ବରପୁତ୍ରଙ୍କୁ ମନେ ପକାଇଲେ ବିଧାୟକ, ଶ୍ରଦ୍ଧାଞ୍ଜଳି ଦେଇ କହିଲେ…
କୋରାପୁଟ,୧ା୪(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲା ସଦରମହକୁମାରେ ଜିଲାସ୍ତରୀୟ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସରେ କୋରାପୁଟ ସହରରେ ସ୍ଥାପନ କରାଯାଇଥିବା ସ୍ବାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଏସ୍ପି ବାସଭବନ ନିକଟରେ ଥିବା ବରପୁତ୍ର କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା ସହିତ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ରଘୁରାମ ମାଛ, ଜିଲା ପରିଷଦ […] The post ବରପୁତ୍ରଙ୍କୁ ମନେ ପକାଇଲେ ବିଧାୟକ, ଶ୍ରଦ୍ଧାଞ୍ଜଳି ଦେଇ କହିଲେ… appeared first on Dharitri Odia News.
କୋରାପୁଟ,୧ା୪(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲା ସଦରମହକୁମାରେ ଜିଲାସ୍ତରୀୟ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସରେ କୋରାପୁଟ ସହରରେ ସ୍ଥାପନ କରାଯାଇଥିବା ସ୍ବାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଏସ୍ପି ବାସଭବନ ନିକଟରେ ଥିବା ବରପୁତ୍ର କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା ସହିତ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ରଘୁରାମ ମାଛ, ଜିଲା ପରିଷଦ ସଭାପତି ସସ୍ମିତା ମେଲେକା, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, କୋରାପୁଟ ଜିଲାପାଳ ଭି.କୀର୍ତ୍ତି ଭାସନ, ଅତିରିକ୍ତ ଜିଲାପାଳ ଦେବୀ ପ୍ରସାଦ ମହାନ୍ତି, କୋରାପୁଟ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉପଜିଲାପାଳ ପ୍ରେମଲାଲ ହିଆଲ, ଜିଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ସମାଜସେବୀ ରୂପକ ତୁରକ ପ୍ରମୁଖଙ୍କ ସହ ଛାତ୍ରୀଛାତ୍ର ସାମିଲ ହୋଇ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶୋଭାଯାତ୍ରାରେ କୋରାପୁଟ ପାଇକ ଆଖଡ଼ା ସଦସ୍ୟମାନେ କଳା କୌଶଳ ପ୍ରଦର୍ଶନ କରିଥିଲେ। ସେହିପରି ସନ୍ଧ୍ୟାରେ ସ୍ଥାନୀୟ ସଂସ୍କୃତି ଭବନଠାରେ ଓଡ଼ିଶା ଦିବସ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା।
The post ବରପୁତ୍ରଙ୍କୁ ମନେ ପକାଇଲେ ବିଧାୟକ, ଶ୍ରଦ୍ଧାଞ୍ଜଳି ଦେଇ କହିଲେ… appeared first on Dharitri Odia News.