ନର୍ଲା ରଣାଙ୍ଗନରେ କଂଗ୍ରେସର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ

ନର୍ଲା : ଆଜି ନର୍ଲା ମାଟିରେ କଂଗ୍ରେସର ଏକ ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କଂଗ୍ରେସର ଏହି ସଭାରେ ନର୍ଲା ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରୁ ହଜାର ସଂଖ୍ୟକ ଜନସାଧାରଣ ଉପସ୍ଥିତ ହୋଇଥିଲେ।ନିର୍ବାଚନୀ ସଭାରେ ସର୍ବ ଭାରତୀୟ କଂଗ୍ରେସ କମିଟିର ବରିଷ୍ଠ ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ, ସଂପାଦକ ସେହେନାବାଜ୍ ହୁସେନ୍, କଳାହାଣ୍ଡିର ବରିଷ୍ଠ ନେତା ତଥି ନର୍ଲା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ, କଳାହାଣ୍ଡି ଲୋକସଭା ଆସନର […]

ନର୍ଲା ରଣାଙ୍ଗନରେ କଂଗ୍ରେସର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ
ନର୍ଲା : ଆଜି ନର୍ଲା ମାଟିରେ କଂଗ୍ରେସର ଏକ ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କଂଗ୍ରେସର ଏହି ସଭାରେ ନର୍ଲା ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରୁ ହଜାର ସଂଖ୍ୟକ ଜନସାଧାରଣ ଉପସ୍ଥିତ ହୋଇଥିଲେ।ନିର୍ବାଚନୀ ସଭାରେ ସର୍ବ ଭାରତୀୟ କଂଗ୍ରେସ କମିଟିର ବରିଷ୍ଠ ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ, ସଂପାଦକ ସେହେନାବାଜ୍ ହୁସେନ୍, କଳାହାଣ୍ଡିର ବରିଷ୍ଠ ନେତା ତଥି ନର୍ଲା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ, କଳାହାଣ୍ଡି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥି ଦ୍ରୌପଦୀ ମାଝୀ, ଜିଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ଚିତ୍ତରଞ୍ଜନ ମଣ୍ଡଳ, ଏମ୍ ବି ସାହେବ ପ୍ରମୁଖ ମଞ୍ଚାସୀନ ହୋଇ ବିଜେଡି ଓ ବିଜେପି ସରକାରଙ୍କ ହୀନ ନିତୀ ଓ ଆଦର୍ଶ ଉପରେ ସମାଲୋଚନା କରିଥିଲେ।  ଏହି ମିଶ୍ରଣ ପର୍ବରେ ନର୍ଲା, ମ.ରାମପୁର ଓ କର୍ଲାମୁଣ୍ଡାରୁ ଚିତ୍ତରଞ୍ଜନ ମଣ୍ଡଳଙ୍କ ସମେତ ୪୫୦ କର୍ମୀ କଂଗ୍ରେସରେ ଯୋଗଦେଇଥିଲେ। ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ବ୍ଳକ ସଭାପତି ସମୀର ଚାନ୍ଦ,ଦୀପୁ ପାତ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର କୁମାର, ଚୁଳମଣି ଗୌଡିଆ,ଅନିରୁଦ୍ଧ ବିଶ୍ବାଳ,ରଜନୀ କୁମାର ସମେତ ନିର୍ବାଚନ ମଣ୍ଡଳୀର ୬୬ ପଞ୍ଚାୟତର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।