ନରେଲା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ୩ମୃତ, ୬ଆହତ

ନୂଆଦିଲ୍ଲୀ,୮।୬: ଶନିବାର ଭୋର ପ୍ରାୟ ୩ଟା ୩୦ରେ ନରେଲା ଶିଳ୍ପାଞ୍ଚଳର ଏକ ମୁଗ ଡାଲ ଶୁଖାଇବା କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁରେ ଫସି ରହିଥିବା ୯ଜଣ କର୍ମଚାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଯେଉଁଠାରେ ତିନିଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତକଙ୍କ ନାମ ଶ୍ୟାମ, ରାମ ସିଂ ଏବଂ ବିରପାଲ ବୋଲି ଜଣାପଡିଛି। ଆହତମାନଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ […] The post ନରେଲା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ୩ମୃତ, ୬ଆହତ appeared first on Dharitri Odia News.

ନରେଲା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ୩ମୃତ, ୬ଆହତ

ନୂଆଦିଲ୍ଲୀ,୮।୬: ଶନିବାର ଭୋର ପ୍ରାୟ ୩ଟା ୩୦ରେ ନରେଲା ଶିଳ୍ପାଞ୍ଚଳର ଏକ ମୁଗ ଡାଲ ଶୁଖାଇବା କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁରେ ଫସି ରହିଥିବା ୯ଜଣ କର୍ମଚାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଯେଉଁଠାରେ ତିନିଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।
ମୃତକଙ୍କ ନାମ ଶ୍ୟାମ, ରାମ ସିଂ ଏବଂ ବିରପାଲ ବୋଲି ଜଣାପଡିଛି। ଆହତମାନଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ କେତେକ ଦୌଡ଼ି ପଳାଇବା ବେଳେ ଆହତ ହୋଇଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କଞ୍ଚା ମୁଗକୁ କାରଖାନାର ଏକ ଗ୍ୟାସ ବନର୍ର୍‌ ଉପରେ ଭଜା ଯାଇଥାଏ, ଗୋଟିଏ ପାଇପଲାଇନରେ ଗ୍ୟାସ ଲିକ ହେତୁ ନିଆଁ ବ୍ୟାପି ଯାଇଥିଲା; ଯେଉଁ କାରଣରୁ କମ୍ପ୍ରେସର ଗରମ ହୋଇଗଲା ଏବଂ ଏହା ବିସ୍ଫୋରଣ ହେଲା।

The post ନରେଲା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ୩ମୃତ, ୬ଆହତ appeared first on Dharitri Odia News.