ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମାସ ଶେଷ ଆଡ଼କୁ ଆସିବେ

ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏମାସ ଶେଷ ଆଡ଼କୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଭୁବନେଶ୍ୱରରେ ବିଧାୟକମାନଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେବା ସହ ଡିସେମ୍ବର ୩୦ରେ ସମ୍ବଲପୁର ଗସ୍ତ ଆସିବେ ଗୃହମନ୍ତ୍ରୀ ଅମିତ ଶାହ। ପ୍ରଥମେ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିବେ l ଏହାପରେ ବୁର୍ଲା ଭୀମସାରରେ ଏକ ସ୍ୱତନ୍ତ୍ର କୋଠାକୁ ଉଦଘାଟିତ କରିବେ l ଏହାପରେ କୁଦପାଲିକୁ ଆସି ସ୍ୱାଧୀନତା ସଂଗ୍ରାମୀ ତଥା ସୁରେନ୍ଦ୍ର ସାଏଙ୍କ ଭାଇ ସହିଦ […] The post ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମାସ ଶେଷ ଆଡ଼କୁ ଆସିବେ appeared first on KNews Odisha.

ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମାସ ଶେଷ ଆଡ଼କୁ ଆସିବେ

ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏମାସ ଶେଷ ଆଡ଼କୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଭୁବନେଶ୍ୱରରେ ବିଧାୟକମାନଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେବା ସହ ଡିସେମ୍ବର ୩୦ରେ ସମ୍ବଲପୁର ଗସ୍ତ ଆସିବେ ଗୃହମନ୍ତ୍ରୀ ଅମିତ ଶାହ। ପ୍ରଥମେ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିବେ l ଏହାପରେ ବୁର୍ଲା ଭୀମସାରରେ ଏକ ସ୍ୱତନ୍ତ୍ର କୋଠାକୁ ଉଦଘାଟିତ କରିବେ l

ଏହାପରେ କୁଦପାଲିକୁ ଆସି ସ୍ୱାଧୀନତା ସଂଗ୍ରାମୀ ତଥା ସୁରେନ୍ଦ୍ର ସାଏଙ୍କ ଭାଇ ସହିଦ ଛବିଲ ସାଏଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଛବିଲ ସାଏଙ୍କ ଜୀବନି ଉପରେ ଆଧାରିତ ଏକ ପୁସ୍ତିକା ମଧ୍ୟ ଉନ୍ମୋଚନ କରିବେ ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ନାଉରି ନାଏକ ସୂଚନା ଦେଇଛନ୍ତି l

The post ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମାସ ଶେଷ ଆଡ଼କୁ ଆସିବେ appeared first on KNews Odisha.