ନା ମରିଛନ୍ତି ଅଣ୍ଡର ଓ୍ବାର୍ଲଡ ଡନ, ନା ଦିଆଯାଇଛି ବିଷ, ଗୁଇନ୍ଦା ରିପୋର୍ଟରେ ଆସିଲା ଚମକାଇବା ଭଳି ତଥ୍ୟ
ଇସଲାମାବାଦ,୧୯।୧୨: ମୋଷ୍ଟ ଓ୍ବାଣ୍ଟେଡ ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଥିବା ଖବର ସୋମବାର ହେଡଲାଇନରେ ଥିଲା। ଜଣେ ପାକିସ୍ତାନୀ ସାମ୍ବାଦିକ ସୋସିଆଲ ମିଡିଆରେ କହିଛନ୍ତି ଯେ ଦାଉଦଙ୍କୁ ପାକିସ୍ତାନର କରାଚିରେ ଭର୍ତ୍ତି କରାଯାଇଛି, କିନ୍ତୁ ଏହି ଦାବି ପଛରେ ସତ୍ୟତା କେହି ଜାଣି ନାହାଁନ୍ତି। ପାକିସ୍ତାନୀ ଖବରକାଗଜ ମଧ୍ୟ ଦାଉଦଙ୍କ ବିଷୟରେ କୌଣସି ବିଶେଷ କଭରେଜ ଦେଇନାହିଁ । ପାକିସ୍ତାନର କିଛି ଖବରକାଗଜ ସୋସିଆଲ ମିଡିଆ ସମ୍ବାଦକୁ ଉଦ୍ଧୃତ କରି ଦାଉଦଙ୍କ ଖବର ଲେଖୁଥିଲେ। ଏହି […] The post ନା ମରିଛନ୍ତି ଅଣ୍ଡର ଓ୍ବାର୍ଲଡ ଡନ, ନା ଦିଆଯାଇଛି ବିଷ, ଗୁଇନ୍ଦା ରିପୋର୍ଟରେ ଆସିଲା ଚମକାଇବା ଭଳି ତଥ୍ୟ appeared first on Dharitri Odia News.
ଇସଲାମାବାଦ,୧୯।୧୨: ମୋଷ୍ଟ ଓ୍ବାଣ୍ଟେଡ ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଥିବା ଖବର ସୋମବାର ହେଡଲାଇନରେ ଥିଲା। ଜଣେ ପାକିସ୍ତାନୀ ସାମ୍ବାଦିକ ସୋସିଆଲ ମିଡିଆରେ କହିଛନ୍ତି ଯେ ଦାଉଦଙ୍କୁ ପାକିସ୍ତାନର କରାଚିରେ ଭର୍ତ୍ତି କରାଯାଇଛି, କିନ୍ତୁ ଏହି ଦାବି ପଛରେ ସତ୍ୟତା କେହି ଜାଣି ନାହାଁନ୍ତି। ପାକିସ୍ତାନୀ ଖବରକାଗଜ ମଧ୍ୟ ଦାଉଦଙ୍କ ବିଷୟରେ କୌଣସି ବିଶେଷ କଭରେଜ ଦେଇନାହିଁ । ପାକିସ୍ତାନର କିଛି ଖବରକାଗଜ ସୋସିଆଲ ମିଡିଆ ସମ୍ବାଦକୁ ଉଦ୍ଧୃତ କରି ଦାଉଦଙ୍କ ଖବର ଲେଖୁଥିଲେ।
ଏହି ସମୟ ମଧ୍ୟରେ, ଏହା ପ୍ରକାଶ ପାଇଛି ଯେ, ଦାଉଦ ସଂପୂର୍ଣ୍ଣ ଠିକ ଅଛନ୍ତି ଏବଂ ତାଙ୍କ ସହିତ କିଛି ହୋଇନାହିଁ । ଇଣ୍ଡିଆ ଟୁଡେ ର ବିଶ୍ୱସ୍ତ ଗୁପ୍ତଚର ସୂତ୍ର ଦାଉଦ ଡାକ୍ତରଖାନାରେ ଭର୍ତ୍ତି କିମ୍ବା ମୃତ୍ୟୁ ଖବରକୁ ପ୍ରତ୍ୟାଖ୍ୟାନ କରିଛି।
ଏହି ଅଣ୍ଡର ଓ୍ବାର୍ଲଡ ଡନଙ୍କ ପ୍ରକୃତ ନାମ ହେଉଛି ଶେଖ ଦାଉଦ ଇବ୍ରାହିମ କାସ୍କର। ତାଙ୍କ ପିତା ଶେଖ ଇବ୍ରାହିମ ଅଲି କାସ୍କର ମୁମ୍ବାଇ ପୋଲିସର ହାବିଲଦାର ଥିଲେ। ଆର୍ଥିକ ପ୍ରତିବନ୍ଧକ ହେତୁ ତାଙ୍କ ପିତା ତାଙ୍କର ପାଠବଢରା ବନ୍ଦ କରି ଦେଇଥିଲେ। ଏହା ପରେ ସେ ଅପରାଧ ଜଗତକୁ ଆସିଥିଲେ। ପ୍ରଥମେ ସେ ତତ୍କାଳୀନ ଡନ ହାଜି ମସ୍ତାନଙ୍କ ସହ କାମ କଲେ ଏବଂ ପରେ ତାଙ୍କଠାରୁ ଅଲଗା ହୋଇ ଦୁବାଇରୁ କାମ ଆରମ୍ଭ କଲେ। ୧୯୯୩ରେ ମୁମ୍ବାଇ ସିରିଏଲ ବିସ୍ଫୋରଣରେ ଦାଉଦଙ୍କର ହାତ ଥିବା କୁହାଯାଇଛି ।
The post ନା ମରିଛନ୍ତି ଅଣ୍ଡର ଓ୍ବାର୍ଲଡ ଡନ, ନା ଦିଆଯାଇଛି ବିଷ, ଗୁଇନ୍ଦା ରିପୋର୍ଟରେ ଆସିଲା ଚମକାଇବା ଭଳି ତଥ୍ୟ appeared first on Dharitri Odia News.