ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ, ବାଣ ଫୁଟି ୧୫ ଆହତ
ବାଣ ଫୁଟି ଲୋକଙ୍କ ଉପରେ ପଡ଼ିବାରୁ ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଚାପ ଖେଳରେ ବାଣ ଫୁଟି ୧୫ ଆହତ। ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଏହି ଅଘଟଣ ଘଟିଛି । ବାଣ ଫୁଟି ଲୋକଙ୍କ ଉପରେ ପଡ଼ିବାରୁ ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ନରେନ୍ଦ୍ର ପୁଷ୍କରିଣୀର ଦେବୀଘାଟ ପଟେ ବାଣ ଫୁଟିବାର ବ୍ୟବସ୍ଥା କରାଯାଇଥିଲା ।
ସେପଟେ ପୁରୀ ମେଡିକାଲ୍ରେ ଆବଶ୍ୟକୀୟ ଡାକ୍ତର ନ ଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଆହତଙ୍କ ସର୍ମ୍ପକୀୟଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ମେଡିକାଲ ପରିସର । ତେବେ ବର୍ଣ୍ଣ ୟୁନିଟ୍ ନ ଥିବାରୁ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଗୁରୁତର ଆହତ ହୋଇଥିବା ଅନେକଙ୍କୁ ଭୁବନେଶ୍ୱର ଓ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି ।
ଚାପ ଖେଳରେ ବାଣ ଫୁଟି ୧୫ ଆହତ। ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଏହି ଅଘଟଣ ଘଟିଛି। ବାଣ ଫୁଟି ଲୋକଙ୍କ ଉପରେ ପଡ଼ିବାରୁ ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।#Puri #FireCrackersBlast #OTV pic.twitter.com/447O9EzsJx — ଓଟିଭି (@otvkhabar) May 29, 2024