ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ରାଜ୍ୟଗୁଡ଼ିକର କ୍ରିକେଟ ପ୍ରତିଭାଙ୍କୁ ଆଗକୁ ବଢ଼ାଇବା ପାଇଁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି। ଶିଲଂ, ଇଟାନଗର, କୋହିମା, ଆଇଜଲ, ଇମ୍ଫାଲ ଓ ଗାଙ୍ଗଟକ୍‌ରେ ଏହି ୬ଟି ଏକାଡେମୀ ସ୍ଥାପନ ହେବ। ଏହା ଦ୍ୱାରା ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଓ ସିକ୍କିମ ଭଳି ରାଜ୍ୟର ଖେଳାଳିମାନଙ୍କୁ ସୁବିଧା […] The post ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ appeared first on Dharitri Odia News.

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ରାଜ୍ୟଗୁଡ଼ିକର କ୍ରିକେଟ ପ୍ରତିଭାଙ୍କୁ ଆଗକୁ ବଢ଼ାଇବା ପାଇଁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି। ଶିଲଂ, ଇଟାନଗର, କୋହିମା, ଆଇଜଲ, ଇମ୍ଫାଲ ଓ ଗାଙ୍ଗଟକ୍‌ରେ ଏହି ୬ଟି ଏକାଡେମୀ ସ୍ଥାପନ ହେବ। ଏହା ଦ୍ୱାରା ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଓ ସିକ୍କିମ ଭଳି ରାଜ୍ୟର ଖେଳାଳିମାନଙ୍କୁ ସୁବିଧା ମିଳିପାରିବ। ପୂର୍ବର ଏହି ସମସ୍ତ ରାଜ୍ୟର ଖେଳାଳିମାନଙ୍କୁ ବର୍ଷା ଋତୁରେ କୋଲକାତା, ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ ଓ ଅହମଦାବାଦ ଭଳି ରାଜ୍ୟକୁ ଅଭ୍ୟାସ ପାଇଁ ଯିବାକୁ ପଡୁଥିଲା। ବିସିସିଆଇ ସମ୍ପାଦକ ଜୟ ଶାହା ଏହାକୁ ନେଇ ଖୁସି ଜାହିର କରିଛନ୍ତି। ଏହି ୬ ରାଜ୍ୟର କ୍ରୀଡ଼ା ପ୍ରତିଭାଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି କହିଛନ୍ତି ଶାହା। ଏହା ସହିତ ବିସିସିଆଇ ପକ୍ଷରୁ ନର୍ଥଇଷ୍ଟ କ୍ରିକେଟ ଡେଭେଲପମେଣ୍ଟ କମିଟି ମଧ୍ୟ ଗଠନ କରାଯାଇଛି। ଏହି ସମସ୍ତ ଏକାଡେମୀରେ ବିଶ୍ୱସ୍ତରୀୟ ଇନ୍‌ଡୋର ନେଟ୍ସ, ସୁଇମିଂପୁଲ୍‌ ଓ ଫିଟ୍‌ନେସ୍‌ ସେଣ୍ଟର ରହିବ ବୋଲି କହିଛନ୍ତି ଶାହା। ଏହା ସହ ମିଜୋରାମ କ୍ରିକେଟ ଷ୍ଟାଡିୟମରେ ଏକ ନୂଆ ପ୍ୟାଭିଲିୟନର ଲୋକାର୍ପଣ କରାଯାଇଛି। ବିସିସିଆଇ ବେଙ୍ଗାଲୁରୁ ସ୍ଥିତ ଏନ୍‌ସିଏ ପରିସରକୁ ଆହୁରି ବୃଦ୍ଧି କରିବାକୁ ପ୍ରୟାସ କରୁଥିବା ଶାହା କହୁଛନ୍ତି।

The post ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ appeared first on Dharitri Odia News.