୮ ବର୍ଗରେ ହେବ ଉତ୍କଳ ଓପନ ଟେନିସ୍‌

ଭୁବନେଶ୍ୱର, ୧୦।୧(ତପନ ସ୍ବାଇଁ): ଏସିଇ ଟେନିସ କ୍ଲବ ଆନୁକୂଲ୍ୟରେ ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟ ୧୦ମ ସଂସ୍କରଣ ଚଳିତ ମାସ ୧୨ରୁ ୧୪ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥର ପ୍ରତିଯୋଗିତା ୮ଟି ବର୍ଗରେ ଅନୁଷ୍ଠିତ ହେବ। ୧୪ ବର୍ଷରୁ କମ୍‌ ବାଳିକା ଓ ବାଳକ, ମହିଳା ସିଙ୍ଗଲ୍ସ, ପୁରୁଷ ସିଙ୍ଗଲ୍ସ, ପୁରୁଷ ଡବଲ୍ସ ଏବଂ ୪୦, ୫୦ ଓ ୬୦ ବର୍ଷ ପୁରୁଷ ଭେଟେରାନ ବର୍ଗରେ ପ୍ରତିଯୋଗିତା ହେବ। ପ୍ରତି ସିଙ୍ଗଲ୍ସ ବର୍ଗ ପାଇଁ […] The post ୮ ବର୍ଗରେ ହେବ ଉତ୍କଳ ଓପନ ଟେନିସ୍‌ appeared first on Dharitri Odia News.

୮ ବର୍ଗରେ ହେବ ଉତ୍କଳ ଓପନ ଟେନିସ୍‌
[contact-form]

ଭୁବନେଶ୍ୱର, ୧୦।୧(ତପନ ସ୍ବାଇଁ): ଏସିଇ ଟେନିସ କ୍ଲବ ଆନୁକୂଲ୍ୟରେ ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟ ୧୦ମ ସଂସ୍କରଣ ଚଳିତ ମାସ ୧୨ରୁ ୧୪ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥର ପ୍ରତିଯୋଗିତା ୮ଟି ବର୍ଗରେ ଅନୁଷ୍ଠିତ ହେବ। ୧୪ ବର୍ଷରୁ କମ୍‌ ବାଳିକା ଓ ବାଳକ, ମହିଳା ସିଙ୍ଗଲ୍ସ, ପୁରୁଷ ସିଙ୍ଗଲ୍ସ, ପୁରୁଷ ଡବଲ୍ସ ଏବଂ ୪୦, ୫୦ ଓ ୬୦ ବର୍ଷ ପୁରୁଷ ଭେଟେରାନ ବର୍ଗରେ ପ୍ରତିଯୋଗିତା ହେବ। ପ୍ରତି ସିଙ୍ଗଲ୍ସ ବର୍ଗ ପାଇଁ ୭୦୦ ଓ ଡବଲ୍ସ ପାଇଁ ୧୦୦୦ ଟଙ୍କାର ଏଣ୍ଟ୍ରି ଫି’ ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୦ ତାରିଖକୁ ଏଣ୍ଟ୍ରି ଫି’ ଦାଖଲର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ପ୍ରତି ଖେଳାଳି ଅତିବେଶିରେ ୨ଟି ବର୍ଗରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମୋଟ ୩,୨୦,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଛି ବୋଲି ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆୟୋଜକ କମିଟି ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ପ୍ରକାଶ କରିଛନ୍ତି। କ୍ୱାର୍ଟର ଫାଇନାଲିଷ୍ଟ, ସେମିଫାଇନାଲିଷ୍ଟ ଏବଂ ଚାମ୍ପିୟନ ଓ ରନରଅପ୍‌ଙ୍କୁ ଆର୍ଥିକ ପୁରସ୍କାରରେ ସମ୍ମାନିତ କରାଯିବ। ବାଳିକା ଓ ବାଳକ ବର୍ଗର ଚାମ୍ପିୟନଙ୍କୁ ୧୨,୦୦୦ ଲେଖାଏ ଏବଂ ଅନ୍ୟ ସମସ୍ତ ବର୍ଗର ଚାମ୍ପିୟନଙ୍କୁ ଟ୍ରଫି ସହ ୧୫,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାବ୍ୟତୀତ ଜଣେ ଲେଖାଏ ଖେଳାଳିଙ୍କୁ ବେଷ୍ଟ ସ୍ପୋଟର୍‌ସମ୍ୟାନ ସ୍ପିରିଟ, ଶ୍ରେଷ୍ଠ ଉଦୀୟମାନ ଖେଳାଳି, ଉତ୍ତମ-ପୋଷାକ ପରିଧାନକାରୀ ଏବଂ ୨ ଜଣଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ବିଶ୍ୱଜିତ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସିଇ ଟେନିସ କ୍ଲବର ସଭାପତି ପ୍ରକାଶ ଚନ୍ଦ୍ର ବରୁଆ, ସମ୍ପାଦକ ନଭରତନ ବୋଥ୍ରା, ମୁଖ୍ୟ ପୃଷ୍ଠପୋଷକ ସୁବାସ ଚନ୍ଦ୍ର ମୁଖାର୍ଜୀ, କାର୍ଯ୍ୟକାରିଣୀ ସଦସ୍ୟ ପରେଶ କୁମାର ସିଂ, ବି.ଏନ. ପଟ୍ଟନାୟକ, ଜ୍ଞାନରଞ୍ଜନ ସ୍ବାଇଁ, ଦିଲୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

The post ୮ ବର୍ଗରେ ହେବ ଉତ୍କଳ ଓପନ ଟେନିସ୍‌ appeared first on Dharitri Odia News.