ନାଇଜେରିଆନ ମହିଳା ବକ୍ସର ପ୍ୟାରିସ ଅଲିମ୍ପିକ୍ସରୁ ସସ୍‌ପେଣ୍ଡ

ପ୍ୟାରିସ,୨୮ା୭: ଡୋପ୍‌ ଟେଷ୍ଟରେ ଧରାପଡ଼ି ନାଇଜେରିଆର ସିନ୍ଥିିଆ ଓଗୁନ୍‌ ସେମିଲୋର ଅଲିମ୍ପିକ ମହିଳା ବକ୍ସିଂ ପ୍ରତିଯୋଗିତାରୁ ସସ୍‌ପେଣ୍ଡ ହୋଇଛନ୍ତି। ଏହି ୨୨ବର୍ଷୀୟା ଆଫ୍ରିକାନ୍‌ ଗେମ୍ସ ଲାଇଟଓ୍ବେଟ୍‌ ଚାମ୍ପିୟନଙ୍କଠାରୁ ଗତ ଗୁରୁବାର ସାମ୍ପଲ ସଂଗ୍ରହ କରାଯାଇଥିବା ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) କହିଛି। ସିନ୍ଥିିଆଙ୍କଠାରୁ ସଂଗୃହୀତ ସାମ୍ପଲରେ ଡ୍ୟୁରେଟିକ୍‌ ଫ୍ୟୁରୋସେମିଡ୍‌ ନାମକ ଏକ ନିଷିଦ୍ଧ ଦ୍ରବ୍ୟ ଠାବ କରାଯାଇଥିଲା, ଯାହାକି ଶରୀରରେ ଅନ୍ୟ ଡ୍ରଗ୍ସଙ୍କ ଉପସ୍ଥିତିକୁ ଘୋଡ଼ାଇ ରଖିଥାଏ। ସିନ୍ଥିିଆ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରାଯାଇଛି। ସେ ଅଲିମ୍ପିକ୍ସରେ […] The post ନାଇଜେରିଆନ ମହିଳା ବକ୍ସର ପ୍ୟାରିସ ଅଲିମ୍ପିକ୍ସରୁ ସସ୍‌ପେଣ୍ଡ appeared first on Dharitri Odia News.

ନାଇଜେରିଆନ ମହିଳା ବକ୍ସର ପ୍ୟାରିସ ଅଲିମ୍ପିକ୍ସରୁ ସସ୍‌ପେଣ୍ଡ

ପ୍ୟାରିସ,୨୮ା୭: ଡୋପ୍‌ ଟେଷ୍ଟରେ ଧରାପଡ଼ି ନାଇଜେରିଆର ସିନ୍ଥିିଆ ଓଗୁନ୍‌ ସେମିଲୋର ଅଲିମ୍ପିକ ମହିଳା ବକ୍ସିଂ ପ୍ରତିଯୋଗିତାରୁ ସସ୍‌ପେଣ୍ଡ ହୋଇଛନ୍ତି।

ଏହି ୨୨ବର୍ଷୀୟା ଆଫ୍ରିକାନ୍‌ ଗେମ୍ସ ଲାଇଟଓ୍ବେଟ୍‌ ଚାମ୍ପିୟନଙ୍କଠାରୁ ଗତ ଗୁରୁବାର ସାମ୍ପଲ ସଂଗ୍ରହ କରାଯାଇଥିବା ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) କହିଛି। ସିନ୍ଥିିଆଙ୍କଠାରୁ ସଂଗୃହୀତ ସାମ୍ପଲରେ ଡ୍ୟୁରେଟିକ୍‌ ଫ୍ୟୁରୋସେମିଡ୍‌ ନାମକ ଏକ ନିଷିଦ୍ଧ ଦ୍ରବ୍ୟ ଠାବ କରାଯାଇଥିଲା, ଯାହାକି ଶରୀରରେ ଅନ୍ୟ ଡ୍ରଗ୍ସଙ୍କ ଉପସ୍ଥିତିକୁ ଘୋଡ଼ାଇ ରଖିଥାଏ। ସିନ୍ଥିିଆ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରାଯାଇଛି। ସେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ। ସୋମବାର ରାଉଣ୍ଡ ଅଫ୍‌ ୧୬ରେ ଏହି ଚତୁର୍ଥ ସିଡ୍‌ ବକ୍ସର ମହିଳା ୬୦ କିଲୋଗ୍ରାମ (୧୩୨ ପାଉଣ୍ଡ) ଶ୍ରେଣୀ ପ୍ରତିଯୋଗିତାରେ ଭାଗ ନେଇଥାନ୍ତେ।

ସିନ୍ଥିଆ ତାଙ୍କ ଓଜନ ଶ୍ରେଣୀରେ ଗତବର୍ଷ ଆଫ୍ରିକାନ୍‌ ଗେମ୍ସରେ ସ୍ବର୍ଣ୍ଣ ଜିତିଥିଲେ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଏକ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଏହା ହେଉଛି ଦ୍ୱିତୀୟ ଡୋପ୍‌ ପଜିଟିଭ୍‌ ମାମଲା। ପୂର୍ବରୁ ଇରାକର ଜଣେ ଜୁଡୋକା ସାଜାଦ ସେହେନ୍‌ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ।

The post ନାଇଜେରିଆନ ମହିଳା ବକ୍ସର ପ୍ୟାରିସ ଅଲିମ୍ପିକ୍ସରୁ ସସ୍‌ପେଣ୍ଡ appeared first on Dharitri Odia News.