ପରୀକ୍ଷା ଖାତା ଦେଖାରେ ଭୁଲ କରିଛନ୍ତି ୯୨୧୮ ଶିକ୍ଷକ, ୧.୫୪ କୋଟି ଜରିମାନା ଅସୁଲ…
ଅହମଦାବାଦ,୭।୨ : ଗୁଜରାଟରେ ପିଲାମାନଙ୍କର ପରୀକ୍ଷା ଖାତା ଯାଞ୍ଚ ଦାୟିତ୍ୱରେ ଥିବା ଶିକ୍ଷକମାନେ ବିଫଳ ହୋଇଛନ୍ତି। ବାସ୍ତବରେ ଗୁଜରାଟରେ ଚାଲିଥିବା ବିଧାନସଭା ଅଧିବେଶନରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ବିଫଳ ଶିକ୍ଷକମାନଙ୍କର ପିଲାମାନଙ୍କର ଉତ୍ତର ସିଟ ଯାଞ୍ଚ କରିବାର ଦାୟିତ୍ୱ ଥିଲା। କିନ୍ତୁ ସେମାନେ ଖାତା ଦେଖାରେ ଭୁଲ କରିଥିଲେ। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଗୁଜରାଟରେ ବିଧାନସଭା ଅଧିବେଶନ ଚାଲିଛି। ଯେଉଁଥିରେ କଂଗ୍ରେସ […] The post ପରୀକ୍ଷା ଖାତା ଦେଖାରେ ଭୁଲ କରିଛନ୍ତି ୯୨୧୮ ଶିକ୍ଷକ, ୧.୫୪ କୋଟି ଜରିମାନା ଅସୁଲ… appeared first on Dharitri Odia News.
ଅହମଦାବାଦ,୭।୨ : ଗୁଜରାଟରେ ପିଲାମାନଙ୍କର ପରୀକ୍ଷା ଖାତା ଯାଞ୍ଚ ଦାୟିତ୍ୱରେ ଥିବା ଶିକ୍ଷକମାନେ ବିଫଳ ହୋଇଛନ୍ତି। ବାସ୍ତବରେ ଗୁଜରାଟରେ ଚାଲିଥିବା ବିଧାନସଭା ଅଧିବେଶନରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ବିଫଳ ଶିକ୍ଷକମାନଙ୍କର ପିଲାମାନଙ୍କର ଉତ୍ତର ସିଟ ଯାଞ୍ଚ କରିବାର ଦାୟିତ୍ୱ ଥିଲା। କିନ୍ତୁ ସେମାନେ ଖାତା ଦେଖାରେ ଭୁଲ କରିଥିଲେ। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ଗୁଜରାଟରେ ବିଧାନସଭା ଅଧିବେଶନ ଚାଲିଛି। ଯେଉଁଥିରେ କଂଗ୍ରେସ ବିଧାୟକ କିରିଟ ପଟେଲ ପ୍ରଶ୍ନ କରିଛନ୍ତି ଗତ ଦୁଇ ବର୍ଷ ମଧ୍ୟରେ କେତେଜଣ ଶିକ୍ଷକ ଭୁଲ ମୂଲ୍ୟାଙ୍କନ ପାଇଁ ଧରାପଡିଛନ୍ତି। ଏହି ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ କୁବେର ଡିଣ୍ଡୋର କହିଛନ୍ତି ୨୦୨୨ ଏବଂ ୨୦୨୩ ମସିହାରେ ଭୁଲ ମାର୍କ ଦେବା, ଉତ୍ତର ଖାତା ଭୁଲ ଯାଞ୍ଚ ଇତ୍ୟାଦି ମାମଲାରେ ମୋଟ ୯୨୧୮ ଶିକ୍ଷକ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ବିଧାନସଭା ଅଧିବେଶନରେ ଏହା କୁହାଯାଇଛି ସେମାନଙ୍କ ମଧ୍ୟରୁ ୩୩୫୦ ଶିକ୍ଷକ ଅଛନ୍ତି ଦଶମ ଖାତା ଯାଞ୍ଚ କରିଥିଲେ ଏବଂ ମୋଟ ୫୮୬୮ ଶିକ୍ଷକ ଦ୍ୱାଦଶ ଶ୍ରେଣୀ ଯାଞ୍ଚ ସମୟରେ ଭୁଲ ମୂଲ୍ୟାଙ୍କନ କରିଥିଲେ। ଭୁଲ ମୂଲ୍ୟାଙ୍କନ ପାଇଁ ଏହି ସମସ୍ତ ଶିକ୍ଷକଙ୍କୁ ଜରିମାନା କରାଯାଇଛି ବୋଲି ଗୁଜରାଟ ଶିକ୍ଷା ମନ୍ତ୍ରୀ କହିଛନ୍ତି। ଏହି ସମସ୍ତ ୯୨୧୮ ଶିକ୍ଷକଙ୍କଠାରୁ ମୋଟ ୧.୫୪ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।
The post ପରୀକ୍ଷା ଖାତା ଦେଖାରେ ଭୁଲ କରିଛନ୍ତି ୯୨୧୮ ଶିକ୍ଷକ, ୧.୫୪ କୋଟି ଜରିମାନା ଅସୁଲ… appeared first on Dharitri Odia News.