ନା ମୁଁ ଖାଏ ବିଫ, ନା ରେଡ ମିଟ: କଂଗ୍ରେସ ନେତାଙ୍କ ଅଭିଯୋଗର ଜବାବ ଦେଲେ କଙ୍ଗନା

ଶିମଲା,୮।୪: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସୋମବାର (ଏପ୍ରିଲ ୮, ୨୦୨୪) କଂଗ୍ରେସ ନେତା ବିଜୟ ୱାଡେଟିୱରଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଗୋମାଂସ ଏବଂ ରେଡ ମିଟ ଖାଉ ନାହାଁନ୍ତି। କଙ୍ଗନା ରାନାୱତ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମୁଁ ଗୋମାଂସ କିମ୍ବା କୌଣସି ପ୍ରକାରର ରେଡ ମିଟ ଖାଏ ନାହିଁ। ଏହା ଲଜ୍ଜାଜନକ ଯେ ମୋ […] The post ନା ମୁଁ ଖାଏ ବିଫ, ନା ରେଡ ମିଟ: କଂଗ୍ରେସ ନେତାଙ୍କ ଅଭିଯୋଗର ଜବାବ ଦେଲେ କଙ୍ଗନା appeared first on Dharitri Odia News.

ନା ମୁଁ ଖାଏ ବିଫ, ନା ରେଡ ମିଟ: କଂଗ୍ରେସ ନେତାଙ୍କ ଅଭିଯୋଗର ଜବାବ ଦେଲେ କଙ୍ଗନା

ଶିମଲା,୮।୪: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସୋମବାର (ଏପ୍ରିଲ ୮, ୨୦୨୪) କଂଗ୍ରେସ ନେତା ବିଜୟ ୱାଡେଟିୱରଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଗୋମାଂସ ଏବଂ ରେଡ ମିଟ ଖାଉ ନାହାଁନ୍ତି।

କଙ୍ଗନା ରାନାୱତ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମୁଁ ଗୋମାଂସ କିମ୍ବା କୌଣସି ପ୍ରକାରର ରେଡ ମିଟ ଖାଏ ନାହିଁ। ଏହା ଲଜ୍ଜାଜନକ ଯେ ମୋ ବିଷୟରେ ସଂପୂର୍ଣ୍ଣ ଭିତ୍ତିହୀନ ଗୁଜବ ପ୍ରଚାରିତ ହେଉଛି । ମୁଁ ଦଶନ୍ଧି ଧରି ହେବ ଯୋଗ ଏବଂ ଆୟୁର୍ବେଦିକ ଜୀବନଶୈଳୀକୁ ପ୍ରୋତ୍ସାହିତ କରିଆସୁଛି।

ସେ ଆହୁରି କହିଛନ୍ତି, ଏଭଳି କୌଶଳ ମୋ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ କାମ କରିବ ନାହିଁ କାରଣ ଲୋକମାନେ ମୋତେ ଜାଣନ୍ତି ଯେ ମୁଁ ଜଣେ ଗର୍ବୀ ହିନ୍ଦୁ ଏବଂ କୌଣସି ଜିନିଷ ସେମାନଙ୍କୁ କେବେ ବି ବିଭ୍ରାନ୍ତ କରିପାରିବ ନାହିଁ । ଜୟ ଶ୍ରୀ ରାମ। “
ପ୍ରକୃତରେ, କଂଗ୍ରେସ ନେତା ବିଜୟ ୱାଡେଟିୱାର ଅଭିଯୋଗ କରିଥିଲେ ଯେ କଙ୍ଗନା ରାନାୱତ ଥରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ କି ସେ ବିଫ ପସନ୍ଦ କରନ୍ତି ଏବଂ ଖାଆନ୍ତି। ତେଣୁ ଏହାକୁ ନେଇ ସେ କଙ୍ଗନାଙ୍କ ଉପରେ ଅଭିଯୋଗ ଆଣିଥିଲେ।

 

The post ନା ମୁଁ ଖାଏ ବିଫ, ନା ରେଡ ମିଟ: କଂଗ୍ରେସ ନେତାଙ୍କ ଅଭିଯୋଗର ଜବାବ ଦେଲେ କଙ୍ଗନା appeared first on Dharitri Odia News.