ନରେନ୍ଦ୍ର ମୋଦି ଯଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଏହା ଦେଶର ଶେଷ ନିର୍ବାଚନ ହେବ: ଖାର୍ଗେ
ନୂଆଦିଲ୍ଲୀ,୨୯।୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ଜିତନ୍ତି ତେବେ ଏହା ଦେଶର ଶେଷ ନିର୍ବାଚନ ହେବ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲୋକଙ୍କ ପାଇଁ ୨୦୨୪ ଲୋକ ସଭା ନିର୍ବାଚନ ହେଉଛି ଶେଷ ସୁଯୋଗ ବୋଲି ସେ କହିଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ ଖାର୍ଗେ କହିଛନ୍ତି, ଯଦି ନରେନ୍ଦ୍ର ମୋଦି ନିର୍ବାଚନ ଜିତନ୍ତି, ତେବେ ଦେଶରେ ଏକଛତ୍ରବାଦୀ […] The post ନରେନ୍ଦ୍ର ମୋଦି ଯଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଏହା ଦେଶର ଶେଷ ନିର୍ବାଚନ ହେବ: ଖାର୍ଗେ appeared first on Dharitri Odia News.
ନୂଆଦିଲ୍ଲୀ,୨୯।୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ଜିତନ୍ତି ତେବେ ଏହା ଦେଶର ଶେଷ ନିର୍ବାଚନ ହେବ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲୋକଙ୍କ ପାଇଁ ୨୦୨୪ ଲୋକ ସଭା ନିର୍ବାଚନ ହେଉଛି ଶେଷ ସୁଯୋଗ ବୋଲି ସେ କହିଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ ଖାର୍ଗେ କହିଛନ୍ତି, ଯଦି ନରେନ୍ଦ୍ର ମୋଦି ନିର୍ବାଚନ ଜିତନ୍ତି, ତେବେ ଦେଶରେ ଏକଛତ୍ରବାଦୀ ଶାସନ ହେବ। ଏଥିସହ ଖାର୍ଗେ ଲୋକଙ୍କୁ ଭାଜପା ଏବଂ ଆରଏସଏସଠାରୁ ଦୂରରେ ରହିବାକୁ ଅନୁରୋଧ କରିବା ସହ ସେମାନେ ବିଷ ସହ ସମାନ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପଟେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏକୁ ଫେରିବାକୁ ନେଇ ଖାର୍ଗେ ଦାବି କରିଛନ୍ତି , ଏହାର ନିର୍ବାଚନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଜଣେ ବ୍ୟକ୍ତି ମହାଗଠବନ୍ଧନ ଛାଡିବାରେ ଆମେ ଦୁର୍ବଳ ହୋଇଯିବୁ ନାହିଁ। ସେ କହିଛନ୍ତି, ଆମେ ଭାଜପାକୁ ପରାସ୍ତ କରିବୁ।
The post ନରେନ୍ଦ୍ର ମୋଦି ଯଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଏହା ଦେଶର ଶେଷ ନିର୍ବାଚନ ହେବ: ଖାର୍ଗେ appeared first on Dharitri Odia News.