଣ୍ଡିଆ ୫୩୪ ରନ ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ କଙ୍ଗାରୁ ଦଳ ୨୩୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଟସ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୧୫୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୦୪ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ପ୍ରଥମ ଇନିଂସ ଆଧାରରେ ଭାରତ ୪୬ ରନ ଅଗ୍ରଣୀ ହାସଲ କରିଥିଲା। ଭାରତ ୪୮୭ ରନ୍‌ରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା ଏବଂ ୫୩୩ ରନ୍‌ର ଅଗ୍ରଣୀ ହାସଲ କରିଥିଲା।

The post ନମ୍ବର-୧ ହେଲା ଭାରତ: ଫାଇନାଲ୍‌ଠାରୁ ମାତ୍ର ୩ ପାଦ ଦୂରରେ appeared first on Dharitri Odia News.